ଆଞ୍ଚଳିକ ସ୍ଥିରତା ପାଇଁ ଭାରତ ଏବଂ ଚୀନ ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ଆବଶ୍ୟକ ବୋଲି ଋଷିଆ ପକ୍ଷରୁ କୁହାଯାଇଛି |
Trending Photos
)
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ହେବା ଘଟଣାରେ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଶ୍ୱର ଅନ୍ୟତମ ମହାଶକ୍ତି ଋଷିଆ | ଖୁବଶୀଘ୍ର ଉଭୟ ଦେଶ ଏହି ସମସ୍ୟାର ସମାଧାନ କରିବେ | ଯାହା ଆଞ୍ଚଳିକ ସ୍ଥିରତା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ | ଏନେଇ ମତ ରଖି ଋଷୀୟ ଦୂତାବାସର ଉପ ପ୍ରମୁଖ ରୋମନ ବାବୁସ୍କିନ କହିଛନ୍ତି ସୀମା ବିବାଦକୁ ନେଇ ଲଦାଖରେ ଦେଖା ଦେଇଥିବା ସସମ୍ୟାର ସକରାତ୍ମକ ସମାଧାନ ହେବ |
ଦୁଇ ମହାନ ସଭ୍ୟତା ମଧ୍ୟରେ ଶାନ୍ତିପୂର୍ଣ୍ଣ ପଡୋଶୀ ଭାବେ ଆମେ ସକରାତ୍ମକ ଘଟଣାକ୍ରମ ନେଇ ଆଶାବାଦୀ | ସ୍ଥିରତା ଏବଂ ନିରନ୍ତର ବିକାଶ ପାଇଁ ଭାରତ ଏବଂ ଚୀନ ମଧ୍ୟରେ ରଚନାତ୍ମକ ସହଯୋଗ ବେଶ ମହତ୍ତ୍ୱପୂର୍ଣ୍ଣ | ସଂଘାଇ ସହଯୋଗ ସଙ୍ଗଠନ, ବ୍ରିକ୍ସ, ଭାରତ-ଋଷ-ଚୀନ ତ୍ରିପାକ୍ଷିକ ଫୋରମରେ ଆଗକୁ ହେବାକୁ ଥିବା ବୈଠକରେ ଋଷିଆ ଉଭୟ ଦେଶ ସହ ସହଯୋଗ ବୃଦ୍ଧି କରିବାକୁ ଆଗ୍ରହୀ | କୋରୋନା ସଂକଟ କାରଣରୁ ଋଷ ପକ୍ଷରୁ ଭାରତକୁ ମିଳିବାକୁ ଥିବା ଏସ-400 ମିସାଇଲ ଡିଫେନ୍ସ ସିଷ୍ଟମ ମିଳିବାର ବିଳମ୍ବ ହୋଇପାରେ | ଏହା ସହିତ ଅନ୍ୟ ସାମରିକ ଉପକରଣ ହସ୍ତାନ୍ତର କରିବା ପ୍ରକ୍ରିୟା କାର୍ଯ୍ୟକାରୀ ହେବାକୁ ସମୟ ଲାଗିବ |
ଲଦାଖ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଭାରତର ସାମ୍ନା ଡ୍ରାଗନ ସେନା ହୋଇଥିଲା | ଏହି ବିବାଦର ସମାଧାନ ପାଇଁ ସାମରିକ ଏବଂ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି | ସାମରିକ ଏବଂ ପ୍ରାଦ୍ୟୋଗିକ କ୍ଷେତ୍ରରେ ସହଯୋଗ କରିବା ପାଇଁ ହୋଇଥିବା ବୁଝାମଣାକୁ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତିବଦ୍ଧ ଥିବା ନେଇ ଜଣାଇଛନ୍ତି ଋଷୀୟ ଦୂତାବାସର ଉପ ପ୍ରମୁଖ |
ଆମେରିକାର ଚେତାବନୀ ସତ୍ତ୍ୱେ ୨୦୧୮ ଅକ୍ଟୋବରରେ ୫ଟି ଏସ-400 ମିସାଇଲ ଡିଫେନ୍ସ ସିଷ୍ଟମ କ୍ରୟ କରିବା ପାଇଁ ପାରମ୍ପରିକ ସାମରିକ ସହଯୋଗୀ ଋଷ ସହ ୫ ଆରବ ଡଲାରର ଚୁକ୍ତି ସ୍ୱାକ୍ଷର କରିଥିଲା ଭାରତ | ଏଥିପାଇଁ ଋଷକୁ ପ୍ରାଥମିକ ପର୍ଯ୍ୟାୟରେ ୮୦ କୋଟି ଡଲାର ଭାରତ ପକ୍ଷରୁ ପ୍ରଦାନ କରାଯାଇଥିଲା | ଋଷୀୟ ସାମରିକର ଉପକରଣ ନିର୍ମାଣକାରୀ ସଂସ୍ଥା ଫେଡେରାଲ ସର୍ଭିସ ଫର ମିଲିଟାରୀ ଟେକ୍ନୋଲୋଜି କର୍ପୋରେସନ(ଏଫଏସଏମଟିସି) ଉପନିର୍ଦ୍ଦେଶକ ଭ୍ଳାଦମିର ଡ୍ରୋଜଜୋବ ଫେବୃଆରୀରେ କହିଥିଲେ ଆସନ୍ତା ୨୦୨୧ ସୁଦ୍ଧା ଆକାଶ ମାର୍ଗରେ ଯେ କୌଣସି ଟାର୍ଗେଟକୁ ଲକ୍ଷ୍ୟଭେଦ କରି ପାରୁଥିବା ଏସ-400 ମିସାଇଲ ଡିଫେନ୍ସ ସିଷ୍ଟମ ଭାରତକୁ ପ୍ରଦାନ କରିବ |
ଆମେରିକା ନେତୃତ୍ୱାଧିନ ରାଷ୍ଟ୍ରଙ୍କୁ ନେଇ ଗଠିତ ଗ୍ରୁପ-7 ଗୋଷ୍ଠୀରେ ଭାରତ, ଋଷ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆକୁ ସାମିଲ କରିବା ନେଇ ଆମେରକୀୟ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ଋଷୀୟ ଦୂତାବାସର ଉପ ପ୍ରମୁଖ ରୋମନ ବାବୁସ୍କିନ କହିଛନ୍ତି ଏହି ସମୂହ ନିଜର ସମୟ ପୁରା କରିସାରିଛି | ଗ୍ରୁପ-20 ଗୋଷ୍ଠୀର ସଦସ୍ୟ ରାଷ୍ଟ୍ର କୌଣସି ଆନ୍ତର୍ଜାତୀୟ ସମସ୍ୟାର ସମାଧାନ କରିବାକୁ ସକ୍ଷମ |