close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାରତ କୂଟନୈତିକ ଚକ୍ରବ୍ୟୂହରେ ଫସିଲା ପାକିସ୍ତାନର ଏକମାତ୍ର ବନ୍ଧୁ!

ପୁଣି ଆତଙ୍କୀସ୍ତାନ ପାକିସ୍ତାନକୁ ପାନେ ଦେଇଛି ଭାରତ। ପୁଣି କାମରେ ଆସିଛି ମୋଦିଙ୍କ କୂଟନୀତି। ପାକିସ୍ତାନର ଏକମାତ୍ର ବନ୍ଧୁ ଥିବା ଚୀନକୁ ବି.. ଭାରତ ତା'ର କୂଟନୈତିକ ଚକ୍ରବ୍ୟୂହରେ ଫସାଇବାରେ ସକ୍ଷମ ହୋଇଛି। ଆଉ ଚାଲାକ ଚୀନ ଏମିତି ଫସିଲା ଯେ, ବନ୍ଧୁ ପାକିସ୍ତାନ ସପକ୍ଷରେ ପଦେ କହିପାରିଲା ନାହିଁ। 

ଭାରତ କୂଟନୈତିକ ଚକ୍ରବ୍ୟୂହରେ ଫସିଲା ପାକିସ୍ତାନର ଏକମାତ୍ର ବନ୍ଧୁ!
India china relations getting stronger than pakistan.

ପୁଣି ଆତଙ୍କୀସ୍ତାନ ପାକିସ୍ତାନକୁ ପାନେ ଦେଇଛି ଭାରତ। ପୁଣି କାମରେ ଆସିଛି ମୋଦିଙ୍କ କୂଟନୀତି। ପାକିସ୍ତାନର ଏକମାତ୍ର ବନ୍ଧୁ ଥିବା ଚୀନକୁ ବି.. ଭାରତ ତା'ର କୂଟନୈତିକ ଚକ୍ରବ୍ୟୂହରେ ଫସାଇବାରେ ସକ୍ଷମ ହୋଇଛି। ଆଉ ଚାଲାକ ଚୀନ ଏମିତି ଫସିଲା ଯେ, ବନ୍ଧୁ ପାକିସ୍ତାନ ସପକ୍ଷରେ ପଦେ କହିପାରିଲା ନାହିଁ। ଓଲଟା ଆତଙ୍କବାଦୀଙ୍କ କାରଖାନ ଖୋଲିଥିବା ପାକିସ୍ତାନକୁ ପରୋକ୍ଷରେ ବିରୋଧ କରିବାକୁ ବାଧ୍ୟ ହୋଇଛି। ଅର୍ଥାତ୍ ଇମ୍ରାନ ଖାନଙ୍କ ପାକିସ୍ତାନ ବର୍ତ୍ତମାନ ସାରା ଦୁନିଆରେ ପୂରା ଏକା ହୋଇଯାଇଛି। ମୋଦିଙ୍କ ଆତିଥ୍ୟ ଗ୍ରହଣ କରି ଦୁଇଦିନିଆ ଗସ୍ତରେ ଆସିଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍.. ଚୀନ ଓ ଭାରତ ମଧ୍ୟର ଚେନ୍ନାଇ କନେକ୍ଟ ଜରିଆରେ ମୋଦି ଡ୍ରାଗନ୍ କିଙ୍ଗ୍ ଜିନପିଙ୍ଗଙ୍କୁ ଆଗ ଐତିହ୍ୟ ସହ ସାକ୍ଷାତ କରାଇଥିଲେ। ପରେ ଭାରତୀୟ ସଂସ୍କୃତିର ଝଲକ ଦେଖାଇଥିଲେ। ଆଉ ଶେଷରେ ଅଣଔପଚାରିକ ଆଲୋଚନାରେ ଔପଚାରିକ କଥାର ଛୁଙ୍କ ଦେଇ ପାକିସ୍ତାନର ସାଥୀ ଚୀନ ଜରିଆରେ ଆତଙ୍କବାଦର ବିଷ ଦାନ୍ତ ଓଗାଳିବାକୁ ପ୍ଲାନ୍ କରିଥିଲେ।ମାନେ ଏଣିକି ପାକିସ୍ତାନ ଟିକେ ବଦମାସି କଲେ ଭାରତ କଡ଼ା ଜବାବ ଦେବ। ଦରକାର ପଡ଼ିଲେ ଚୀନ ଭାରତର ସାଥ୍ ଦେବ ପଛେ.. ପାକିସ୍ତାନ ପିଠିରେ ପଡ଼ିବ ନାହିଁ।

ଦୁଇଦିନ ଧରି ମହାବଳିପୂରମରେ ଦୁଇ ବିଶ୍ୱନେତା ସମୁଦ୍ର କୂଳରେ କରିଥିବା ମନ୍ଥନର ରେଜଲ୍ଟ ସମ୍ପର୍କିତ ସୂଚନା ମହାବଳିପୂରମରେ ସରିଛି ଦୁଇ ମହାବଳିଙ୍କ ମହାମିଳନ। ଆଉ ସରିଛି ନାନା ପ୍ରସଙ୍ଗକୁ ନେଇ ମାନସ ମନ୍ଥନ.. ଦୁଇଦିନିଆ ଭାରତ ଗସ୍ତ ସାରି ଚାଲିଯାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। କିନ୍ତୁ ତା' ଆଗରୁ ହୋଇଥିବା ଭାରତ ଚୀନ ଗୋଲ୍ ଟେବୁଲ ବୈଠକରେ ଉଠିଥିଲା ଦୁନିଆର ସବୁଠାରୁ ବଡ଼ ପୀଡ଼ା କଥା। ଆତଙ୍କବାଦର କଥା.. ଉଭୟ ଟ୍ରେଡ୍ ଓ ଟେରର୍ ଉପରେ ଆଲୋଚନା ହୋଇଥିଲା..ଭାରତ ସିଧା ପାକିସ୍ତାନର ISI ଓ ଜୈଶ କଥା ଉଠାଇଥିଲା।ମାତ୍ର ପାକିସ୍ତାନ ପୁରୁଣା ସାଥୀ ଚୀନ ରାଷ୍ଟ୍ରପତିଙ୍କ ମୁଣ୍ଡରେ କାଶ୍ମୀର ପ୍ରସଙ୍ଗ ଥିଲେ ସୁଦ୍ଧା ସେ ମୁହଁକୁ ଆଣିପାରି ନ ଥିଲେ। ମୋଦିଙ୍କ କୂଟନୈତିକ ବ୍ରହ୍ମାସ୍ତ୍ରରେ ତାହା ଜିନପିଙ୍ଗଙ୍କ ତଣ୍ଟିରେ ହିଁ ଅଟକି ଯାଇଥିଲା।

ମହାବଳିପୂରମରେ ଭାରତ-ଚୀନ ବାର୍ତ୍ତା ଶୁଣି ଆତଙ୍କୀସ୍ତାନ ପାକିସ୍ତାନ ଏକଦମ୍ ଝାଳନାଳ। ଆତଙ୍କବାଦ ଉପରେ ପାକିସ୍ତାନକୁ ଏଯାବତ ଚୀନଠାରୁ ଯେଉଁ ସମର୍ଥନ ମିଳିଆସୁଥିଲା.. ତାହା ମହାବଳିପୂରମ ଅଧ୍ୟାୟ ଅବସରରେ PM ମୋଦି ତାଙ୍କ କୂଟନୈତିକ ବ୍ରହ୍ମାସ୍ତ୍ର ଚଳାଇ। ସେହି ସମର୍ଥନର ଅନ୍ତ ଘଟାଇଛନ୍ତି।

ଆପଣଙ୍କ ପାଇଁ।ଦେଶ ପାଇଁ.. ସାରା ଦୁନିଆ ପାଇଁ। ସବୁଠାରୁ ବଡ଼ ଖବର, ଖୁସିର ଖବର ଚେନ୍ନାଇରୁ ଆସିଛି.. ଆଉ ଆମେ ସେହି ଖବରକୁ ବିସ୍ତାର ଭାବେ ଆପଣଙ୍କୁ ଜଣାଉଛୁ, କିନ୍ତୁ ତା'ପୂର୍ବରୁ ପ୍ରଥମେ ଜାଣନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଚେନ୍ନାଇର କୋବ୍ ରିସର୍ଟରେ ଦୁନିଆ ବଦଳାଇ ଦେବା ଭଳି କ'ଣ ସବୁ ବଡ଼ ଚର୍ଚ୍ଚା ଆଲୋଚନା ହୋଇଛିଥିଲା
ପ୍ରଧାନମନ୍ତ୍ରୀ ମୋଦି ଚୀନର ୭୦ତମ ବର୍ଷପୂର୍ତ୍ତି ଅବସରରେ ପ୍ରଥମେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତା' ପରେ ଭାରତ-ଚୀନ ମଧ୍ୟର ୨ହଜାର ବର୍ଷ ପୁରୁଣା ସମ୍ପର୍କ ଉପରେ ମନକୁ ଛୁଇଁବା ଭଳି କଥାମାନ କହିଥିଲେ।
ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ପିଏମ୍ ମୋଦିଙ୍କୁ ପ୍ରଶଂସା କରିବାରେ ପଛାଇ ନ ଥିଲେ, ସେ କହିଥିଲେ, ତାଙ୍କୁ ଭାରତରେ ଅଭୂତପୂର୍ବ ସମ୍ମାନ ଦିଆଯାଇଛି। ଏହାପରେ ଦୁଇ ବିଶ୍ୱନେତାଙ୍କ ମଧ୍ୟରେ ବ୍ୟବସାୟ ଓ ସଂସ୍କୃତିକୁ ନେଇ ଆଲୋଚନା ହୋଇଥିଲା। ତା'ପରେ ସବୁଠାରୁ ବଡ଼ ପ୍ରସଙ୍ଗର ପାଳି ଆସିଥିଲା। ଯାହା ଉପରେ ଭାରତ ବିଶେଷ ଭାବେ ଚୀନ ସହ ଗମ୍ଭୀର ଆଲୋଚନା କରିବାକୁ ଚାହୁଁଥିଲା। ସେହି ପ୍ରସଙ୍ଗ ଥିଲା ଆତଙ୍କବାଦର।

ଉଭୟ ବିଶ୍ୱନେତା PM ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗ ଏହା ଉପରେ ସହମତି ପ୍ରକାଶ କରିଥିଲେ। ବର୍ତ୍ତମାନ ଦୁନିଆରେ ଆତଙ୍କବାଦ ଓ କଠୋରବାଦ୍ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍। ଆଉ ଏହାର ମୁକାବିଲା ପାଇଁ ଉପାୟ ବାହାର କରିବା ଉଭୟ ଭାରତ ଓ ଚୀନ ପାଇଁ ବହୁତ ଜରୁରୀ। ଆତଙ୍କବାଦ ଉପରେ ଏହି ଆଲୋଚନା ଏତିକିରେ ଶେଷ ହୋଇ ନ ଥିଲା। PM ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସାମନାରେ ପ୍ରଥମ ଥର ପାଇଁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ISI ଓ ଆତଙ୍କବାଦୀ ସଂଗଠନ ଲଶ୍କର ଓ ଜୈଶର ଷଡ଼ଯନ୍ତ୍ର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଆଉ ଚୀନ ଆଗରେ ପାକିସ୍ତାନର ସେହି ଆତଙ୍କର ଚେହେରାକୁ ପୂରା ଖୋଲି ଦେଇଥିଲେ।

କୋବ ରିସର୍ଟରେ ମୋଦି-ଜିନପିଙ୍ଗଙ୍କ ଏହି ଆଲୋଚନାକୁ ନେଇ ପାକିସ୍ତାନ ବହୁତ ବିବ୍ରତ ହୋଇଉଠିଛି। କାରଣ ସେ ସେହି ପାକିସ୍ତାନ.. ଯାହାର ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପକୁ ଚୀନ ଏଯାବତ୍ ଜାତିସଂଘ ମଞ୍ଚରେ ବି ପରଦା ପକାଇ ଆସୁଥିଲା। ତେବେ ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନ PM ଇମ୍ରାନ ଖାନ ବେଜିଂ ଯାଇ ଆସିଥିଲେ। ଏନେଇ ସାକ୍ଷାତ ଆଲୋଚନା ବେଳେ ଖୋଦ୍ ଜିନପିଙ୍ଗ୍ PM ମୋଦିଙ୍କୁ ଜଣାଇଥିଲେ।

ଭାରତ ଚୀନ ମଧ୍ୟରେ ଆତଙ୍କବାଦକୁ ନେଇ ଯେଉଁ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ତାହା ଆପଣଙ୍କୁ ଭଲ ଭାବରେ ଜଣାଥିବ। ତେବେ ଏହି ଆଲୋଚନାର ଅର୍ଥ ଭାରତ ପାଇଁ କ'ଣ, ଚୀନ ଦୃଷ୍ଟିରେ କ'ଣ। ଆଉ ପାକିସ୍ତାନ ପାଇଁ ଏହି ଆଲୋଚନାରେ ଶିଖିବା ଭଳି କ'ଣ ସବୁ ଛପି ରହିଛି। ତାହା ବର୍ତ୍ତମାନ ଜାଣନ୍ତୁ।

ପ୍ରଥମ ବଡ଼ କଥା- ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେଲେ ଭାରତର ସାଥ୍ ଚୀନ ଦେଇପାରେ
ଦ୍ୱିତୀୟ ବଡ଼ କଥା- ଆତଙ୍କବାଦ ଷଡ଼ଯନ୍ତ୍ର କ୍ଷେତ୍ରରେ ଏଣିକି ପାକିସ୍ତାନକୁ ଆଉ ଚୀନର କୌଣସି କୂଟନୈତିକ ସମର୍ଥନ ମିଳିବନି
ତୃତୀୟ ବଡ଼ କଥା- ପାକିସ୍ତାନ ଯଦି ଆଗକୁ ଭାରତରେ ପୁଲୱାମା ଭଳି ଆତଙ୍କବାଦୀ ଆକ୍ରମଣ କରାଇବ, ତେବେ ଏଥର ଖୋଦ୍ ଚୀନ ପାକିସ୍ତାନକୁ କଡ଼ ଜବାବ ଦେଇପାରେ

ଏମିତି ଆଶା ଏଥିପାଇଁ ବଢ଼ିଯାଇଛି ଯେ,  ମହାବଳିପୂରମରେ ଏ ଶତାବ୍ଦୀର ତଥା ଏସିଆ ମହାଦେଶର ଦୁଇଜଣ ମହାବଳି ନେତା ପ୍ରଥମ ଥର ପାଇଁ ମିଳିତ ସ୍ୱରରେ ଆତଙ୍କବାଦ ଉପରେ ବଡ଼ ପ୍ରହାର କରିଛନ୍ତି। ଆଉ ଏହି ପ୍ରହାର ପରେ ଏଣିକି ପାକିସ୍ତାନକୁ ତା'ର ନିଜ ଔକାତ ଭିତରେ ରହିବାକୁ ହେବ