ଜାତୀୟ ସଙ୍ଗୀତ ପରିବେଷଣ ବେଳେ କାହିଁକି ବସିଲେ ଜର୍ମାନ ଚାନସେଲର୍ ?
Advertisement

ଜାତୀୟ ସଙ୍ଗୀତ ପରିବେଷଣ ବେଳେ କାହିଁକି ବସିଲେ ଜର୍ମାନ ଚାନସେଲର୍ ?

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ । ରାଷ୍ଟ୍ରପତି ଭବନରେ ତାଙ୍କ ସ୍ୱାଗତ ସମାରୋହ ଆୟୋଜନ କରାଯାଇଥିଲା । ଏହି ସମୟରେ ସେ ଜାତୀୟ ସଙ୍ଗୀତ ପରିବେଷଣ ବେଳେ ଛିଡ଼ା ହୋଇ ନଥିଲେ । ତାଙ୍କ ଦେହ ଅସୁସ୍ଥ ଥିବା ହେତୁ ଜର୍ମାନ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା । ତେଣୁ ଉଭୟ ଦେଶର ଜାତୀୟ ସଙ୍ଗୀତ ପରିବେଷଣ ବେଳେ ଆଞ୍ଜେଲା ଛିଡ଼ା ହେବା ପରିବର୍ତ୍ତେ ଏକ ଚୌକିରେ ବସିଥିଲେ ।

ଜର୍ମାନ ଚାନସେଲର୍ ମର୍କେଲ ଓ ପିଏମ ମୋଦି

ଚାରୁ ଚନ୍ଦନ ଦାସ, ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ । ରାଷ୍ଟ୍ରପତି ଭବନରେ ତାଙ୍କ ସ୍ୱାଗତ ସମାରୋହ ଆୟୋଜନ କରାଯାଇଥିଲା । ଏହି ସମୟରେ ସେ ଜାତୀୟ ସଙ୍ଗୀତ ପରିବେଷଣ ବେଳେ ଛିଡ଼ା ହୋଇ ନଥିଲେ । ତାଙ୍କ ଦେହ ଅସୁସ୍ଥ ଥିବା ହେତୁ ଜର୍ମାନ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା । ତେଣୁ ଉଭୟ ଦେଶର ଜାତୀୟ ସଙ୍ଗୀତ ପରିବେଷଣ ବେଳେ ଆଞ୍ଜେଲା ଛିଡ଼ା ହେବା ପରିବର୍ତ୍ତେ ଏକ ଚୌକିରେ ବସିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଞ୍ଜେଲା ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ଆଲୋଚନା କରିଛନ୍ତି । ଏହାସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ନେଇ ମଧ୍ୟ ଦୁଇ ନେତା ପରସ୍ପର ମଧ୍ୟରେ ଆଲୋଚନା କରିଛନ୍ତି । ଭାରତର ଶକ୍ତି ବିଷୟରେ ଅବଗତ ହୋଇ ପ୍ରଶଂସା କରିଛନ୍ତି ମର୍କେଲ । ସେହିପରି ସେ ଖୁବଶୀଘ୍ର ବର୍ଲିନ ପୋଷଣୀୟ ବିକାଶ ଦିଗରେ କାର୍ଯ୍ୟ କରିବା ନେଇ ପିଏମ ମୋଦିଙ୍କୁ ଅବଗତ କରାଇଛନ୍ତି । ଭାରତରେ ୭୪ ଜିଗାୱାଟର ନବୀକରଣୀୟ ଶକ୍ତି ରହିଛି । ତେଣୁ ଭାରତ ଏହାକୁ ବିନିଯୋଗ କରି ଆଗକୁ ବଢ଼ୁଛି ବୋଲି ମର୍କେଲ କହିବା ସହ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହି ଦ୍ୱିପାକ୍ଷିକ ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ଅନେକ ଗୁଡ଼ିଏ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସେହିପରି ଦୁଇ ଦେଶ ଯୁଗ୍ମ ଭାବେ ପାଞ୍ଚଟି ଘୋଷଣା କରିଥିବା ବେଳେ ଉଭୟଙ୍କ ମଧ୍ୟରେ ୧୭ଟି ଚୁକ୍ତି ହୋଇଛି । ସେହିପରି ଭାରତ ସହ ବୈଷୟିକ କ୍ଷେତ୍ରରେ ମଧ୍ୟ ଜର୍ମାନୀ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଛି । ଭାରତ ଧୀରେ ଧୀରେ ଡିଜିଟାଇଜେସନ ଦିଗରେ ଅଗ୍ରସର ହେଉଛି । ଦୁଇ ଦେଶ ମିଶି ଏଥିପ୍ରତି କାମ କଲେ ଉଭୟ ଦେଶର ବିକାଶ ହୋଇପାରିବ ବୋଲି ଜର୍ମାନ ଚାନସେଲର କହିଛନ୍ତି ।

ଜର୍ମାନରେ ଏବେ ଭାରତର ପ୍ରାୟ ୨୦ ହଜାର ପିଲା ପାଠ ପଢ଼ୁଛନ୍ତି । ଆଗାମୀ ଦିନରେ ଏହା ବୃଦ୍ଧି ପାଇବା ସହ ପିଲାମାନଙ୍କୁ ଧନ୍ଦାମୂଳକ ତାଲିମ ଦିଆଯିବ ବୋଲି ମର୍କେଲ କହିଛନ୍ତି । ଏହାସହ ଶିକ୍ଷକଙ୍କୁ ମଧ୍ୟ ଆମେ ନିଯୁକ୍ତି ଦେବାକୁ ଚାହୁଁଛୁ ବୋଲି ସେ କହିଛନ୍ତି । ସେହିପରି ସାଂସ୍କୃତିକ ଦିଗରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିପାରିବେ । ଭାରତୀୟ ସଂସ୍କୃତିକୁ ଜର୍ମାନରେ ପ୍ରତିଫଳିତ କରାଯାଉନି, ଆଗାମୀ ଦିନରେ ଜର୍ମାନରେ ଭାରତୀୟ ସଂସ୍କୃତିକୁ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ଏହାସହ ମହାତ୍ମା ଗାନ୍ଧିଙ୍କୁ ମନେ ପକାଇବା ସହ ତାଙ୍କ ନୀତି ଓ ଆଦର୍ଶ ବିଷୟରେ କହିଥିଲେ ମର୍କେଲ ।