ରାଜକୋଟ ଲଢ଼େଇ, କାହାର ହେବ ବାଜିମାତ୍ ?
Advertisement

ରାଜକୋଟ ଲଢ଼େଇ, କାହାର ହେବ ବାଜିମାତ୍ ?

ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯାଉଛି । ପ୍ରଥମ ମ୍ୟାଚରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଗୁରୁବାର ରାଜକୋଟରେ ଖେଳାଯିବ ଦ୍ୱିତୀୟ ମୁକାବିଲା । ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଦେବେଶ କୁମାର ନାହକ, ନୂଆଦିଲ୍ଲୀ: ରାଜକୋଟରେ କାହାର ବାଜିମାତ ହେବ ଭାରତ ନା ବାଂଲାଦେଶ ।  ଦିଲ୍ଲୀରେ ପ୍ରଥମ ଟି-ଟ୍ୱେଣ୍ଟି ହାରିବା ପରେ ଏବେ ଟେନସନରେ ଟିମ୍ ଇଣ୍ଡିଆ ।  ମ୍ୟାଚ୍ ହାରିଲେ ସିରିଜ୍ ହରେଇବ ଭାରତ । ଅନ୍ୟ ପକ୍ଷରେ ୯ଟି ଟି-ଟ୍ୱେଣ୍ଟିରୁ ମାତ୍ର ଗୋଟିଏ ଜିତିଥିବା ବାଂଲାଦେଶ ଏବେ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି ।

ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ବ୍ୟାଟିଂରେ ଫେଲ୍ ମାରିଥିଲେ ଭାରତୀୟ ଖେଳାଳି ।  ପ୍ରଥମ ଓଭରରେ ଅଧିନାୟକ ରୋହିତ ଶର୍ମା ଆଉଟ୍ ହେବା ପରେ ଦଳ ଉପରେ ଚାପ ପକାଇଲେ ବାଂଲା ଖେଳାଳି । ଗୋଟାଏ ପରେ ଗୋଟାଏ ୱିକେଟ୍ ନେବାରେ ସଫଳ ହେଲେ । ଧାୱନ ଧୈର୍ଯ୍ୟର ସହ କିଛି ସମୟ ତିଷ୍ଠିଥିଲେ ମଧ୍ୟ ଦଳ ପାଇଁ ଯଥେଷ୍ଟ ହୋଇନଥିଲା । ତଥାପି ଭାରତ ସମ୍ମାନଜନକ ୧୪୮ ରନ୍ କରିଥିଲା ଯାହା ବାଂଲାଦେଶ ପାଇଁ ବିଗ୍ ଟାର୍ଗେଟ୍ । କିନ୍ତୁ ବ୍ୟାଟିଂ ପରେ ନିରାଶ କଲେ ବୋଲର । ୱିକେଟ୍ ନେବାରେ ବିଫଳ ହେବାରୁ ଦଳ ପରାସ୍ତ ହେଲା । କୋହଲିଙ୍କ ଅନୁପସ୍ଥିତିରେ ୟଙ୍ଗଷ୍ଟାରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଶେଷରେ ବାଂଲାଦେଶ ଠାରୁ ହାରିଲା । ଏବେ ଗୁରୁବାର ରାଜକୋଟ ଲଢ଼େଇରେ ମ୍ୟାଚ୍ ଜିତିବା ଦଳ ପାଇଁ ନିହାତି ଜରୁରୀ ହୋଇଛି ।  ଏହି ମ୍ୟାଚ ଜିତି ସିରିଜକୁ କମବ୍ୟାକ୍ କରିବା ପାଇଁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ପୂର୍ବ ମ୍ୟାଚର ଭୁଲ୍ ନକରି ଦଳ ବିଜୟୀ ହେବାକୁ ସମସ୍ତ ବଳ ପ୍ରୟୋଗ କରିବ ନଚେତ୍ ସିରିଜ୍ ହରେଇବାକୁ ପଡ଼ିବ ।

ସେପଟେ, ତମିମ ଓ ଅଲାଉଣ୍ଡର ସାକିବଙ୍କ ଅନୁପସ୍ଥିତିରେ ଦମ୍ ଦେଖାଇଛି ବାଂଲାଦେଶ । କୋହଲିଙ୍କ ଅନୁପସ୍ଥିତିର ଭରପୁର ଫାଇଦା ଦିଲ୍ଲୀ ମ୍ୟାଚରେ ନେଇଛି  ।  ଏବେ ରାଜକୋଟ ଲଢ଼େଇରେ ପୁଣି ଥରେ ଭାରତୀୟ ଖେଳାଳିଙ୍କୁ ଚକମା ଦେବା ପାଇଁ ରଣନୀତି ପ୍ରସ୍ତୁତି କରିଛି ବାଂଲା ଟିମ୍ । ବୋଲିଂ ଓ ବ୍ୟାଟିଂରେ କମାଲ କରି ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟିରେ ବାଂଲାଦେଶ ବିଜୟୀ ହୋଇଛି । ତେଣୁ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଛି ।  ଏବେ ରାଜକୋଟ ମୁକାବିଲାରେ ଭାରତକୁ ହରାଇ ସିରିଜ୍ ନେବା ଲକ୍ଷ୍ୟରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବାଂଲାଦେଶ ।

ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯାଉଛି । ପ୍ରଥମ ମ୍ୟାଚରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଗୁରୁବାର ରାଜକୋଟରେ ଖେଳାଯିବ ଦ୍ୱିତୀୟ ମୁକାବିଲା ।  ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି । ସେପଟେ, କିନ୍ତୁ ସିରିଜ୍ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ବାଂଲାଦେଶ ।