UNରେ ଇସ୍ରାଇଲ ବିରୋଧରେ ଗଲା ଭାରତ, ପାଲେଷ୍ଟାଇନ ପାଇଁ କଲା ଭୋଟିଂ

ଅଷ୍ଟ୍ରେଲିଆ, ଗୁଏଣ୍ଟେମାଳା ଓ ରବଣ୍ଡା ପରି ୯ଟି ଦେଶ ମତଦାନରୁ ଦୂରେଇ ରହିଥିଲେ । ଏହି ପ୍ରସ୍ତାବ ଉତ୍ତର କୋରିଆ, ମିଶର, ନିକାରଗୁଆ, ଜିମ୍ୱାୱେ ଓ ପାଲେଷ୍ଟାଇନ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ଏହା ଉପରେ ନଭେମ୍ୱର ୧୯ରେ ମତଦାନ ହୋଇଥିଲା । 

UNରେ ଇସ୍ରାଇଲ ବିରୋଧରେ ଗଲା ଭାରତ, ପାଲେଷ୍ଟାଇନ ପାଇଁ କଲା ଭୋଟିଂ

ନୂଆଦିଲ୍ଲୀ: ଜାତିସଂଘର ମହାସଭାରେ ହୋଇଥିବା ବୈଠକରେ ନିଜ ପୁରୁଣା ମତକୁ ଜାରି ରଖି ଭାରତ ପାଲେଷ୍ଟାଇନ ସପକ୍ଷରେ ଭୋଟ କରିଛି । ମଙ୍ଗଳବାର ଜାତିସଂଘରେ ପାଲେଷ୍ଟାଇନଙ୍କ ଆତ୍ମ ସଂକଳ୍ପ ଅଧିକାର ସମ୍ୱନ୍ଧୀୟ ପ୍ରସ୍ତାବକୁ ସମର୍ଥନ କରି ଭାରତ ଭୋଟ କରିଛି । ଭାରତ ସମେତ ୧୬୫ ଦେଶ ପାଲେଷ୍ଟାଇନ ପକ୍ଷରେ ଭୋଟିଂ କରିଥିଲେ । କେବଳ ଇସ୍ରାଇଲ, ଆମେରିକା, ନାଉରୁ, ମାଇକ୍ରୋନେଶିଆ ଓ ମାର୍ଶଲ ଆସଲ୍ୟାଣ୍ଡ ଏହି ପ୍ରସ୍ତାବର ବିରୋଧରେ ଭୋଟି କରିଥିଲା ।

ଅନ୍ୟପକ୍ଷେ ଅଷ୍ଟ୍ରେଲିଆ, ଗୁଏଣ୍ଟେମାଳା ଓ ରବଣ୍ଡା ପରି ୯ଟି ଦେଶ ମତଦାନରୁ ଦୂରେଇ ରହିଥିଲେ । ଏହି ପ୍ରସ୍ତାବ ଉତ୍ତର କୋରିଆ, ମିଶର, ନିକାରଗୁଆ, ଜିମ୍ୱାୱେ ଓ ପାଲେଷ୍ଟାଇନ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ଏହା ଉପରେ ନଭେମ୍ୱର ୧୯ରେ ମତଦାନ ହୋଇଥିଲା । ଏହି ମତଦାନ ବିବାଦୀୟ ପାଲେଷ୍ଟାଇନ କ୍ଷେତ୍ରରେ ଇସ୍ରାଇଲର ଅଧିକାରୀକୁ ନେଇ ଆମେରିକା ନିଜ ନୀତିରେ କୌଣସି ପରିବର୍ତ୍ତନ କରିବାର ଗୋଟିଏ ଦିନ ପରେ ଏହି ଭୋଟ ହୋଇଛି । 

ଆମେରିକାର ଇସ୍ରାଇଲ ଦଖଲରେ ଥିବା ୱେଷ୍ଟ ବ୍ୟାଙ୍କ ଉପରେ ୪ ଦଶକରୁ ପୁରୁଣା ବୈଦେଶିକ ନୀତିରେ ପରିବର୍ତ୍ତନ କରିଥିଲେ । ଅନ୍ତର୍ଜାତୀୟ ଆଇନ ଅନୁସାରେ, ୱେଷ୍ଟ ବ୍ୟାଙ୍କରେ ଇସ୍ରାଇଲର ଜବର ଦଖଲ କରିବାକୁ ଅବୈଧ ବୋଲି ସ୍ୱୀକାର କରେ । କିନ୍ତୁ ଇସ୍ରାଇଲ ଏପରି ମାନେ ନାହିଁ । ୨ ଦିନ ପୂର୍ବେ ଆମେରିକା ମଧ୍ୟ ଇସ୍ରାଇଲ ଏହି ନୀତିକୁ ସମର୍ଥନ କରିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଆ ସୋମବାର କହିଛନ୍ତି ଯେ ଇସ୍ରାଇଲର ଜବର ଦଖଲକୁ ଅନ୍ତର୍ଜାତୀୟ ଆଇନ ଉଲ୍ଲଙ୍ଘନ କହିବାରୁ କିଛି ଲାଭ ମିଓଳି ନାହିଁ । ଏଥିରେ ଶାନ୍ତିର ଦାବି ମଧ୍ୟ ପ୍ରଶସ୍ତ ହୋଇପାରି ନାହିଁ ।
  
ସେପଟେ ଜାତିସଂଘ ଆମେରିକାର ଏହି ମନ୍ତବ୍ୟକୁ କଡା ଆଲୋଚନା କରିଛି । ଜାତିସଂଘର ପ୍ରବକ୍ତା ଷ୍ଟିଫେନ ଦୁଜାରିକ କହିଛନ୍ତି ଯେ ଜାତିସଂଘ ନିଜ ପୁରୁଣା ଅଭିମତ ଉପରେ କାଏମ ରହିଛି । ବିବାଦୀୟ ସ୍ଥାନରେ ଇସ୍ରାଇଲର ବସ୍ତି ନିର୍ମାଣ କରିବା ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ହୋଇଛି । ଏହି ପ୍ରସ୍ତାବକୁ ପାଲେଷ୍ଟାଇନର ଅଧିବାସୀଙ୍କୁ ଆତ୍ମ ସଂକଳ୍ପ ଅଧିକାରର ମାନ୍ୟତା ପ୍ରଦାନ କରାଯାଇଛି । ଏହାସହ ଏହି ପ୍ରସ୍ତାବରେ ୧୯୬୭ରେ ଆରମ୍ଭ ହୋଇଥିବା ଇସ୍ରାଇଲର ଦଖଲକୁ ଶେଷ କରାଯିବାର ଦାବି କରାଯାଇଛି ।