Advertisement
Article Detail0/zeeodisha/odisha666897
Zee OdishaOther Newsକୋରୋନାକୁ ନେଇ ସତ ଲୁଚାଉଛି ଭାରତ !

କୋରୋନାକୁ ନେଇ ସତ ଲୁଚାଉଛି ଭାରତ !

କୋରୋନାକୁ ନେଇ ଭାରତ ବି ଲୁଚାଉଛି କିଛି ସତ୍ୟ !

କୋରୋନାକୁ ନେଇ ସତ ଲୁଚାଉଛି ଭାରତ !

ନୂଆଦିଲ୍ଲୀ: କୋରୋନା କବଳରେ ସାରା ବିଶ୍ୱ ଥବାବେଳେ ଏଥିରୁ ବାଦ୍ ପଡିନ ଭାରତ । ବର୍ତ୍ତମାନ ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧.୮ ମିଲିୟନ ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୧୦ହଜାର ପାର କରି ସାରିଲାଣି । 

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ପାର କରିଥିବାବେଳେ, ଗଡ଼ିଲାଣି ୨୫୦ରୁ ଉର୍ଦ୍ଧ୍ୱ ମୁଣ୍ଡ । ଭାରତ କୋରୋନା ଆକ୍ରାନ୍ତ ସଂଖ୍ୟାରେ ୮ ହଜାର ପାର କରିବା ପରେ ବି ଭାରତ ଷ୍ଟେଜ-୩ରେ ପ୍ରବେଶ କରିଥିବା ମାନୁନାହିଁ । 

ମାର୍ଚ୍ଚ ୨୮ ତାରିଖରେ ହେଲ୍ଥ ମିନିଷ୍ଟ୍ରି ୱେବସାଇଟ ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଥିଲା ଯେ ଭାରତରେ ସ୍ୱଳ୍ପ ମାତ୍ରାରେ କମ୍ୟୁନିଟି ଟ୍ରାନ୍ସମିଶନ ହେବା ଆରମ୍ଭ ହୋଇଛି । ମାତ୍ର ଭାରତ ପକ୍ଷରୁ COVID19 ପାଇଁ ଗଠିତ ହୋଇଥିବା ସ୍ପେଶାଲ ଟାସ୍କ ଫୋର୍ସ ଏ କଥାକୁ ଅସ୍ୱିକାର କରିଦେଇଥିଲା । 
Indian Council of Medical Research(ICMR) ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଇଣ୍ଡିଆନ ଜୋରନାଲ ଅଫ ମେଡିକାଲ ରିସର୍ଚ୍ଚ ଏକ ରିପୋର୍ଟରେ ଦର୍ଶାଇ ଥିଲା ଯେ ଭାରତର ୧୫ଟି ରାଜ୍ୟର ପ୍ରାୟ ୩୬ଟି ଜିଲ୍ଲାରେ କମ୍ୟୁନିଟି ଟ୍ରାନ୍ସମିଶନ ଆରମ୍ଭ ହୋଇଯାଇଛି । 

Add Zee News as a Preferred Source

ଏବଂ ମାର୍ଚ୍ଚ ୨୨ରୁ ଏପ୍ରିଲ ୨ତାରିଖ ମଧ୍ୟରେ ଭାରତରେ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରୁ ୩୯% କୋରୋନା ଆକ୍ରାନ୍ତ କମ୍ୟୁନିଟି ଟ୍ରାନ୍ସମିଶନ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହି ୩୯%  ଆକ୍ରାନ୍ତଙ୍କ କୌଣସି ବିଦେଶ ଗସ୍ତର ଟ୍ରାଭେଲ ହିଷ୍ଟ୍ରୀ ନାହିଁ । ଏମାନେ ସମସ୍ତେ କୌଣସି ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । 

ଷ୍ଟେଜ-୩ ବା କମ୍ୟୁନିଟି ଟ୍ରାନ୍ସମିଶନ କ'ଣ ?
ଯଦି କୌଣସି ରାଜ୍ୟ ଭିତରେ ବା ଦେଶ ଭିତରେ ଅବା ଗୋଟିଏ ଘରେ କୋରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆଉ କେହି ସଂକ୍ରମଣର ଶିକାର ହୁଅନ୍ତି ତେବେ ତାହାକୁ କମ୍ୟୁନିଟି ଟ୍ରାନ୍ସମିଶନ କୁହାଯାଏ । 

ଆଉ ଏହିପରି ସଂକ୍ରମଣ ଭାରତରେ ଅନେକ ଜାଗାରେ ଦେଖା ହୋଇଛି । ଦିଲ୍ଲୀ ନିଜାମୁଦୀନର କେସ କମ୍ୟୁନିଟ ଟ୍ରାନ୍ସମିଶନର ବଡ଼ ଉଦାହରଣ ।

About the Author