୭ ୱିକେଟରେ ଟିମ ଇଣ୍ଡିଆକୁ ମାତ୍ ଦେଲା ବାଂଲାଦେଶ
Advertisement

୭ ୱିକେଟରେ ଟିମ ଇଣ୍ଡିଆକୁ ମାତ୍ ଦେଲା ବାଂଲାଦେଶ

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଛି ଟି-୨୦ ସିରିଜର ପ୍ରଥମ ମ୍ୟାଚ । ଏହି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ବାଂଲାଦେଶ । ଏହା ପୂର୍ବରୁ ଟି-୨୦ ମ୍ୟାଚରେ ଭାରତକୁ ପରାଜିତ କରିବାରେ ବାଂଲାଦେଶ ସଫଳ ହୋଇ ନଥିଲା, ଶେଷରେ ରବିବାର ବାଂଲାଦେଶ ଭାରତକୁ ମାତ୍ ଦେବାରେ ସଫଳ ହୋଇଛି । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । 

୭ ୱିକେଟରେ ଟିମ ଇଣ୍ଡିଆକୁ ମାତ୍ ଦେଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଛି ଟି-୨୦ ସିରିଜର ପ୍ରଥମ ମ୍ୟାଚ । ଏହି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି ବାଂଲାଦେଶ । ଏହା ପୂର୍ବରୁ ଟି-୨୦ ମ୍ୟାଚରେ ଭାରତକୁ ପରାଜିତ କରିବାରେ ବାଂଲାଦେଶ ସଫଳ ହୋଇ ନଥିଲା, ଶେଷରେ ରବିବାର ବାଂଲାଦେଶ ଭାରତକୁ ମାତ୍ ଦେବାରେ ସଫଳ ହୋଇଛି । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । 

ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ରନ ସଂଗ୍ରହ କରିଥିଲା । ବାଂଲାଦେଶକୁ ୧୪୯ ରନର ଲକ୍ଷ୍ୟ ମିଳିଥିଲା । ଯାହାକୁ ବାଂଲାଦେଶ ୧୯.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ବାଂଲାଦେଶ ପକ୍ଷରୁ ମୁଶଫିକୁର ରହିମ ସର୍ବାଧିକ ୬୦ ରନ କରିଥିଲେ । ସେହିପରି ସୌମ୍ୟ ସରକାର ୩୯ ରନର ଇଂନିସ ଖେଳିଛନ୍ତି ।

ଭାରତର ପକ୍ଷରୁ ଶିଖର ଧୱନ ସବୁଠାରୁ ଅଧିକ ୪୧ ରନ କରିଥିଲେ । ସେହିପରି ଋଷଭ ପନ୍ତ ୨୭ ରନର ଇଂନିସ ଖେଳିଥିଲେ । ସେହିପରି ଶ୍ରେୟସ ଅୟ୍ୟର ୨୨, ଲୋକେଶ ରାହୁଲ ୧୫ ଓ ଅଧିନାୟକ ରୋହିତ ଶର୍ମା ୯ ରନର ଇଂନିସ ଖେଳିଥିଲେ । ଧୱନ ୪୨ ବଲରେ ୩ଟି ଚୌକା ଓ ଗୋଟି ଛକ୍କା ସାହାଯ୍ୟରେ ୪୧ ରନ ଇଂନିସ ଖେଳିଛନ୍ତି । ଅନ୍ୟପକ୍ଷେ କୁଣାଲ ପାଣ୍ଡ୍ୟା ଅପରାଜିତ ୧୫ ଓ ୱାଶିଂଟନ ସୁନ୍ଦର ଅପରାଜିତ ୧୪ ରନର ଇଂନିସ ଖେଳିଥିଲେ ।

ଟିମ ଇଣ୍ଡିଆ ଶେଷ ୫ ଓଭରରେ  ୫୩ ରନ ସଂଗ୍ରହ କରିଥିଲା । ଶେଷ ୨ ଓଭରରେ ଦଳ ୩୦ ରନ କରିଥିଲା । ୱାଶିଂଟନ ସୁନ୍ଦର ଓ କୁଣାଲ ପାଣ୍ଡ୍ୟା ଶେଷ ସମୟରେ ଦ୍ରୁତ ଗତିର ରନ ସଂଗ୍ରହ କରିଥିଲେ । ଦୁହେଁଙ୍କ ଶେଷ ୧୦ ବଲରେ ୨୮ ରନ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ଅମିନୁଲ ଇସଲାମ ଓ ଶଫିଉଲ ଇସଲାମ ୨-୨ଟି ୱିକେଟ ନେଇଥିଲେ ।