Trending Photos
)
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ବର୍ତ୍ତମାନ କୋରୋନା ସଂକଟ ଉଗ୍ରରୂପ ନେଇ ସାରିଛି। ମହାମାରୀର ରୂପ ନେଇ ସାରିଛି କୋରୋନା। ତେବେ ଏହାର ପ୍ରତିଷେଧକ ଭାବେ ବର୍ତ୍ତମାନ ସୁଦ୍ଧା କୌଣସି ରାଷ୍ଟ୍ର ବାହାର କରିପାରିନାହାନ୍ତି। ଯଦିଓ ଆମେରିକା ଓ ଚୀନ ଏହା ଉପରେ ଗବେଷଣା ବର୍ତ୍ତମାନ ସୁଦ୍ଧା ଜାରି ରଖିଛନ୍ତି। ବିଶ୍ୱର ୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଏହି ଭ୍ୟାକ୍ସିନ ବାହାର କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛି। ଏପରିକି ବିଶ୍ୱର କିଛି କମ୍ପାନୀ ପଶୁପକ୍ଷୀଙ୍କୁ ଉପରେ ମଧ୍ୟ ପରୀକ୍ଷା କରିବା ଆରମ୍ଭ କରିସାରିଲେଣି। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି କମ୍ପାନୀ ନିଶ୍ଚିତ କରିନାହାନ୍ତି।
ତେବେ ଏହି କୋରୋନା ଭ୍ୟାକ୍ସିନ ବାହାର କରିବାରେ ଭାରତ ସମଗ୍ର ବିଶ୍ୱର ପ୍ରଥମ ଦେଶ ଭାବେ ଉଭା ହେବାକୁ ଯାଉଛି। ଦେଶର ୬ଟି ପ୍ରମୁଖ କମ୍ପାନୀ ଏହି କ୍ଷେତ୍ରରେ ଗୁରୁତ୍ତ୍ୱପୂର୍ଣ୍ଣ ସ୍ତରରେ ରହିଛନ୍ତି। ଏହି ୬ କମ୍ପାନୀ ମଧ୍ୟରେ କ୍ୟାଡ଼ିଲା, ସୀରମ ଇନଷ୍ଟିଚ୍ୟୁଟ, ବାୟୋଲୋଜିକାଲ ଇ ଭାରତ ବାୟୋଟେକ, ଇଣ୍ଡିଆନ ଇମ୍ୟୁନୋଲୋଗିକାଲ୍ସ ଓ ମାନ୍ୟାଭାକ୍ସ ଭଳି ବଡ଼ ବଡ଼ ଔଷଧ ପ୍ରସ୍ତୁତ କାରୀ କମ୍ପାନୀ ଭ୍ୟାକ୍ସିନ ବାହାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏହି କମ୍ପାନୀ ଗୁଡ଼କ ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଭ୍ୟାକ୍ସିନ ବାହାର କରିସାରିଛନ୍ତି। ଏହି ଭ୍ୟାକ୍ସିନ ମଧ୍ୟରୁ ୩ଟି ମଣିଷମାନଙ୍କ ଉପରେ ମଧ୍ୟ ପରୀକ୍ଷାନିରୀକ୍ଷା କରାଯାଇଛି।
ମିଳିଥିବା ସୂଚନା ମୁତାବକ କୋରୋନାର ଭ୍ୟାକ୍ସିନ ୨୦୨୧ ସୁଦ୍ଧା ବଜାରରେ ଉପଲବ୍ଧ ହେବ। ଏଥିପାଇଁ ଭାରତୀୟ କମ୍ପାନୀ ଗୁଡ଼ିକ ବେଶ ଦ୍ରୁତ ବେଗରେ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ତାଙ୍କ କାର୍ଯ୍ୟର ପ୍ରଗତିକୁ ଦେଖିଲେ ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବାର ଆଶା ଉଜ୍ଜିବିତ କରିଛି। ତେବେ ଭାରତ ବ୍ୟତୀତ ଇଜ୍ରାଏଲ, ଜାପାନ, ଆମେରିକା ଭଳି ଦେଶ ମଧ୍ୟ ମଣିଷ ଉପରେ କୋରୋନା ଟେଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି।
ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ସ୍ଥିତିରେ ସମଗ୍ର ବିଶ୍ୱରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୫୦ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ତେବେ ଏଥିପାଇଁ ସମଗ୍ର ବିଶ୍ୱର ପ୍ରମୁଖ ରାଷ୍ଟ୍ର ଗୁଡିକ ଭ୍ୟାକ୍ସିନ ବାହାର କରିବା ଦିଗରେ ଦ୍ରୁତ ବେଗରେ କାର୍ଯ୍ୟ କରୁଛନ୍ତି। ତେବେ ସେମାନଙ୍କୁ ମଧ୍ୟରୁ ଭାରତ ସବୁଠାରୁ ଆଗରେ ରହିଥିବା ସୂଚନା ରହିଛି।