WHO ଉପରେ ଭାରତର କବଜା !, ଆମେରିକା ଓ ଅଷ୍ଟ୍ରେଲିଆର ସମର୍ଥନ
Advertisement
Article Detail0/zeeodisha/odisha676399

WHO ଉପରେ ଭାରତର କବଜା !, ଆମେରିକା ଓ ଅଷ୍ଟ୍ରେଲିଆର ସମର୍ଥନ

ଭାରତ କୂଟନୀତିକୁ ସମର୍ଥନ ଜଣାଇବେ କି ଆମେରିକା ଓ ଅଷ୍ଟ୍ରେଲିଆ

WHO ଉପରେ ଭାରତର କବଜା !, ଆମେରିକା ଓ ଅଷ୍ଟ୍ରେଲିଆର ସମର୍ଥନ

ନୂଆଦିଲ୍ଲୀ:  କୋରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଏବେ ଚୀନ ବିରୋଧରେ ଏକଜୁଟ ହେବାରେ ଲାଗିଛନ୍ତି। ଏହି ଭାଇରସକୁ ସମଗ୍ର ବିଶ୍ୱରେ ପ୍ରସାର କରି ନିନ୍ଦୀତ ହୋଇଛି ଚୀନ। ଏପରିକି ଚୀନକୁ ପରୋକ୍ଷରେ ସମର୍ଥନ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଚୀନରୁ ଶିଳ୍ପାନୁଷ୍ଠାନ ଗୁଡ଼ିକ ଧିରେଧିରେ ଭାରତମୁହାଁ ମଧ୍ୟ ହେବାକୁ ଲାଗିଲେଣି। ଭାରତ ପାଇଁ ମଧ୍ୟ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। 

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOକୁ ଏକ ଉଚ୍ଚ କ୍ଷମତା ମିଳିବାର ସମ୍ଭାବନା ଦେଖାଦେଇଛି। ଚଳିତ ମାସରେ ସଂଗଠନର ଏକଜିକ୍ୟୁଟିଭ ବୋର୍ଡ଼ର ଅଧ୍ୟକ୍ଷ ପଦ ଭାରତକୁ ମିଳିବାର ସମ୍ଭାବନା ଅଧିକ ରହିଛି। ଏହି ପଦ ଉପରେ ପୂର୍ବରୁ ଚୀନ ଅଧିନରେ ରହି ଆସିଥିଲା। ଏହି ପଦ ମିଳିଲେ ସଂଗଠନର ସବୁଠାରୁ କ୍ଷମତାଶାଳୀ ସଦସ୍ୟ ଭାବେ ଭାରତ ହୋଇଯିବ। ସଂଗଠନର ନୀତି ଗଠନରେ ମଧ୍ୟ ଭାରତର ଭାଗିଦାରୀ ରହିବ। 

ତେବେ ସଂଗଠନର ଏହି ପଦ ପାଇଁ ଭାରତକୁ ଆମେରିକା ଓ ଅଷ୍ଟ୍ରେଲିଆ ସମର୍ଥନ ଜଣାଇଛନ୍ତି। ଆମେରିକା କହିଛି ଯେ, ଭାରତ ଏହି ପଦବୀରେ ସଦସ୍ୟ ହେଲେ ସଂଗଠନର କାର୍ଯ୍ୟରେ ସ୍ପଷ୍ଟତା ଆସିପାରିବ। ଚୀନ ଏହି ପଦବୀରେ ରହିଥିବାରୁ କୌଣସି ସ୍ପଷ୍ଟ ମିଳିପାରୁନାହିଁ। ଚୀନକୁ ସଂଦିଗ୍ଧ ବୋଲି କହିଛି ଆମେରିକା। ଏହି କାରଣରୁ ଏକଜିକ୍ୟୁଟିଭ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ଭାରତକୁ ସମର୍ଥନ ଜଣାଇଛନ୍ତି। 

ପୂର୍ବରୁ ଭାଇରସକୁ ନେଇ ସଂଗଠନର କାର୍ଯ୍ୟକୁ ନେଇ ଆମେରିକା ପ୍ରଶ୍ନ ଉଠାଇ ସାରିଛି। ଏପରିକି ପିଆର ଏଜେନ୍ସି ବୋଲି ଆମେରିକା ଘୋଷଣା କରିସାରିଛନ୍ତି। ମିଳିଥିବା ସୂଚନା ମୁତାବକ ଆସନ୍ତା ୨୨ ତାରିଖରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ଭିଡ଼ିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ହେବ। ଏହି ବୈଠକରେ ଆମେରିକା ଓ ଅଷ୍ଟ୍ରେଲିଆ ଭାରତର ନାମକୁ ସମର୍ଥନ କରିବ ବୋଲି ସେ କହିଛନ୍ତି। ସେପଟେ ଜାପାନ ଓ ଆମେରିକା ସହଯୋଗୀ ରାଷ୍ଟ୍ର ହେବ ବୋଲି ସୂଚନା ରହିଛି। ଏହି ରାଷ୍ଟ୍ରଗୁଡ଼ିକର ସମର୍ଥନ ମିଳିବା ପରେ ଭାରତକୁ ଅଧ୍ୟକ୍ଷ ପଦ ମିଳିପାରିବ। 

ଅଧ୍ୟକ୍ଷ ପଦ ମିଳିବା ପରେ ସଂଗଠନର ଅଧ୍ୟକ୍ଷ ପଦରୁ ଚୀନ ହଟିଯିବ। ଚୀନ ସ୍ଥାନରେ ଭାରତ ମିଳିବ। ଏହି ପଦ ମିଳିବା ପରେ ଭାରତ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ କାର୍ଯ୍ୟ କରିବ। 

;