close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାରତକୁ ମିଳିଲା ରାଫେଲ, ଛାନିଆ ହେଲା ଆତଙ୍କୀସ୍ତାନ

ଫ୍ରାନ୍ସର ବିମାନ ନିର୍ମାଣକାରୀ କମ୍ପାନୀ ଦାସଲ୍ଟ ପକ୍ଷରୁ ଭାରତକୁ ପ୍ରଥମ ରାଫେଲ ବିମାନ ହସ୍ତାନ୍ତର ।  ଫ୍ରାନ୍ସର ଏରିନେକ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ଶସ୍ତ୍ର ପୂଜା କରିବା ସହ ପରୀକ୍ଷା ମୂଳକ ଭାବରେ ଅଧଘଣ୍ଟାଏ ଉଡ଼ାଣ ଭରିଛନ୍ତି । ବିଶ୍ୱକୁ ଦମ୍ ଦେଖାଇଛି ଭାରତୀୟ ବାୟୁସେନା, ଛାନିଆ ପାକିସ୍ତାନ । ପୂର୍ବରୁ ପରମାଣୁ ବୋମା ଡର ଦେଖାଉଥିବା ଆତଙ୍କୀସ୍ତାନ ଏବେ ପୂରା ଚୁପ୍, ନା' ପାଟିରୁ କାଥା ବାହାରୁଛି ନା' ସହି ପାରୁଛି । ମଝିରେ ମଝିରେ ମନ ନ ବୁଝିଲେ ଔଷଧ ବିକଳରେ ତାଟିଆ କାମୁଡ଼ୁଛି ।

ଭାରତକୁ ମିଳିଲା ରାଫେଲ, ଛାନିଆ ହେଲା ଆତଙ୍କୀସ୍ତାନ
India gets Rafel fighter jets from France.

ନୂଆଦିଲ୍ଲୀ: ଫ୍ରାନ୍ସର ବିମାନ ନିର୍ମାଣକାରୀ କମ୍ପାନୀ ଦାସଲ୍ଟ ପକ୍ଷରୁ ଭାରତକୁ ପ୍ରଥମ ରାଫେଲ ବିମାନ ହସ୍ତାନ୍ତର ।  ଫ୍ରାନ୍ସର ଏରିନେକ ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ଶସ୍ତ୍ର ପୂଜା କରିବା ସହ ପରୀକ୍ଷା ମୂଳକ ଭାବରେ ଅଧଘଣ୍ଟାଏ ଉଡ଼ାଣ ଭରିଛନ୍ତି ।  ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ କରିଥିଲେ ଆଲୋଚନା ।  ରାଫେଲ ଗ୍ରହଣ କରିବା ପାଇଁ ସୋମବାର ରାତିରେ ପ୍ୟାରିସ ଗସ୍ତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଶସ୍ତ୍ର ପୂଜା କରିବା ପରେ ଦେଶର ପ୍ରଥମ ରାଫେଲ ବିମାନ ଫ୍ରାନ୍ସଠୁ ଗ୍ରହଣ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ମେରିନେକରେ ପହଞ୍ଚିବା ପରେ କମ୍ପାନୀ ପକ୍ଷରୁ ବିମାନ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦାସଲ୍ଟ କମ୍ପାନୀ ଅଧିକାରୀଙ୍କ ସହ  ଫ୍ରାନ୍ସ ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ରାଜନାଥ ପ୍ରଥମ ରାଫେଲ ଜେଟ୍ ବିମାନ ଗ୍ରହଣ କରିଛନ୍ତି ।

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ ଭାରତକୁ ମିଳିଛି ରାଫେଲ ବିମାନ ।  ଏହାସହିତ ମଙ୍ଗଳବାର ଦେଶରେ ଦଶହରା ପାଳନ ହେଉଥିବାବେଳେ ଫ୍ରାନ୍ସରେ ବିମାନ ଗ୍ରହଣ ପୂର୍ବରୁ ପାରମ୍ପରିକ ଶସ୍ତ୍ର ପୂଜା କରିଥିଲେ ରାଜନାଥ ସିଂହ ।  ଆସନ୍ତା ବର୍ଷ ମେ' ମାସରେ ଭାରତକୁ ପ୍ରଥମ ଆଉ ୪ଟି ରାଫେଲ ବିମାନ ହସ୍ତାନ୍ତର କରିବାକୁ ଲକ୍ଷ୍ୟ ରଖିଛି ଦାସଲ୍ଟ କମ୍ପାନୀ । ସମସ୍ତ ୩୬ଟି ବିମାନ ୨୦୨୨ ସେପ୍ଟେମ୍ବର ସୁଦ୍ଧା ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି । ପ୍ରାୟ ୫୯ ହଜାର କୋଟି ଟଙ୍କା ମୂଲ୍ୟରେ ୩୬ଟି ରାଫେଲ ବିମାନ ପାଇଁ ୨୦୧୬ ସେପ୍ଟେମ୍ବରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ସେପଟେ ବିଶ୍ୱକୁ ଦମ୍ ଦେଖାଇଛି ଭାରତୀୟ ବାୟୁସେନା । ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସରେ ୮୭ତମ ଭାରତୀୟ ବାୟୁସେନା ଦିବସ ପାଳିତ ହୋଇଛି । ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବାୟୁସେନାର ଫ୍ଲାଇପାଷ୍ଟ କାର୍ଯ୍ୟକ୍ରମରେ ବାୟୁସେନା ନିଜର ପରାକ୍ରମ ଦେଖାଇଛି । ବାଲାକୋଟ୍ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ଏଫ 16 ବିମାନ ଖସାଇଥିବା ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଣି ଥରେ ମିଗ୍ ୨୧ ଯୁଦ୍ଧ ବିମାନ ଉଡ଼ାଇଥିଲେ । ଏହି ସମୟରେ ୩ଟି ମିରାଜ୍ ୨୦୦୦ ଏୟାରକ୍ରାଫ୍ଟ ଏବଂ ସୁଖୋଇ ବିମାନ ଆକାଶରେ ପରାକ୍ରମ ଦେଖାଇଥିଲା । ଆକାଶ ଗଙ୍ଗା ଟିମ, ଗରୁଡ୍ କମାଣ୍ଡୋ ୟୁନିଟ୍, ଏୟାର ୱାରିଅର ସୋ' ଏବଂ ମେକ୍ ଇନ୍ ଇଣ୍ଡିଆ ଥିମରେ ପ୍ରଦର୍ଶନ କରିଥିଲେ । ଏୟାର ସୋ'ରେ ଟିମ୍ ସାରଙ୍ଗ୍, ଆକାଶରେ ହୃଦ୍ୟର ଆକୃତି ତିଆରି କରି ସାଜିଥିଲା ମୁଖ୍ୟ ଆକର୍ଷଣ ।  ଏୟାର ସୋ' ସମୟରେ ଅପାଚେ, ଚିନୁକ୍, ଡକୋଟା, ତେଜସ, ସୂର୍ଯ୍ୟ କିରଣ ଏବଂ ବାୟୁସେନାର ଯୁଦ୍ଧ ବିମାନ ନିଜ ଦମ୍ ଦେଖାଇଥିଲେ । କାର୍ଯ୍ୟକ୍ରମରେ ୩ ସେନା ମୁଖ୍ୟଙ୍କ ସହ  ଅନେକ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

ପୂର୍ବରୁ ପରମାଣୁ ବୋମା ଡର ଦେଖାଉଥିବା ଆତଙ୍କୀସ୍ତାନ ଏବେ ପୂରା ଚୁପ୍, ନା' ପାଟିରୁ କାଥା ବାହାରୁଛି ନା' ସହି ପାରୁଛି । ମଝିରେ ମଝିରେ ମନ ନ ବୁଝିଲେ ଔଷଧ ବିକଳରେ ତାଟିଆ କାମୁଡ଼ୁଛି । ଯେମିତି ପ୍ରତିରକ୍ଷା ମନ୍ତ୍ରୀଙ୍କ ହାତକୁ ରାଫେଲ ହସ୍ତାନ୍ତର ହେଲା ସେତେବେଳେ ହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହାର୍ଟ ଏଟେକ ଆସିଯାଇଥିବ! ଏବେ ପାକିସ୍ତାନରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେମିତି ଅଜାଗା ଘା ଦେଖି ହୁଏ ନାହିଁ, କି ଦେଖାଇ ହୁଏ ନାହିଁ । ବର୍ତ୍ତମାନ ଜାତିସଂଘଠୁ ଆରମ୍ଭ କରି ଅନ୍ୟାନ୍ୟ ଦେଶ ଓ ଶିଳ୍ପ ସଂସ୍ଥାକୁ ପୁଞ୍ଜି ନିବେଶ ପାଇଁ ସହଯୋଗ ମାଗି ଲଜ୍ଜିତ ହୋଇସାରିଛି ପାକିସ୍ତାନ । ଆତଙ୍କବାଦ ପରଦା ପଛର ନାୟକ ସାଜିଥିବା ପାକିସ୍ତାନକୁ ଆଉ କେହି ପସନ୍ଦ କରୁ ନାହାନ୍ତି, ଯାହାକୁ ସହାୟତା ମାଗୁଛି ସେ ହାତ ଟେକି ଦେଉଛି । ସର୍ବସମ୍ମୁଖରେ ଲଜ୍ଜିତ ହେବା ପରେ ମଧ୍ୟ ଆତଙ୍କବାଦ ଉପରେ ରୋକ ଲଗାଇବାକୁ ନାରାଜ ଅମାନିଆ ପାକିସ୍ତାନ । 

 ଯଦି ସତ କଥା କହିବା ତାହେଲେ ପାକିସ୍ତାନ ବର୍ତ୍ତମାନ ଭାରତକୁ ଡରିଯାଇଛି, ଉପାୟଶୂନ୍ୟ କହିଲେ କିଛି ଭୁଲ ହେବ ନାହିଁ । ତା' ପାଖରେ ଯୁଦ୍ଧ କରିବାର ସାମର୍ଥ୍ୟ ନାହିଁ, ମଝିରେ ମଝିରେ ଯେଉଁ ବାଉଲି ହେଉଛି ତାକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରୋକଠୋକ୍ ଶୁଣେଇ ଦେଇଛନ୍ତି । ରାଜନାଥ କହିଛନ୍ତି 'ଯଦି ପୁରୁଣା ଭୁଲକୁ ପାକିସ୍ତାନ ଦୋହରାଇବ ତାହେଲେ ବିଶ୍ୱ ମାନଚିତ୍ରରୁ ନାମ ନିଶାନ ରହିବ ନାହିଁ' ।