• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଇଡେନରେ ଈଶାନ୍ତ ସୋ'

ଭାରତ ପ୍ରଥମ ଇନିଂସରେ ଏଯାଏ  ୬୮ ରନରେ ଅଗ୍ରଣୀ ରହିଛି ।

ଇଡେନରେ ଈଶାନ୍ତ ସୋ'

କୋଲକାତା: ଇଡେନଗାର୍ଡେନ ଟେଷ୍ଟର ପ୍ରଥମ ଦିନରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ଦଳ କରିଛି ୧୭୪ ରନ୍ । ଅଧିନାୟକ ବିରାଟ କୋହଲି ୫୯ ଓ ଉପଅଧିନାୟକ ରାହାଣେ ୨୩ ରନରେ ଅପରାଜିତ ଅଛନ୍ତି । ପୂର୍ବରୁ ମୟଙ୍କ ଅଗ୍ରୱାଲ ୧୪, ରୋହିତ ଶର୍ମା ୨୧ ଓ ପୂଜାରା ୫୫ ରନରେ ପ୍ୟାଭିଲିଅନ୍ ଫେରିଛନ୍ତି । ଭାରତ ପ୍ରଥମ ଇନିଂସରେ ଏଯାଏ  ୬୮ ରନରେ ଅଗ୍ରଣୀ ରହିଛି ।  

ଇଡେନଗାର୍ଡେନ ଦିବାରାତ୍ରି ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭ୍ରମଣକାରୀ ବାଂଲାଦେଶ । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ କୌଣସି ଖେଳାଳି।  ସ୍ପିଡଷ୍ଟରଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲେ ଖେଳାଳି । ଦଳ ମାତ୍ର ୩୦.୩ ଓଭର ଖେଳି ୧୦୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ସଦମ ଇସଲାମ ସର୍ବାଧିକ ୨୯ ରନ୍ କରିଥିବା ବେଳେ ଲିଟନ ଦାସ କରିଥିଲେ ୨୪ ରନ୍ । 

 

ଭାରତ ପକ୍ଷରୁ ଘାତକ ବୋଲିଂ କରି ଈଶାନ୍ତ ଶର୍ମା ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ । ଉମେଶ ଯାଦବ ୩ଟି ଓ ସାମିଙ୍କୁ ମିଳିଥିଲା ୨ଟି ୱିକେଟ୍ । ଜାଡେଜା ମାତ୍ର ଏକ ଓଭର ବୋଲିଂ କରିଥିବା ବେଳେ ସ୍ପିନ୍ ଯାଦୁଗର ଅଶ୍ୱିନ କିନ୍ତୁ ବୋଲିଂ କରିବାକୁ ଆସିନଥିଲେ । କାରଣ ସେ ଆସିବା ପୂର୍ବରୁ ବାଂଲାଦେଶ ଲୋ ସ୍କୋରରେ ଅଲଆଉଟ୍ ହୋଇସାରିଥିଲା । 

 ପ୍ରଥମ ଦିନରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ମ୍ୟାଚ୍ ଜିତି ସିରିଜ୍ ହାତେଇବା ପାଇଁ ଉଦ୍ୟମ କରିବ ।  ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଥିବା ବେଳେ  ଏବେ ଅନ୍ତିମ ଟେଷ୍ଟ ଜାରି ରହିଛି ।