• ଆଜି ‘ମନ କି ବାତ୍’ର ୬୨ତମ ସଂସ୍କରଣ
  • ବିଜେଡ଼ି ସଭାପତି ନିର୍ବାଚନ
  • ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ
  • ଆଜି ଭାରତ ଫେରିବ ଅଣ୍ଡରୱାର୍ଲଡ ଡ଼ନ୍ ରବି ପୂଜାରୀ
  • ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ହୋଇଥିଲା ଗିରଫ
  • ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେଲା ପ୍ରତ୍ୟାବର୍ତ୍ତନ ପାଇଁ କରୁଥିଲା ଉଦ୍ୟମ
  • ଶାହୀନ ବାଗ ପରେ ଜାଫରାବାଦରେ ସିଏଏ ଓ ଏନଆରସିକୁ ବିରୋଧ
  • ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଆନ୍ଦୋଳନ
  • ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ
  • ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ

ଆଜି ଅକଲାଣ୍ଡ ଲଢ଼େଇ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଉଭୟ ଟିମ୍

ଆଜିଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେଉଛି । 

ଆଜି ଅକଲାଣ୍ଡ ଲଢ଼େଇ, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଉଭୟ ଟିମ୍
ଫଟୋ ସୌଜନ୍ୟ: ଟ୍ୱିଟର@ICC

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେଉଛି । ଆଜି ପ୍ରଥମ ମ୍ୟାଚ୍ ଅକଲାଣ୍ଡରେ ଖେଳାଯିବ । ଭାରତୀୟ ସମୟ ଦିନ ସାଢ଼େ ୧୨ଟାରେ ମୁହାଁମୁହିଁ ହେବେ ଉଭୟ ଟିମ୍ । 

ଗତ କିଛି ଦିନ ଧରି ଘରୋଇ ପରିବେଶରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । ବ୍ୟାଟିଂ ଓ ବୋଲିଂରେ କମାଲ କରି ନିକଟରେ ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିରୋଧରେ ସିରିଜ୍ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏବେ କିନ୍ତୁ ନ୍ୟୁଜିଲାଣ୍ଡ ଗସ୍ତରେ ଆସିଥିବାରୁ ଦଳକୁ ଆହୁରି ଭଲ ପରଫରମାନ୍ସ କରିବାକୁ ପଡ଼ିବ । କୋହଲିଙ୍କ ନେତୃତ୍ୱରେ ଦଳ ପଡ଼ିଆକୁ ଓହ୍ଲାଇବାକୁ ଥିବାବେଳେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଭାରତୀୟ ଟିମ୍ । 

ସେପଟେ, ଘରୋଇ ମାଟିର ପୁରା ଫାଇଦା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ । ୱିଲିୟମସନଙ୍କ ନେତୃତ୍ୱରେ ଭାରତ ସହ ଲଢ଼ିବ କିୱି ଟିମ୍ । ଦଳରେ ଗପଟିଲ୍, ମୁନରୋଙ୍କ ପରି ବିସ୍ଫୋରକ ବ୍ୟାଟସମ୍ୟାନ ରହିଛନ୍ତି । ସେହିପରି, ସାଉଦି, ସାଣ୍ଟନେରଙ୍କ ପରି ବୋଲର ଭାରତୀୟ ଖେଳାଳିଙ୍କୁ ଅଡ଼ୁଆରେ ପକାଇପାରନ୍ତି । ଖାସ୍ କରି ଟି-ଟ୍ୱେଣ୍ଟିରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ଭଲ ରହିଛି । ତେଣୁ ଟିମ୍ ଇଣ୍ଡିଆକୁ ଚକମା ଦେବା ପାଇଁ ପ୍ରୟାସ କରିବ ନ୍ୟୁଜିଲାଣ୍ଡ ।

ଆହୁରି ପଢ଼ନ୍ତୁ; ଜୋର ଧରୁଛି ଦିଲ୍ଲୀର ଦଙ୍ଗଲ, ମୈଦାନରେ ଆପ-ବିଜେପି-କଂଗ୍ରେସ