କୋରୋନା ବିସ୍ତାର କରିଥିବାରୁ ଚୀନରୁ ଆଦାୟ ହେଉ ୬ଶହ ଆରବ ଡଲାର, ଦାଖଲ ହେଲା ପିଟିସନ
Advertisement
Article Detail0/zeeodisha/odisha678670

କୋରୋନା ବିସ୍ତାର କରିଥିବାରୁ ଚୀନରୁ ଆଦାୟ ହେଉ ୬ଶହ ଆରବ ଡଲାର, ଦାଖଲ ହେଲା ପିଟିସନ

ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ତ ହେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏଥିରେ କୁହାଯାଇଛି ।  

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଚୀନ ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ । ମହାମାରୀ ବିସ୍ତାର କରିଥିବା ଯୋଗୁ ଚୀନରୁ ୬ଶହ ଆରବ ଡଲାର ଜରିମାନା ଆଦାୟ କରିବା ନେଇ ଏହି ପିଟିସନ ଦାଖଲ ହୋଇଛି । ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ତ ହେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏଥିରେ କୁହାଯାଇଛି ।  

ପିଟିସନରେ ଦର୍ଶାଯାଇଛି, ଭାରତର ଅର୍ଥନୈତିକ ସ୍ଥିତିକୁ ବିଗାଡ଼ିବା ପାଇଁ ଚୀନର ଏହା ଷଡ଼ଯନ୍ତ୍ର । ଭାରତର ଅର୍ଥ ବ୍ୟବସ୍ଥାକୁ ଧ୍ୱସ୍ତ କରିବା ସହ ହଜାର ହଜାର ଲୋକଙ୍କ ଜୀବନ ନେବା ପାଇଁ ଏହି ଭାଇରସ୍ ଉହାନ ଇଷ୍ଟିଚ୍ୟୁଟ ଅଫ୍ ବାୟୋଲୋଜିରେ ପ୍ରସ୍ତୁତ ହୋଇଛି । ଏନେଇ ଅନେକ ପ୍ରମାଣ ମଧ୍ୟ ରହିଛି । ତେଣୁ ଚୀନଠାରୁ ଜନିମାନା ଆଦାୟ କରିବାକୁ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ତ ହେବାକୁ ଏଥିରେ କୁହାଯାଇଛି । 

ଏହି ପଟିସନ ତାମିଲନାଡ଼ୁରେ ଜଣେ ବ୍ୟକ୍ତି ଦାଖଲ କରିଛନ୍ତି । ସେ କହିଛନ୍ତି, ଚୀନ ଜାଣିଶୁଣି କୋରୋନା ଭାଇରସକୁ ପ୍ରୟୋଗ କରିଛି । ଭାରତ ବିରୋଧରେ ଏହା ଏକ ଜୈବିକ ହତିଆର । ତେଣୁ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ତ ହେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିଟିସନରେ ଉଲ୍ଲେଖ ରହିଛି । 

;