close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆରସିଇପିରେ ସାମିଲ ହେବନି ଭାରତ

ଆରସିଇପିରେ ସାମିଲ ହେବାକୁ ମନା କରି ଦେଲା ଭାରତ । ରିଜନଲ କମ୍ପେହେନସିବ ଇକୋନୋମି ପାର୍ଟନରଶିପ(ଆରସିଇପି)କୁ ଭାରତରେ ବିରୋଧ କରାଯାଉଥିଲା । ବିରୋଧୀ କଂଗ୍ରେସ ସମେତ ବହୁ ରାଜନୈତିକ ଦଳ ଏହାର ବିରୋଧରେ ଥିଲା । ଏଥିରେ ଭାରତ ସାମିଲ ହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥାନ୍ତା । ଯାହା ପରେ ମୋଦି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଆରସିଇପିରେ ସାମିଲ ହେବନି ଭାରତ
ଆରସିଇପିରେ ସାମିଲ ହେବନି ଭାରତ

ନୂଆଦିଲ୍ଲୀ: ଆରସିଇପିରେ ସାମିଲ ହେବାକୁ ମନା କରି ଦେଲା ଭାରତ । ରିଜନଲ କମ୍ପେହେନସିବ ଇକୋନୋମି ପାର୍ଟନରଶିପ(ଆରସିଇପି)କୁ ଭାରତରେ ବିରୋଧ କରାଯାଉଥିଲା । ବିରୋଧୀ କଂଗ୍ରେସ ସମେତ ବହୁ ରାଜନୈତିକ ଦଳ ଏହାର ବିରୋଧରେ ଥିଲା । ଏଥିରେ ଭାରତ ସାମିଲ ହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥାନ୍ତା । ଯାହା ପରେ ମୋଦି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଆରସିଇପି ହେଉଛି ଏକ ବାଣିଜ୍ୟିକ ଚୁକ୍ତିନାମା । ଏହି ଚୁକ୍ତି ଅନୁସାରେ ସଦସ୍ୟ ଦେଶ ପରସ୍ପରକୁ ବ୍ୟବସାୟ କ୍ଷେତ୍ରରେ ବହୁ  ରିହାତି ଦେବ । ଏହା ଅନ୍ତର୍ଗତ ଆମଦାନୀ ଉପରେ କର ଦେବାକୁ ପଡ଼ିବ ନାହିଁ ବା ବହୁତ କମ କର ଦେବାକୁ ପଡ଼ିବ । ଏଥିରେ ଆସିଆନର ୧୦ଟି ଦେଶ ସହ ଅନ୍ୟ ୬ଟି ଦେଶ ସାମିଲ ରହିଛି । 

ଆରସିଇପିରେ ଭାରତ ସାମିଲ ହେବାକୁ ନେଇ ଦେଶସାରା ବିରୋଧ ପ୍ରଦର୍ଶନ ଚାଲୁଥିଲା । ବିଶେଷ କରି ଚାଷୀ ସଙ୍ଗଠନ ତରଫରୁ ଏହାର କଡ଼ା ବିରୋଧ କରାଯାଇଛି । ଚାଷୀଙ୍କ ଅନୁସାରେ ଏହି ଚୁକ୍ତି ହେବାରୁ ଦେଶର ଏକ ତୃତୀୟାଂଶ ବଜାର ନ୍ୟୁଜିଲାଣ୍ଡ, ଆମେରିକା ଓ ୟୁରୋପ ପରି ଦେଶ ଦଖଲରେ ଆସିଯିବ । ଯାହାଫଳରେ ଭାରତୀୟ ଚାଷୀଙ୍କୁ ଉତ୍ପାଦନର ଯେଉଁ ମୂଲ୍ୟ ମିଳୁଥିଲା, ସେଥିରେ ହ୍ରାସ ଘଟିବ ।

ଅଖିଲ ଭାରତୀୟ କିସାନ ସଂଘର୍ଷ ସମନ୍ୱୟ ସମିତି ଚିନ୍ତା ବ୍ୟକ୍ତ କରି କହିଛି ଯେ ଯଦି ଭାରତ ଆଇସିଇପିରେ ସାମିଲ ହେବେ ତେବେ ଦେଶର କୃଷି କ୍ଷେତ୍ରରେ ବହୁତ ଖରାପ ପ୍ରଭାବ ପଡିବ । ଏହାର ପ୍ରଭାବ ଯୋଗୁଁ ଭାରତର ଡେଏରୀ ଉଦ୍ୟୋଗକୁ ସଂପୂର୍ଣ୍ଣ ଭାବେ ଶେଷ ହୋଇଯିବ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି ।