close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଚୀନ କହିଲା ଜମ୍ମୁ କାଶ୍ମୀରର ବିଭାଜନ ବେଆଇନ, ଭାରତର କଡ଼ା ଜବାବ

ଜମ୍ମୁ କାଶ୍ମୀରକୁ ୨ ଭାଗରେ ବିଭାଜିତ କରିବାକୁ ନେଇ ଚୀନ ତରଫରୁ ବୟାନ ଆସିଛି । ଭାରତ ଜମ୍ମୁ କାଶ୍ମୀରକୁ ବେଆଇନ ଭାବେ ବଣ୍ଟନ କରିଛି ବୋଲି ଚୀନ କହିଛି । ଯାହା ଉପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର ଚୀନକୁ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଚୀନ ଏହି ମାମଲାରେ ଭାରତର ସ୍ପଷ୍ଟ ସ୍ଥିତି ବିଷୟରେ ସଂପୂର୍ଣ୍ଣ ଭାବେ ଅବଗତ ରହିଛି । ଜମ୍ମୁ କାଶ୍ମୀର ପୁନର୍ଗଠନ ବିଷୟ ସଂପୂର୍ଣ୍ଣ ଭାରତର ଆଭ୍ୟନ୍ତରୀଣ ମାମଲା । ଆମେ ଚୀନ ସମେତ ଅନ୍ୟାନ୍ୟ ଦେଶରୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଟିପ୍ପଣୀ କରିବାର ଆଶା କରୁ ନାହୁଁ, ଯେପରି ଭାରତ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ଟିପ୍ପଣୀ କରେ ନାହିଁ । ଜମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ପ୍ରଦେଶ ଭାରତର ଅଭିନ୍ନ ଅଂଶ ବୋଲି ସେ କହିଛନ୍ତି । 

ଚୀନ କହିଲା ଜମ୍ମୁ କାଶ୍ମୀରର ବିଭାଜନ ବେଆଇନ, ଭାରତର କଡ଼ା ଜବାବ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ୨ ଭାଗରେ ବିଭାଜିତ କରିବାକୁ ନେଇ ଚୀନ ତରଫରୁ ବୟାନ ଆସିଛି । ଭାରତ ଜମ୍ମୁ କାଶ୍ମୀରକୁ ବେଆଇନ ଭାବେ ବଣ୍ଟନ କରିଛି ବୋଲି ଚୀନ କହିଛି । ଯାହା ଉପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର ଚୀନକୁ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ ଚୀନ ଏହି ମାମଲାରେ ଭାରତର ସ୍ପଷ୍ଟ ସ୍ଥିତି ବିଷୟରେ ସଂପୂର୍ଣ୍ଣ ଭାବେ ଅବଗତ ରହିଛି । ଜମ୍ମୁ କାଶ୍ମୀର ପୁନର୍ଗଠନ ବିଷୟ ସଂପୂର୍ଣ୍ଣ ଭାରତର ଆଭ୍ୟନ୍ତରୀଣ ମାମଲା । ଆମେ ଚୀନ ସମେତ ଅନ୍ୟାନ୍ୟ ଦେଶରୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଟିପ୍ପଣୀ କରିବାର ଆଶା କରୁ ନାହୁଁ, ଯେପରି ଭାରତ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ଟିପ୍ପଣୀ କରେ ନାହିଁ । ଜମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ପ୍ରଦେଶ ଭାରତର ଅଭିନ୍ନ ଅଂଶ ବୋଲି ସେ କହିଛନ୍ତି । 

ନବଜୋତ ସିଂହ ସିଦ୍ଧୁଙ୍କ କତାରପୁର ଯିବା ଉପରେ ମଧ୍ୟ ବୈଦେଶିକ ମନ୍ତ୍ରାଳୟ ମତ ରଖିଛି । ମନ୍ତ୍ରାଳୟ କହିଛି ଯେ କତାରପୁର ଯିବାର ଅର୍ଥ ଆପଣଙ୍କୁ ଏହା ଜାଣି ରଖିବା ଆବଶ୍ୟକ ଯେ ଆପଣ ପାକିସ୍ତାନ ଯାଉଛନ୍ତି । ତେଣୁ ପାକିସ୍ତାନ ଯିବା ପୂର୍ବରୁ ଯେଉଁ ସବୁ ପ୍ରକ୍ରିୟା ପାଳନ କରାଯାଇଥାଏ, ତାହାକୁ ପାଳନ କରିବା ଆବଶ୍ୟକ । ବ୍ରିଟେନରେ ଭାରତ ବିରୋଧରେ ହୋଇଥିବା ପ୍ରଦର୍ଶନ ଉପରେ ମନ୍ତ୍ରାଳୟ କହିଛି ଯେ, ୟୁକେରେ ଯେପରି ହିଂସକ ପ୍ରଦର୍ଶନ ହୋଇଛି, ସେହି ମାମଲାରେ ଆମେ ୟୁକେ ସରକାର ସହ ଆଲୋଚନା କରିଛୁ ।

ଏହାସହ ୟୁରୋପିୟ ସାଂସଦଙ୍କ କାଶ୍ମୀର ଗସ୍ତ ଉପରେ ବିରୋଧୀ ଦଳ ବିରୋଧ କରିବା ଉପରେ ମଧ୍ୟ ବୈଦେଶିକ ମନ୍ତ୍ରାଳୟ ମତ ରଖିଛି । ମନ୍ତ୍ରାଳୟ କହିଛି ଯେ ସିଭିଲ ସୋସାଇଟିର ଲୋକଙ୍କୁ ଆମନ୍ତ୍ରିତ କରିବା ବୈଦେଶିକ ମନ୍ତ୍ରାଳୟ ହାତରେ ଅଧିକାର ରହିଛି । ବହୁ ସମୟରେ ଲୋକେ ବ୍ୟକ୍ତିଗତ ଗସ୍ତରେ ଆସନ୍ତି ଓ ବେଳେବେଳେ ଆମେ ରାଷ୍ଟ୍ରହିତରେ ସେମାନଙ୍କୁ ଆଧିକାରୀକ ଭାବେ ସ୍ୱାଗତ କରିଥାଉ । ୟୁରୋପିୟ ସାଂସଦ ଭାରତ ବିଷୟରେ ଜାଣିବାକୁ ଚାହିଥିଲେ । ଏହି ପ୍ରତିନିଧି ମଣ୍ଡଳରେ ବିଭିନ୍ନ ବିଚାରଧାରାର ଲୋକ ଥିଲେ ।