• ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ
  • ନାନକପୁରା ସ୍କୁଲ ବୁଲିଲେ ଆମେରିକାର ପ୍ରଥମ ମହିଳା
  • ଭାରତ ଭ୍ରମଣକୁ କେବେ ଭୁଲି ହେବ ନାହିଁ: ମେଲାନିଆ
  • ଦିଲ୍ଲୀ ହିଂସା ଘଟଣା
  • ହିଂସାକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ମୃତକଙ୍କ ମଧ୍ୟରେ ଜଣେ ପୋଲିସ ହେଡ୍ କଷ୍ଟବଲ
  • ହିଂସାକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଥିଲେ ଉପସ୍ଥିତ
  • କପିଲ ମିଶ୍ରାଙ୍କ ବୟାନକୁ ନେଇ ବଢ଼ୁଛି ବିବାଦ
  • ଦଳ ଭିତରୁ ପ୍ରତିବାଦର ସ୍ୱର

ନିଜାମ ପାଣ୍ଠି ଯୁଦ୍ଧରେ ଭାରତର ଜିତ, ପାକ ହରାଇବ କୋଟି

ପୁଣି ଅନ୍ତର୍ଜାତୀୟ ସ୍ତରରେ ଅପଦସ୍ତ ହୋଇଛି ପାକିସ୍ତାନ। ଦୀର୍ଘ ଦିନରୁ ନିଜାମ ଫଣ୍ଡ କେସରେ ମାମଲାରେ ଭାରତର ବିଜୟ ହୋଇଛି। ସେପଟେ ଏହି ମାମଲା ଲଢିବା ପାଇଁ ଭାରତ ଖର୍ଚ୍ଚ କରିଥିବା ଅର୍ଥକୁ ମଧ୍ୟ ସୁଝିବ ପାକିସ୍ତାନ। 

ନିଜାମ ପାଣ୍ଠି ଯୁଦ୍ଧରେ ଭାରତର ଜିତ, ପାକ ହରାଇବ କୋଟି

ଲଣ୍ଡନ: ପୁଣି ଅନ୍ତର୍ଜାତୀୟ ସ୍ତରରେ ଅପଦସ୍ତ ହୋଇଛି ପାକିସ୍ତାନ। ଦୀର୍ଘ ଦିନରୁ ନିଜାମ ଫଣ୍ଡ କେସରେ ମାମଲାରେ ଭାରତର ବିଜୟ ହୋଇଛି। ସେପଟେ ଏହି ମାମଲା ଲଢିବା ପାଇଁ ଭାରତ ଖର୍ଚ୍ଚ କରିଥିବା ଅର୍ଥକୁ ମଧ୍ୟ ସୁଝିବ ପାକିସ୍ତାନ। 

ସୂଚନା ଯୋଗ୍ୟ ଦୀର୍ଘ ୭୦ ବର୍ଷରୁ ଅନ୍ତର୍ଜାତୀୟ କୋର୍ଟରେ ଚାଲିଥିବା ହାଇଦ୍ରାବାଦର ନିଜାମ ପାଣ୍ଠି ମାମଲାରେ ପାକିସ୍ତାନର ପରାଜୟ ହୋଇଛି। ଫଳରେ ପ୍ରାୟ ୩୫ ମିଲିଅନ ପାଉଣ୍ଡ ଅର୍ଥ ରାଶି ଭାରତକୁ ମିଳିବ। ତେବେ ଏହି ମାମଲା ଲଢିବା ପାଇଁ ଯେଉଁ ଅର୍ଥ ଭାରତ ଖର୍ଚ୍ଚ କରିଛି ତାହାର ୬୫ ପ୍ରତିଶତ ଅର୍ଥ ମଧ୍ୟ କ୍ଷତିପୁରଣ ଦେବ ଭାରତ। ସେପଟେ ବ୍ରିଟେନରେ ଥିବା ଭାରତୀୟ ଦୂତାବାସକୁ ଏବାବଦରେ ପ୍ରାୟ ଲକ୍ଷାଧିକ ପାଉଣ୍ଡର ଅର୍ଥ ମଧ୍ୟ ମିଳିବ ବୋଲି ସେ କହିଥିଲେ। 

ଲଣ୍ଡନରେ ଥିବା ଭାରତ ସରକାରଙ୍କ ଅଧିକାରୀମାନେ କହିଛନ୍ତି କି, ଭାରତକୁ ପ୍ରାୟ ୩୫ ମିଲିୟନ ପାଉଣ୍ଡ ମିଳିବ। ଭାରତୀୟ ରାଶିରେ ଏହା ପ୍ରାୟ ୩୨୫ କୋଟି ଟଙ୍କା ହେବ। ଏହି ରାଶି ୧୯୪୭ ସେପ୍ଟେମ୍ବର ୨୦ ତାରିଖରୁ ନ୍ୟାସନାଲ ଓ୍ୱେଷ୍ଟମିଷ୍ଟର ବ୍ୟାଙ୍କରେ ପଡ଼ି ରହିଥିଲା। ଏହି ଅର୍ଥ ଉପରେ ପାକିସ୍ତାନ ମଧ୍ୟ ହକ ଜାହିର କରି ଆସୁଥିଲା। ତେବେ ଦୀର୍ଘ ୭୦ ବର୍ଷର ଆଇନଗତ ଲଢେଇ ପରେ ଭାରତ ଏହି ଅର୍ଥରାଶି ପାଇବାକୁ ଯାଉଛି। 

ଭାରତର ୮ମ ନିଜାମ ମୁକରମ ଜାହାଙ୍କ ସପକ୍ଷରେ ଗତବର୍ଷ କୋର୍ଟ ରାୟ ଶୁଣାଇଥିଲେ। ମୁକରମ ଏବଂ ତାଙ୍କ ସାନ ଭାଇ ମୁଫଖମ ଜାହା ପାକିସ୍ତାନ ବିପକ୍ଷରେ ଲଣ୍ଡନ ହାଇକୋର୍ଟରେ ଗତ ୬ ବର୍ଷ ଧରି ଏହି ମାମଲା ଲଢି ଆସୁଥିଲେ। ତେବେ ଏହାରି ମଧ୍ୟରେ ବ୍ୟାଙ୍କ କର୍ତ୍ତୃପକ୍ଷ କୋର୍ଟକୁ ପ୍ରଦାନ କରିଥିଲେ। 

ସରକାରୀ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଭାରତର ସରକାରଙ୍କୁ ପାଖକୁ ପ୍ରାୟ ୨୬ କୋଟି ଟଙ୍କା ଆସିବ। ଏହି ରାଶି ପାକିସ୍ତାନ ଦେବ। ତେବେ ଏହି ରାଶି ଲଣ୍ଡନ ହାଇକୋର୍ଟରେ ମାମଲା ଲଢିଥିବା ସମୟରେ ଭାରତ ଖର୍ଚ୍ଚ କରିଥିବା ଅର୍ଥର ପ୍ରାୟ ୬୫ ପ୍ରତିଶତ।