Trending Photos
ନୂଆଦିଲ୍ଲୀ: ଦକ୍ଷିଣ ଏସିଆର ଏକ ଅଂଶ ଗିଲଗିଟ ବେଲୁଚିସ୍ତାନ, ଯେଉଁଠାରେ ଅହରହ ଅଶାନ୍ତି ଲାଗି ରହିଛି। ଅଧିକାଂଶ ସମୟରେ ସେଠାରେ ହିଂସା, ଆତଙ୍କୀ କାର୍ଯ୍ୟ କଳାପ ପାଇଁ ବେଶ ଚର୍ଚ୍ଚାରେ ରହିଥାଏ। ଏହି କାର୍ଯ୍ୟ ପାଇଁ ଅଧିକାଂଶ ସମୟରେ ମଧ୍ୟ ଏହି ବେଲୁଚିସ୍ତାନ ଚର୍ଚ୍ଚାରେ ରହିଥାଏ। ପୁଣି ଥରେ ଏହି ରାଷ୍ଟ୍ର ଚର୍ଚ୍ଚାକୁ ଆସିଛି। ତେବେ ଏଥର ଚର୍ଚ୍ଚାକୁ ଆସିବା କାରଣ କିନ୍ତୁ ଭିନ୍ନ। ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବେଲୁଚିସ୍ତାନ।
ବେଲୁଚିସ୍ତାନ କହିଛି କି, ଏହି ସଂକଟ ସମୟରେ ଅତ୍ୟନ୍ତ ଅମାନବୀୟ ବ୍ୟବହାର କରୁଛି ପାକିସ୍ତାନ। ଗିଲଗିଟ ବେଲୁଚିସ୍ତାନ ପ୍ରାନ୍ତୀୟ ଅଞ୍ଚଳର ଜଣେ ମୁଖ୍ୟମନ୍ତ୍ରୀ ହାଫିଜୁର ରେହମାନ କହିଛନ୍ତି କି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଅଞ୍ଚଳର ପ୍ରତି ବହୁତ ମାତ୍ରାରେ ଅଣଦେଖା କରୁଛନ୍ତି। ଏହି ଅଞ୍ଚଳ ପାଇଁ କୌଣସି ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ନା କୌଣସି ପ୍ରକାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେଉଛନ୍ତି। ଏପରିକି ତାଙ୍କୁ ଅନୁରୋଧ କରିଲେ ମଧ୍ୟ ସେ କୌଣସି ପ୍ରକାର କିଟ ମଧ୍ୟ ପ୍ରଦାନ କରୁନାହାନ୍ତି। ପ୍ରତିବଦଳରେ ସେ ସ୍ଥାନୀୟ ବାସିନ୍ଦାଙ୍କୁ ମାଡ଼ ମାରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ ଚୀନର ୱୁହାନ ସହରରୁ ପ୍ରାୟ ୬ ହଜାର କୋରୋନା ସଂକ୍ରମିତ ପାକିସ୍ତାନକୁ ଫେରିଥିଲେ। ଏହା ସତ୍ତ୍ୱେ ପାକିସ୍ତାନ କୌଣସି ପ୍ରକାର ସଚେତନ ହୋଇ ନଥିଲା। ବରଂ ଆହୁରି ଅବହେଳା କରିଥିଲା। ଯାହା ଫଳରେ ଦେଶରେ ଅନିୟନ୍ତ୍ରିତ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ପାକିସ୍ତାନ ପାକ ଅଧିକୃତ କାଶ୍ମୀର ଓ ବେଲୁଚିସ୍ତାନ ଅଞ୍ଚଳରେ କୋରୋନା ସଂକ୍ରମିତଙ୍କ ଡମ୍ପିଂୟାର୍ଡ କରିଦେଇଥିବା ଜଣାପଡ଼ିଛି। ସେପଟେ ଏହି ସଂକଟ ସମୟରେ ବଜାର ଦର ମଧ୍ୟ ବେଶ ଅନିୟନ୍ତ୍ରିତ ହୋଇ ବଢିବାରେ ଲାଗିଛି। ପୂର୍ବରୁ ଏଠାରେ ୨୦ କିଲୋ ଅଟା ୭୦୦ ଟଙ୍କାରେ ମିଳୁଥିବା ବେଳେ ଏହା ବୃଦ୍ଧି ପାଇଁ ୧୨ ଶହ ଟଙ୍କାରେ ପହଞ୍ଚି ସାରିଲାଣି। ସେହିପରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କଳାବଜାରୀ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।
କୋରୋନା ଭାଇରସ ଦେଶରେ ପଶିବା ପରଠାରୁ ହିଁ ଇମ୍ରାନଙ୍କ ସରକାର ଏହାକୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଚନ୍ତି। ଆରମ୍ଭରୁ ହିଁ ଏହି ଶାସକ ଦଳ ୧୦ ପାଦ ପଛରେ ରହି ଏହାକୁ ମୁକାବିଲା କରୁଛନ୍ତି। ଯାହା ଫଳରେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି ଦେଶ ସଠିକ ସୂଚନା ପ୍ରଦାନ କରୁନଥିବା ଜଣାପଡ଼ିଛି। ଚୀନ ଓ ଇରାନ ସହିତ ପାକିସ୍ତାନ ତାର ସମସ୍ତ ସୀମାକୁ ସିଲ କରିବାରେ ବହୁ ବିଳମ୍ବ କରିଦେଇଥିଲା। ଯାହା ଫଳରେ ସିନ୍ଧ ଓ ପଞ୍ଜାବ ପ୍ରାନ୍ତରେ ହଠାତ ଏହି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି।
ସେପଟେ ଏହି ସଂକଟ ସମୟରେ ପାକିସ୍ତାନ ଏହି କୋରୋନା ସହିତ ଲଢେଇକୁ ଏକ ପ୍ରକାର ବନ୍ଦ କରିଦେଇଥିଲା। ଏହା ପରିବର୍ତ୍ତେ ବିଶ୍ୱର ପ୍ରମୁଖ ଦେଶ ଓ ଅନୁଷ୍ଠାନ ଠାରୁ ଆଣିଥିବା ଋଣକୁ ଛାଡ଼ କରିବା ପାଇଁ ଦାବି କରିଥିଲା। ଏହା ସହିତ ଅତିରିକ୍ତ କିଛି ଋଣ ଦେବାକୁ ମଧ୍ୟ ଇମ୍ରାନ ଅନୁରୋଧ କରିବାରେ ଲଗିଥିଲେ। ସେପଟେ ଭଗବାନଙ୍କ ଭରସାରେ ଛାଡ଼ି ଦେଇ ହାତ ବାନ୍ଧି ବସି ରହିଥିଲେ ଦେଶର ନେତୃବୃନ୍ଦ। ତେବେ କଥା ଏତିକିରେ ରହିନଥିଲା।
କରାଚୀରେ ଲୋକମାନେ ରେହରୀ ଘୋଟରେ ରାସନ ନେବା ପାଇଁ ମଧ୍ୟ ଲୋକମାନେ ଭିଡ଼ ଜମାଇଥିଲେ। ସେଠାରେ କିନ୍ତୁ ହିନ୍ତୁମାନଙ୍କୁ ରାସନ ନ ଦେଇ ବିଦା କରିଦେଇଥିଲେ। ହିନ୍ଦୁମାନଙ୍କୁ ରାସନ ଦିଆଯାଉନାହିଁ ଓ କେବଳ ମୁସଲମାନଙ୍କୁ ଏହି ରାସନ ପ୍ରଦାନ କରାଯାଉଛି ବୋଲି କୁହାଯାଇଥିଲା। ଏହା ବ୍ୟତୀତ ଲିୟାରୀ, ସାଞ୍ଚଲ ଗୋଠ ଏବଂ କରାଚୀର ବିଭିନ୍ନ ସ୍ଥାନରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭେଦଭାବ ଦେଖାଇଥିଲେ ମୁସଲମାନ ସରକାର।
ତେବେ ପାକିସ୍ତାନର ଏହି ଭେଦବାବ ମନୋଭାବ କାରଣରୁ ଆଇଏମଏଫ ଋଣ ଦେବାକୁ ଏକ ପ୍ରକାର ମନା କରିଦେଇଛି। କହିବାକୁ ଗଲେ ପାକିସ୍ତାନ ପାଇଁ ସବୁ ପରେ ମଧ୍ୟ ଦୁଇଟି କଥା ବହୁ ଗୁରୁତ୍ତ୍ୱ ରଖିଥାଏ। ସେ ଦୁଇଠି ହେଉଛି କଟ୍ଟୋରପନ୍ଥୀ ଓ କାଶ୍ମୀର। ଏହାକୁ ଛାଡ଼ିଦେଲେ ପାକିସ୍ତାନ ପାଇଁ ଅନ୍ୟ କୌଣସି ସମସ୍ୟା ଗୁରୁତ୍ତ୍ୱ ରଖିନଥାଏ। ଯାହା ବର୍ତ୍ତମାନ ସମୟରେ ଇମ୍ରାନ ସରକାରଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।