ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲଂଘନର ମୁହଁତୋଡ ଜବାବ ଦେଇଛି ଭାରତ |
Trending Photos
)
ଶ୍ରୀନଗର: ବୁଧବାର ଜମ୍ମୁ କାଶ୍ମୀରର ନୌଗାମ ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଂଲଘନର ମୁହଁତୋଡ ଜବାବ ଦେଇଛି ଭାରତ | ଏନେଇ ଭାରତୀୟ ସେନାର ଚିନାର କର୍ପ୍ସ ପକ୍ଷରୁ ସୂଚନା ଦିଆଯାଇଛି | ଗତକାଲି ସନ୍ଧ୍ୟା ସମୟରେ ପାକିସ୍ତାନ ପଟୁ ମୋର୍ଟାର ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଭାରତୀୟ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା|
ଭାରତୀୟ ସେନା ପକ୍ଷରୁ ଏହାର ମୁହାତୋଡ ଜବାବ ଦିଆଯାଇଛି | ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ନେଇ କିଛି ଜଣା ପଡିନାହିଁ | ଜୁନ ୧୬ ତାରିଖରେ ଦୁଇ ଦୁଇ ଥର ଅସ୍ତ୍ରବିରତି ଉଲଂଘନ ହୋଇଥିବା ଜଣାପଡିଛି | ଗତକାଲି ଟାଙ୍ଗଧାର ସେକ୍ଟରରେ ପାକିସ୍ତାନ ପଟୁ ହୋଇଥିଲା ଗୁଳିମାଡ |
ଗତ ମଙ୍ଗଳବାର ସକାଳେ ଲାଇନ ଅଫ କଣ୍ଟ୍ରୋଲ-ଏଲଓସି(Line of Control-loC) ନିୟନ୍ତ୍ରଣ ସୀମାରେଖା ଠାରେ ମୋର୍ଟାର ଅନ୍ୟ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ପାକିସ୍ତାନ ଦ୍ୱାରା ଭରାତୀୟ ଅଞ୍ଚଳ ଉପରେ ଆକ୍ରମଣ କରାଯାଇଥିଲା | ଯାହାର ସୁଦୃଢ ଜବାବ ଦେଇଥିଲା ଭାରତ |
ଏଲଓସି ନିକଟସ୍ଥ ଭାରତୀୟ ସାମରିକ କ୍ଷେତ୍ର ଏବଂ ଜନବସତି ଅଞ୍ଚଳକୁ ଟାର୍ଗେଟ କରୁଛି ପାକିସ୍ତାନ | ବିଗତ କିଛି ଦିନ ଧରି କାଶ୍ମୀରର ଉରୀ ଏବଂ ଟାଙ୍ଗଧାର ସେକ୍ଟର, ଦକ୍ଷିଣ ପୀର ପଞ୍ଜାଲର ଜମ୍ମୁ ଅଞ୍ଚଳର ରଜୌରୀ ଏବଂ ପୁଞ୍ଚ କ୍ଷେତ୍ର ପାକିସ୍ତାନ ଟାର୍ଗେଟରେ ରହିଛି |