Advertisement
Article Detail0/zeeodisha/odisha667797
Zee OdishaOther Newsଚୀନ ବିରୋଧରେ ଆର୍ଥିକ ଯୁଦ୍ଧ ଆରମ୍ଭ କଲା ଭାରତ, କେମିତି ପଢନ୍ତୁ...

ଚୀନ ବିରୋଧରେ ଆର୍ଥିକ ଯୁଦ୍ଧ ଆରମ୍ଭ କଲା ଭାରତ, କେମିତି ପଢନ୍ତୁ...

ଅର୍ଥନୈତିକ ଯୁଦ୍ଧ ଆରମ୍ଭ କଲା ଭାରତ

ଚୀନ ବିରୋଧରେ ଆର୍ଥିକ ଯୁଦ୍ଧ ଆରମ୍ଭ କଲା ଭାରତ, କେମିତି ପଢନ୍ତୁ...

ନୂଆଦିଲ୍ଲୀ: ଚୀନ କୋରୋନା ଭାଇରସ୍ ମାଧ୍ୟମରେ ବିଶ୍ୱରେ ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ସମଗ୍ର ବିଶ୍ୱ ପ୍ରତିଶୋଧପରାୟଣ ହୋଇ ଉଠିଛି। ସେପଟେ ଏହି ଭାଇରସର ପ୍ରଭାବରେ ବିଶ୍ୱର ଯେଉଁ କ୍ଷତି ହୋଇଛି, ତାହାର ଭରଣା ଚୀନକୁ କରିବାକୁ ପଡ଼ିବ। ଏହି କ୍ରମରେ ଜାପାନ ଭଳି ଦେଶ ମଧ୍ୟ ସେମାନଙ୍କର କମ୍ପାନୀଗୁଡିକ ଚୀନରୁ ଶିଳ୍ପ ଗୁଡ଼ିକ ବନ୍ଦ କରିବା ଆରମ୍ଭ ହୋଇଛି। 

ସେପଟେ ଭାରତ ମଧ୍ୟ ଚୀନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଛି। ବର୍ତ୍ତମାନ ଚୀନ ବିରୋଧରେ ଅର୍ଥନୈତିକ ଯୁଦ୍ଧ ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଭାରତ ଚାଇନାର ଫାର୍ମା ବଜାର ଉପରେ ନଜର ରଖିଛି। ଚୀନ ବିଶ୍ୱରେ ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲ ରପ୍ତାନିକାରୀ ଅଟେ।

ବିଶ୍ୱେ ଅନେକ କମ୍ପାନୀ ଏଭଳି ମଧ୍ୟ ରହିଛନ୍ତି, ଯେଉଁମାନେ ଏହି ଔଷଧର ପ୍ରସ୍ତୁତ ନିଜ ଦେଶରେ କରିଥାନ୍ତି। ମାତ୍ର ଏହି ଔଷଧ ପାଇଁ ଆବଶ୍ୟକ କଞ୍ଚାମାଲ, ଯାହାକୁ ଚୁରନ କୁହାଯାଏ ଚୀନରୁ ଆମଦାନୀ କରିଥାନ୍ତି। ସେହିଭଳି ଯଦି ଭାରତ କଥା ଦେଖାଯାଏ, ତେବେ ଭାରତ ଅନ୍ତର୍ଜାତୀୟ ଭେଷଜ ବଜାରରେ ମଧ୍ୟ ଏକ ବୃହତ ଭୂମିକା ମଧ୍ୟ ଗ୍ରହଣ କରିଥାଏ। କିନ୍ତୁ ଆର୍ଥିକ ବ୍ୟବସ୍ଥାକୁ ଦେଖିଲେ ଭାରତ ଠାରୁ ଚୀନ ଅଧିକ ମଜବୁତ ଥିବାରୁ ଅଧିକାଂଶ ରାଷ୍ଟ୍ର ଚୀନରୁ ହିଁ ଆମଦାନୀ କରିଥଆନ୍ତି। 

Add Zee News as a Preferred Source

କିନ୍ତୁ ବର୍ତ୍ତମାନ ସ୍ଥିତି କିଛି ଭିନ୍ନ ରହିଛି। ବର୍ତ୍ତମାନ ଚୀନରୁ ଉତ୍ପନ ଭାଇରସ ସମଗ୍ର ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗିଦେଇଛି। ଚୀନରେ ଔଷଧିୟ କାରଖାନା ଗୁଡ଼ିକ ବନ୍ଦ ପଡ଼ି ରହିଛି। ଏହାରି ମଧ୍ୟରେ ସମଗ୍ର ବିଶ୍ୱକୁ ଔଷଧ ପଠାଇବା ଆରମ୍ଭ କରିଛି ଭାରତ। ଆଉ ଔଷଧ ଶିଳ୍ପ କ୍ଷେତ୍ରରେ ସୃଷ୍ଟ ହୋଇଥିବା ଏହି ସୁଯୋଗର ଭରପୁର ଫାଇଦା ଉଠାଇଛି ଭାରତ। 

ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଔଷଧ ନିର୍ମାଣକାରୀ ସଂସ୍ଥା ସହିତ ଯୋଗାଯୋଗରେ ରହିଛି। ସେହି କମ୍ପାନୀକୁ ଭାରତ କଞ୍ଚାମାଲ ପ୍ରଦାନ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିବା ଜଣାପଡ଼ିଛି। ଏପରିକି ଚୀନ ଠାରୁ କମ ଅର୍ଥରେ ମଧ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ସେପଟେ ନିଜ ଦେଶରେ ଔଷଧ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର। 

ତେବେ ଔଷଧ ଶିଳ୍ପ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଏହି ସୁଯୋଗକୁ ବେଶ ଭରପୁର ଉପଯୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର। ଭାରତ ଚାହୁଁଛି କି ଚୀନର ଔଷଧ ମାର୍କେଟ ଉପରେ ସମ୍ପୂର୍ଣ୍ଣ ଭାବେ କବଜା କରିବାକୁ। ଏହା ସହିତ ଚୀନକୁ ମିଳୁଥିବା ସମସ୍ତ ବ୍ୟବସାୟ ଚୀନ ପରିବର୍ତ୍ତେ ଭାରତକୁ ମିଳିବ। ଯାହା ଫଳରେ ଭାରତର ଜିଡ଼ିପିରେ ଲକ୍ଷାଧିକ ଟଙ୍କା ଭାରତକୁ ଫାଇଦା ହେବ। 

About the Author