K-4 SLBMର ସଫଳ ପରୀକ୍ଷଣ, ଆଖି ପାଲକରେ ଶତ୍ରୁକୁ କରିବ ଟାର୍ଗେଟ
Advertisement

K-4 SLBMର ସଫଳ ପରୀକ୍ଷଣ, ଆଖି ପାଲକରେ ଶତ୍ରୁକୁ କରିବ ଟାର୍ଗେଟ

ପାକ୍ ଓ ଚାଇନାର ସହର ଉପରେ ପାଣିରୁ କରିହେବ ହମଲା 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । K-4 ବାଲିଷ୍ଟିକ୍ ମିସାଇଲର ହେଲା ସଫଳ ପରୀକ୍ଷଣ । ଏହା ଏପରି ଏକ ମିସାଇଲ, ଯାହା କ୍ଷଣିକ ମଧ୍ୟରେ ଶତ୍ରୁ ଦେଶକୁ ଟାର୍ଗେଟ କରିପାରିବ । ୩୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ଏହି ମାସାଇଲ । ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ନାଁରେ ଏହି ମିସାଇଲର ନାମକରଣ କରାଯାଇଛି । 

K-4 SLBM । ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ତଟରୁ ସଫଳ ଭାବରେ ଏହି ମିସାଇଲକୁ ପରୀକ୍ଷଣ କରାଯାଇଛି । ଏହାକୁ ବିକାଶିତ କରିଥିଲା ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ(DRDO)। ଗତ ଦୁଇ ବର୍ଷ ହେଲା ଲଗାତାର ପ୍ରୟାସ ପରେ ଶେଷରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ଏସିଆରେ ସୁରକ୍ଷା ସନ୍ତୁଳନ ପାଇଁ ଏହା ବିଶେଷ ସହାୟକ ହେବ । ଏହି କ୍ଷପଣାସ୍ତ୍ରକୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜରେ ମୁତୟନ କରାଯିବ । 

ସେହିପରି ଏବେ ବିଓ-୫ ନାମକ ଆଉ ଏକ କ୍ଷେପଣାସ୍ତ୍ରକୁ ବିକଶିତ କରୁଛି ଡିଆରଡିଏ । ଭାରତୀୟ ନୌସେନା ପାଇଁ ଏହା ମଧ୍ୟ ବେଶ ସହାୟକ ହେବ । ଏହାର ଆକ୍ରମଣ କ୍ଷମତା ୭ଶହ କିଲୋମିଟର ବୋଲି କୁହାଯାଉଛି ।   

ଆହୁରି ପଢ଼ନ୍ତୁ; ଗ୍ୟାରେଣ୍ଟି କାର୍ଡ଼ରେ ବଡ଼ ପ୍ରତିଶ୍ରୁତି, 'ଡ୍ରେନ'ରେ ଗାଧୋଇବେ ଦିଲ୍ଲୀବାସୀ