ଝିଅ ସହ ଖେଳିଲେ ରୋହିତ
Advertisement

ଝିଅ ସହ ଖେଳିଲେ ରୋହିତ

ପାଣି ପିଉଥିଲେ ରୋହିତ ଶର୍ମା, ଝିଅ ମାଗିବାରୁ କଲେ ଏମିତି...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କମାଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ଜିତିବା ସହ ୩ ଟିକିଆ ସିରିଜକୁ ୨:୧ରେ ଜିତି ନେଇଛି ବିରାଟ ବାହିନୀ । ହିଟମ୍ୟାନ ରୋହିତ ଶର୍ମାଙ୍କ ଶତକ ଏବଂ କ୍ୟାପଟେନ ବିରାଟ କୋହଲିଙ୍କ ୮୯ରନ ସାହାଯ୍ୟରେ ନିର୍ଣ୍ଣାୟକ ଲଢ଼େଇରେ ଭାରତକୁ ମିଳିଛି ବଡ଼ ବିଜୟ । ତେବେ ଏହି ମ୍ୟାଚର ଇନିଙ୍ଗସ ବ୍ରେକ ସମୟରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ । 

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ରୋହିତଙ୍କ ପତ୍ନୀ ରିତିକା ଏବଂ ଝିଅ ସମାୟରା ମଧ୍ୟ ଦେଖିବାକୁ ଯାଇଥିଲେ । ଇଣ୍ଡିଆ ବ୍ୟାଟିଂ କରିବା ପୂର୍ବରୁ ନିଜ ଝିଅ ପାଖରେ କିଛି ସମୟ ବିତାଇଥିଲେ ରୋହିତ ଶର୍ମା । ସମାୟରାଙ୍କୁ କୋଳରେ ଧରି ରୋହିତ ପାଣି ପିଉଥିଲେ । ଆଉ ପାଣି ବୋତଲ ନେବା ପାଇଁ ବାରମ୍ବାର ଚେଷ୍ଠା କରୁଥିଲେ ସମାୟରା । ଅନ୍ୟପଟେ ରୋହିତ ବୋତଲକୁ ଦୂରକୁ ନେଇ ଯାଉଥିଲେ । ବାପ-ଝିଅଙ୍କ ଭିତରେ ବେଶ କିଛି ସମୟ ଧରି ଚାଲିଥିଲା ଏପ୍ରକାର କସରତ । ସୋଶିଆଲ ମିଡ଼ିଆରେ ଏବେ ଭିଡ଼ିଓ ଭାଇରାଲ ହେଉଛି । ୩ଲକ୍ଷରୁ ଉର୍ଦ୍ଧ୍ୱ ଲାଇକ୍ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ମିଳିସାରିଛି । 

@shivtripathi007

#4u #rohitsharma #cutie #babygirl #doll #tredding #UpForXtra #viral #viralvideo #foryou #foryoupage

♬ Original Sound - Unknown

ଆହୁରି ପଢ଼ନ୍ତୁ; ଶିବରାଜ କହିଲେ; କଲେକ୍ଟର ମ୍ୟାମ, ଆପଣ ଆଇନର କେଉଁ ବହି ପଢ଼ିଛନ୍ତି।।।