• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଚୀନ ବିତାଡ଼ିତଙ୍କ ପାଇଁ ଦ୍ୱାର ଖୋଲିବ ଭାରତ !

ଚୀନ ବିତାଡ଼ିତଙ୍କ ପାଇଁ ଦ୍ୱାର ଖୋଲିବ ଭାରତ !

ଅର୍ଥ ସଂକଟ ଦୂର କରିବ କୋରୋନା !

Edited By:Zee Odisha Desk
Published: Apr 14, 2020, 08:20 PM IST|Updated: Apr 14, 2020, 08:20 PM IST
joinshare
ଚୀନ ବିତାଡ଼ିତଙ୍କ ପାଇଁ ଦ୍ୱାର ଖୋଲିବ ଭାରତ !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଟିଟିଲାଗଡ଼ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ଆଲୋକ ଦାସ ଗିରଫ

    ଟିଟିଲାଗଡ଼ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ଆଲୋକ ଦାସ ଗିରଫ

    Odia News6 min ago
    2

    ଶ୍ରୀଲଙ୍କା ଖେଳାଳିଙ୍କ କମେଣ୍ଟରେ ଭଡ଼କିଲେ ବୈଭବ ସୂର୍ଯ୍ୟବଂଶୀ, ମଇଦାନରେ ତୁମୁଳ କାଣ୍ଡ!

    Vaibhav Suryavanshi49 min ago
    3

    FIFA World Cup 2026: ସାଣ୍ଡ୍ରା କ୍ୟୁଭାସ୍ କିଏ? ଫିଫା ବିଶ୍ୱକପରେ....

    FIFA World Cup 20261 hr ago
    4

    ‘ଧାମ’ ବିବାଦର ଅନ୍ତ, ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜନସମ୍ମାନ

    Digha Jagannath temple1 hr ago
    5

    Telegram Banned:ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ରୋକ୍, ଏତିକି ଦିନ ପର୍ଯ୍ୟନ୍ତ ଲା

    Telegram Banned2 hrs ago

    ନୂଆଦିଲ୍ଲୀ: ଦିନ ଥିଲା, ବିଶ୍ୱର ପ୍ରମୁଖ ପ୍ରତିପତ୍ତି ତଥା ବିକଶିତ ରାଷ୍ଟ୍ରଗୁଡ଼ିକ ନିଜର ବ୍ୟବସାୟ ପାଇଁ ଚୀନକୁ ଅଗ୍ରାଧିକାର ଦେଉଥିଲେ। ଚୀନରେ ନିଜର ବ୍ୟବସାୟ ବୃଦ୍ଧି କରିବାର ଅନେକ ଯୁକ୍ତିଯୁକ୍ତ କାରଣ ମଧ୍ୟ  ରହିଛି। ସେପଟେ ବିଦେଶୀ ଅର୍ଥରେ ବିଶ୍ୱର ପ୍ରମୁଖ ପ୍ରତିପତ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ବିବେଚିତ କରୁଥିଲା ଚୀନ। କିନ୍ତୁ ବର୍ତ୍ତମାନର କୋରୋନା ଭାଇରସ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଚୀନର ଓ୍ୱୁହାନ ସହରରୁ ବାହାରିଥିବା ଏହି କୋରୋନା ଭାଇରସ ବିଶ୍ୱ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ପକାଇଛି।  

    ସମଗ୍ର ବିଶ୍ୱର ଆର୍ଥିକ ଓ ମାନବିକତା ଉପରେ ପ୍ରଚଣ୍ଡ ପ୍ରହାର କରିଛି ଚୀନରୁ ସୃଷ୍ଟ ଏହି କୋରୋନା ଭାଇରସ। ଫଳରେ ଚୀନ ଉପରେ ସମଗ୍ର ବିଶ୍ୱର ଏକ ସନ୍ଦେହାତ୍ମକ ଦୃଷ୍ଟିଭଙ୍ଗି ଧିରେଧିରେ ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ ଏବେ ସମଗ୍ର ବିଶ୍ୱ ଏକତରଫା ହୋଇଥିବା ବେଳେ ଚୀନ ଗୋଟିଏ ପଟରେ ରହିଛି। ବିଶ୍ୱର କିଛି ରାଷ୍ଟ୍ର ବର୍ତ୍ତମାନ ଚୀନ ଉପରେ କୂଟନୈତିକ ତଥା ଆର୍ଥିକ ପ୍ରହାର କରିବା ଆରମ୍ଭ କରିଦେଲେଣି। ପ୍ରାଥମିକ ପର୍ଯ୍ୟାୟରେ ଚୀନରେ ପ୍ରତିଷ୍ଠା କରିଥିବା ଶିଳ୍ପକୁ ଧିରେ ଧିରେ ଅପସାରଣ କରିବା ଆରମ୍ଭ କରିଦେଲେଣି।  

    ଚୀନରେ ଶିଳ୍ପ ପ୍ରତିଷ୍ଠା କରିବାରୁ ପ୍ରମୁଖତଃ ଦୁଇଟି ମୁଖ୍ୟ କାରଣ ରହିଥିଲା। ଯାହା ଉକ୍ତ ରାଷ୍ଟ୍ର ଗୁଡ଼ିକପାଇଁ ବେଶ ଲାଭପ୍ରଦ ସାବ୍ୟସ୍ତ ହୋଇଥିଲା। ଜାପାନ, ଜର୍ମାନୀ, ଆମେରିକା ସହିତ ଅନ୍ୟ ୟୁରୋପିଆନ ରାଷ୍ଟ୍ର ଗୁଡିକ ମଧ୍ୟ ଚୀନରେ ଶିଳ୍ପ ପ୍ରତିଷ୍ଠା କରିଥିଲେ। ଚୀନରେ କମ ଦରରେ କମ ମଜୁରୀରେ ଶ୍ରମିକ ଓ ଏନଜିଓ ଭଳି ସଂସ୍ଥା ଗୁଡ଼ିକ ବହୁ ପରିମାଣରେ କମ ରହିଛନ୍ତି। ଶିଳ୍ପ ପ୍ରତିଷ୍ଠା ସମୟରେ ଏହି ଏନଜିଓ ଗୁଡିକ ବିଭିନ୍ନ ପ୍ରକାର ପିଆଇଏଲ ଆବେଦନ କରି ଶିଳ୍ପ ପ୍ରତିଷ୍ଠାରେ ସମସ୍ୟା ଛିଡ଼ା କରିଥାନ୍ତି।  

    ସେପଟେ ଜାପାନ ସହିତ ଅନ୍ୟାନ୍ୟ ରାଷ୍ଟ୍ର ବର୍ତ୍ତମାନ ସେମାନଙ୍କର ଶିଳ୍ପକୁ ହଟାଇ ନେଉଛନ୍ତି। ଆଉ ଏହି ସମୟରେ ଭାରତ ତାର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି। ଯାହାକୁ ହାତଛଡ଼ା ନ କରିବାକୁ ଭାରତ ପ୍ରୟାସ କରିବା ଏକ ପ୍ରକାର ସୁନିଶ୍ଚିତ । ନିଜର କୂଟନୈତିକ ରଣନୀତି ବଳରେ ଭାରତ ଏହି ରାଷ୍ଟ୍ରମାନଙ୍କୁ ଦେଶରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆମନ୍ତ୍ରଣ କରିବ।  

    ଏହି ରାଷ୍ଟ୍ର ଗୁଡ଼ିକ ଯଦି ଭାରତରେ ସେମାନଙ୍କର ଶିଳ୍ପ ପ୍ରତିଷ୍ଠା କରନ୍ତି, ତେବେ ଭାରତରେ ନିବେଶକଙ୍କ ବୃଦ୍ଧି ଘଟିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ବେଶ ସୁଦୃଢ ହେବ। ଚୀନରେ ଏହି ରାଷ୍ଟ୍ରଗୁଡ଼ିକ ନିବେଶ କରିବା ଫଳରେ ଚୀନର ଆର୍ଥିକ ସ୍ଥିତି ବେଶ ଦୃଢ ହୋଇପାରିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜାପାନ ନିଜର କିଛି କମ୍ପାନୀକୁ ସେଠାରୁ ହଟାଇବାକୁ ପ୍ରୟାସ ଆରମ୍ଭ କରିଛି। ଏହା ସହିତ ଆମେରିକା, ଦକ୍ଷିଣ କୋରିଆ ମଧ୍ୟ ସେମାନଙ୍କର ଶିଳ୍ପକୁ ହଟାଇବାକୁ ଯୋଜନା ଆରମ୍ଭ କରୁଥିବା ଜଣାପଡ଼ିଛି। ତେବେ ବିଶ୍ୱରୁ କୋରୋନା ସଂକଟ ଟଳିଲେ ଚୀନ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ପ୍ରସ୍ତୁତ ହେଉଥିବା ସୂଚନା ରହିଛି।  

    Add Zee News as a Preferred Source
    TAGS:
    india
    Corona
    china
    japan
    Germany
    USA
    South Korea
    Industry