Advertisement
Article Detail0/zeeodisha/odisha664327
Zee OdishaOther Newsମୃତ୍ୟୁ ସଂଖ୍ୟା ଛୁଇଁଲା ଟ୍ରିପଲ ୱାନ

ମୃତ୍ୟୁ ସଂଖ୍ୟା ଛୁଇଁଲା 'ଟ୍ରିପଲ ୱାନ'

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୪ ନୂଆ ମାମଲା ସାମନାକୁ ଆସିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ବର୍ତ୍ତମାନର ଅପଡେଟ ଅନୁଯାୟୀ, ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୮୫୧ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ମୃତକଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୪ ନୂଆ ମାମଲା ସାମନାକୁ ଆସିଛି । ସେହିପରି ୨୮ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଚ ପାଲଟିଛି । 

About the Author