ଆସନ୍ତା ଜୁନ ୨୧ ତାରିଖରେ ହେବାକୁ ଯାଉଛି ଏନୁଲର ସୂର୍ଯ୍ୟପରାଗ |
Trending Photos
)
ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି ସୂର୍ଯ୍ୟପରାଗ | ଜ୍ୟୋତିଷ ବିଜ୍ଞାନରେ ଆଗ୍ରହ ରଖୁଥିବା ଲୋକଙ୍କୁ ଏଥର ରିଙ୍ଗ ଫାୟାର(ring fire) ଦେଖିବାର ସୁଯୋଗ ମିଳିବ | ସେତେବେଳେ ସୂର୍ଯ୍ୟ ଏକ ଜ୍ୱଳନ୍ତ ପିଣ୍ଡ ଭଳି ପ୍ରତୀୟମାନ ହେବେ | ଆସନ୍ତା ସୋମବାର ହେବାକୁ ଥିବା ସୂର୍ଯ୍ୟପରାଗ ଦେଶର ଅଧିକାଂଶ ଭାଗରେ ଆଶିଂକ ଭାବେ ଦୃଶ୍ୟମାନ ହେବ |
ଏନେଇ ମତ ରଖି ଏମପି ବିର୍ଲା ପ୍ଲାନେଟୋରିୟମ(mp nirla planetarium) ନିର୍ଦ୍ଦେଶକ ଦେବୀ ପ୍ରସାଦ ଦୁରଇ କହିଛନ୍ତି, ରାଜସ୍ଥାନର ଘଡସାନା ଠାରେ ସକାଳ ୧୦ଟା ବାଜି ୧୨ ମିନିଟ ସମୟରେ ସୂର୍ଯ୍ୟଗ୍ରହଣର ଗତି ଆରମ୍ଭ ହେବ | ଏହା ପରେ ଦିନ ୧୧ଟା ୪୯ ମିନିଟରୁ ୧୧ଟା ୫୦ ମିନିଟ ମଧ୍ୟରେ ଏହାର ସମାପ୍ତି ଘଟିବ | ରାଜସ୍ଥାନର ସୁରତଗଡ ଏବଂ ଅନୁପଗଡ, ହରିୟାଣାର ସିରସା, ରତିଆ, କୁରୁକ୍ଷେତ୍ର, ଉତ୍ତରାଖଣ୍ଡର ଡେରାଡୁନ, ଚମ୍ବା, ଚମୋଲୀ, ଜୋଷୀମଠ ଭଳି ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ |
ଏହା ସହିତ ପ୍ଲାନେଟୋରିୟମ ନିର୍ଦ୍ଦେଶକ ଦୁରଇ କହିଛନ୍ତି ଗତ ବର୍ଷ ଡିସେମ୍ବର ୨୬ ତାରିଖରେ ହୋଇଥିବା ସୂର୍ଯ୍ୟପରାଗରେ ଦୃଶ୍ୟମାନ ରିଙ୍ଗ ଫାୟାର ଚଳିତ ଥର ଦେଖିବାକୁ ମିଳିବ ନାହିଁ | ଏଥର ଦେଶର ଅଧିକାଂଶ ଭାଗରେ ଆଶିଂକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ | ଚଳିତ ମାସ ୨୧ ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗ ଏନୁଲର (annular solar eclipse) ହେବ | ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ ଏକ ସରଳରେଖାରେ ଅବସ୍ଥାନ କରନ୍ତି ସେତେବେଳେ ଏନୁଲର ସୂର୍ଯ୍ୟପରାଗ ଅନୁଷ୍ଠିତ ହୋଇଥାଏ |
ଚଳିତ ଥର ହେବାକୁ ଥିବା ଆଶିଂକ ସୂର୍ଯ୍ୟପରାଗ କୋଲକାତାରେ ସକାଳ ୧୦ଟା ୪୬ମିନିଟରୁ ମଧ୍ୟାନ୍ନ ୨ଟା ୧୭ ମିନିଟ, ଦିଲ୍ଲୀରେ ସକାଳ ୧୦ଟା ୨୦ ମିନିଟରୁ ମଧ୍ୟାନ୍ନ ୧ଟା ୪୮ ମିନିଟ, ମୁମ୍ବାଇରେ ସକାଳ ୧୦ଟାରୁ ମଧ୍ୟାନ୍ନ ୧ଟା ୨୭ ମିନିଟ, ଚେନ୍ନାଇରେ ସକାଳ ୧୦ଟା ୨୨ମିନିଟରୁ ଦିନ ୧ଟା ୪୧ ମିନିଟ ବେଙ୍ଗାଲୁରୁରେ ସକାଳ ୧୦ଟା ୧୩ମିନିଟରୁ ମଧ୍ୟାନ୍ନ ୧ଟା ୩୧ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ |
ଜୁନ ୨୧ ତାରିଖରେ ହେବାକୁ ଥିବା ଏନୁଲର ସୂର୍ଯ୍ୟପରାଗ ପ୍ରଥମେ ଆଫ୍ରିକୀୟ ଦେଶ କଙ୍ଗୋରେ ଦୃଶ୍ୟମାନ ହେବ | ଭାରତରେ ଏହା ଦେଖାଯିବା ପୂର୍ବରୁ ଦକ୍ଷିଣ ସୁଦାନ, ଇଥିଓପିଆ, ୟମେନ, ଓମାନ, ସାଉଦି ଆରବ, ଭାରତ ମହାସାଗର ଏବଂ ପାକିସ୍ତାନ ମଧ୍ୟରେ ଗତି କରିବ | ଏହା ପରେ ତିବ୍ଦତ, ଚୀନ, ତାଇୱାନ ଆଦି ପୂର୍ବ ଏସୀୟ ଦେଶ ଆଡକୁ ଗତି କରିବା ସହ ପ୍ରଶାନ୍ତ ମହାସାଗରରେ ମଧ୍ୟ ଭାଗରେ ଏହି ସୂର୍ଯ୍ୟପରାଗର ପରିସମାପ୍ତି ଘଟିବ |