)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭାଇରସର ପ୍ରଭାବ ବଢିବାରେ ଲାଗିଛି। ଦେଶରେ ମଧ୍ୟ ଏହା ଅନିୟନ୍ତ୍ରିତ ଭାବେ ସଂକ୍ରମିତ ହେବାରେ ଲାଗିଛି। ଏହିସମୟରେ ଚିକିତ୍ସା ପାଇଁ ଟେଷ୍ଟିଂ କିଟ ଓ ବ୍ୟକ୍ତିଗତ ସୁରକ୍ଷା ଇକ୍ୟୁପମେଣ୍ଟର(ପିପିଇ) ଆବଶ୍ୟକତା ରହିଛି। ତେବେ ସଂକ୍ରମଣ ବଢିବା ସହିତ ଏହି ଇକ୍ୟୁପମେଣ୍ଟର ଆବଶ୍ୟକତା ମଧ୍ୟ ଧିରେ ଧିରେ ବଢୁଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହାର ଆବଶ୍ୟକତା ବଢିବା ନେଇ ଆଶଙ୍କା ପ୍ରକାଶ କରିଛି କେନ୍ଦ୍ର। ଫଳରେ ଆଗାମୀ ଦୁଇ ମାସ ପାଇଁ କିଟ ଓ ମାସ୍କର ଆବଶ୍ୟକତା ନେଇ ସୂଚନା ଦେଇଛନ୍ତି ସରକାର।
ଆସନ୍ତା ଦୁଇ ମାସ ମଧଅୟରେ ପ୍ରାୟ ୨। ୭ କୋଟି ଏନ୯୫ ମାସ୍କର ଆବଶ୍ୟକତା ପଡ଼ିପାରେ ବୋଲି କେନ୍ଦ୍ର ସରକାର ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି ୧। ୫ କୋଟି ପିପିଇ, ୧୬ ଲକ୍ଷ ଟେଷ୍ଟିଂ କିଟ ଏବଂ ୫୦ ହଜାର ଭେଣ୍ଟିଲେଟରର ଆବଶ୍ୟକ ହୋଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ଏନେଇ ଗତ ୩ ତାରିଖରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କିଛି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏମାନଙ୍କ ମଧ୍ୟରେ ଏନଜିଓ, ବ୍ୟକ୍ତିଗତ ଶିଳ୍ପ ଏବଂ ଅନ୍ତରାଷ୍ଟ୍ରୀୟ ସଂଗଠନ ସହିତ ଆଲୋଚନା କରିଥିଲେ। ଏପରିକି ସେମାନଙ୍କୁ ଏସବୁ ସାମଗ୍ରୀକୁ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। ଆଗକୁ ଏହା ବେଶ ଗୁରୁତର ଭାବେ ଆବଶ୍ୟକ ହୋଇପାରେ ବୋଲି ସେମାନଙ୍କୁ କୁହାଯାଇଛି।
ସେହିପରି କେନ୍ଦ୍ର ସରକାର କହିଛନ୍ତି କି, ବର୍ତ୍ତମାନ ସ୍ଥିତିରେ ମାତ୍ର ୧୬ ହଜାର ଭେଣ୍ଟିଲେଟର ମହଜୁଦ ରହିଛି। ମାତ୍ର ଏହା ଚିକିତ୍ସା ପାଇଁ ଯଥେଷ୍ଟ ନୁହେଁ। ଏଥିପାଇଁ ଆହୁରି ୫୦ ହଜାର ଭେଣ୍ଟିଲେଟରର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଆହୁରି ୩୪ ହଜାର ଭେଣ୍ଟିଲେଟର ପାଇଁ ଅର୍ଡର ଦିଆଯାଇଛି। ତେବେ ଉକ୍ତ ଆଲୋଚନା ସମୟରେ ସରକାରଙ୍କୁ କେତେ ଭେଣ୍ଟିଲେଟରର ଆବଶ୍ୟକତା ରହିଛି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିବା ପରେ ହିଁ ସରକାର ଏହି ଆବଶ୍ୟକତା ସମ୍ବନ୍ଧରେ ସୂଚନା ଦେଇଥିଲେ।
ତେବେ ଏହି ଆଲୋଚନାରେ ନୀତି ଆୟୋଗ ଅଧ୍ୟକ୍ଷ ଅମିତାଭ କାନ୍ତଙ୍କ ବ୍ୟତୀତ ପ୍ରିନିସିପାଲ ସାଇଣ୍ଟିଫିଟ ଉପଦେଷ୍ଟା ଡ। ବିଜୟ ରାଘବନ, ଏନଡିଏମଏର ସଦସ୍ୟ କମଲ କିଶୋର, ସିବିଆଇସିର ସଦସ୍ୟ ସନ୍ଦିପ ମୋହନ ଭଟ୍ଟନାଗର, ଅତିରିକ୍ତ ଗୃହ ସଚିବ ଅନିଲ ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଗୋପାଲ ବାଘଲେ ଏବଂ କ୍ୟାବିନେଟ ସେକ୍ରେଟାରୀ ଟିନା ସୋନି ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଶିଳ୍ପାନୁଷ୍ଠାନ ପକ୍ଷରୁ ଫିକ୍କିର ଅଧ୍ୟକ୍ଷ ସଙ୍ଗିତା ରେଡ୍ଡୀ, ସିନିୟର ଭାଇସ ପ୍ରେସିଡେଣ୍ଟ ଉଦୟ ଶଙ୍କର, ଫିକ୍କିର ଭାଇସ ପ୍ରେସିଡେଣ୍ଟ ମେହତା, ହନୀ ଓ୍ୱେଲର ଅଶ୍ୱିନ ଚନନ ଓ ମହାଜନ ଇମୋଜିଙ୍ଗ ପକ୍ଷରୁ ହର୍ଷ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ।