)
ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ନେପାଳ ସହ ହୋଇଥିବା କୌଣସି ବିବାଦର ସମାଧାନ କରିପାରିବେ ଭାରତ ସରକାର | ଯଦି ଦୁଇ ଦେଶ ମଧ୍ୟରେ ଯଦି ଏପରି କୌଣସି ପରିସ୍ଥିତି ରହିଛି ତାହାକୁ ପାରସ୍ପରିକ କଥାବାର୍ତ୍ତା ଦ୍ୱାରା ଏହାର ସାମ୍ନା କରାଯାଇ ପାରିବ | ସୋମବାର ଏକ ଜନ ସମ୍ବାଦ ରାଲିକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ |
ପକ୍ଷରୁ ଆୟୋଜିତ ହୋଇଥିବା ଭର୍ଚ୍ୟୁଆଲ ରାଲିକୁ ସମ୍ବୋଧିତ ସେ କହିଛନ୍ତି, 'ଭାରତ-ନେପାଳ ସମ୍ପର୍କ ଅସାଧାରଣ | ଆମେ ରୋଟି-ବେଟି ମାଧ୍ୟମରେ ପରସ୍ପର ସହ ଜଡିତ | ବିଶ୍ୱର କୌଣସି ଶକ୍ତି ଏହାକୁ ଭାଙ୍ଗି ପାରିବି ନାହିଁ | ନେପାଳ-ଭାରତ ସୀମା ବିବାଦ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଲିପୁଲେଖ ଅଞ୍ଚଳରେ ବର୍ଡର ରୋଡ ଅର୍ଗାନାଇଜେସନ(Border Roads Organisation-BRO) ଯେଉଁ ସଡକ ନିର୍ମାଣ କରାଯାଉଛି ତାହା ଭାରତୀୟ ଭୌଗୋଳିକ କ୍ଷେତ୍ର ମଧ୍ୟରେ ଅବସ୍ଥିତ |
ଜୁନ ୧୪ ତାରିଖ ପୂର୍ବଦିନ ନେପାଳୀ ବର୍ଡର ଗାର୍ଡ(Nepalese Border Guard) ପକ୍ଷରୁ ଭାରତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହୋଇଥିବା ଗୁଳିମାଡ ଘଟଣାରେ ବିହାର ସୀତାମଢି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା | ଏ ଘଟଣା ବାବଦରେ ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳୀ ରାଷ୍ଟ୍ରଦୂତ, କାଣ୍ଠମାଣ୍ଡୁରେ ଅବସ୍ଥାପିତ ଭାରତୀୟ ମିଶନ ପକ୍ଷରୁ ନେପାଳ ଗୃହ ବିଭାଗକୁ ଅବଗତ କରାଯାଇଛି |
ଗତ ଜୁନ ୧୨ ତାରିଖରେ ନେପାଳ ସଶସ୍ତ୍ର ପୋଲିସ ଫୋର୍ସ ଭାରତ-ନେପାଳ ସୀମାରେ ଗୁଳିମାଡ କରିଥିଲା | ଯାହା ଫଳରେ ବିହାର ସୀତାମଢି ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ | ଏହା ସହିତ ଅନ୍ୟ ଜଣେ ଭାରତୀୟଙ୍କୁ ଦିନକ ପାଇଁ ଅଟକ ରଖିବା ସହ ପରେ ତାଙ୍କୁ ମୁକ୍ତ କରିଥିଲେ |ନେପାଳରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱାଧିନ ସରକାର ଦେଶର ନୂତନ ଭୌଗୋଳିକ ମାନଚିତ୍ର ଜାରି କରିବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିଛି |
ଭାରତ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯିବା ସହ ଏହାର କୌଣସି ଐତିହାସିକ ପ୍ରମାଣ ନାହିଁ ବୋଲି ଜଣାଇ ଦିଆଯାଇଛି | ନେପାଳର ଦାବି ଭିତ୍ତିସ ହୀନ ବୋଲି ଭାରତ ପକ୍ଷରୁ କୁହାଯାଇଛି | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ମେ ୮ ତାରିଖରେ ଉତ୍ତରାଖଣ୍ଡର ଧାରଚୁଲାରୁ ଲିପୁଲେଖ ମଧ୍ୟରେ ଯୋଡୁଥିବା ପ୍ରାୟ ୮୦ କିଲୋମିଟର ଦୂରତା ବିଶିଷ୍ଟ ରାସ୍ତାର ଉଦଘାଟନ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା |