close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

IND vs BAN: ତୃତୀୟ ଟି-୨୦ ଆଜି, ଏହି ଖେଳାଳିଙ୍କ ସହ ଓହ୍ଲାଇବ ଟିମ ଇଣ୍ଡିଆ!

ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଛି ଟି-୨୦ କ୍ରିକେଟ ସିରିଜ । ଏହି ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଆଜି ଅର୍ଥାତ ନଭେମ୍ୱର ୧୦ରେ ନାଗପୁର ସ୍ଥିତ ବିଦର୍ଭ କ୍ରିକେଟ ଏସୋସିଏଶନ ଷ୍ଟାଡିୟମରେ ଖେଳାଯିବ । ଆଜି ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ । 

IND vs BAN: ତୃତୀୟ ଟି-୨୦ ଆଜି, ଏହି ଖେଳାଳିଙ୍କ ସହ ଓହ୍ଲାଇବ ଟିମ ଇଣ୍ଡିଆ!

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଛି ଟି-୨୦ କ୍ରିକେଟ ସିରିଜ । ଏହି ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଆଜି ଅର୍ଥାତ ନଭେମ୍ୱର ୧୦ରେ ନାଗପୁର ସ୍ଥିତ ବିଦର୍ଭ କ୍ରିକେଟ ଏସୋସିଏଶନ ଷ୍ଟାଡିୟମରେ ଖେଳାଯିବ । ଆଜି ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ । 

ପ୍ରଥମ ଟି-୨୦ ମ୍ୟାଚରେ ବାଂଲାଦେଶ ଭାରତକୁ ହରାଇଥିଲା । ଏହାପରେ ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଧମାକାଦାର ରିଟର୍ଣ୍ଣ କରି ଅତିଥି ଟିମକୁ ୮ ୱିକେଟରେ ପରାଜିତ କରିଥିଲା । ଫଳରେ ୩ ମ୍ୟାଚର ଏହି ସିରିଜ ୧-୧ରେ ବରାବର ରହିଛି । ବର୍ତ୍ତମାନ ନାଗପୁର ଟି-୨୦ ମ୍ୟାଚ ନିର୍ଣ୍ଣାୟକ ହେବ । ଯେଉଁ ଦଳ ଏହି ମ୍ୟାଚକୁ ଜିତିବ, ତାହା ଦଖଳରେ ଏହି ଟି-୨୦ ସିରିଜ ଯିବ ।

ଆସନ୍ତୁ ନଜର ପକାଇବା ଭାରତର ସମ୍ଭାବିତ ପ୍ଲେଇ ଇଲେଭେନ ଉପରେ....
ଓପନର ଭାବେ ରୋହିତ ଶର୍ମା ଓ ଶିଖର ଧୱନ ରହିବେ । ନମ୍ୱର ୩ ପାଇଁ କେଏଲ ରାହୁଲଙ୍କ ସ୍ଥାନ ସୁରକ୍ଷିତ ରହିବାର ସମ୍ଭାବନା ରହିଛି । ନମ୍ୱର ୪ରେ ଶ୍ରେୟସ ଅୟ୍ୟରଙ୍କୁ ବ୍ୟାଟିଂ ପାଇଁ ଦାୟିତ୍ୱ ମିଳିବ । ସେହିପରି ୱିକେଟକିପର ଭାବେ ଋଷଭ ପନ୍ତ ଉପରେ ଦାୟିତ୍ୱ ରହିବ । ଆଲରାଉଣ୍ଡର ଭାବେ ମୁମ୍ୱାଇର ୨୬ ବର୍ଷୀୟ ଶୁଭମ ଦୁବେଙ୍କୁ ସୁଯୋଗ ମିଳି ପାରେ । ତାଙ୍କର ପ୍ରଥମ ମ୍ୟାଚରେ ସେପରି କିଛି ଖାସ୍ କରି ପାରି ନଥିଲେ । ବର୍ତ୍ତମାନ ଦ୍ୱିତୀୟ ମ୍ୟାଚରେ ତାଙ୍କ ଉପରେ ନଜର ରହିବ ।

ସେହିପରି କ୍ରୁଣାଲ ପାଣ୍ଡ୍ୟାଙ୍କ ଭୂମିକା ଅଲରାଉଣ୍ଡ ଭାବେ ଟିମରେ ବ୍ୟାଟିଂ ସହ ସ୍ପିନର ଦାୟିତ୍ୱ ନିର୍ବାହ କରିବେ । ଏହି ମ୍ୟାଚରେ ଯୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦରଙ୍କୁ ସ୍ପିନ ବୋଲିଂର ଦାୟିତ୍ୱ ମିଳିପାରେ । ଦ୍ରୁତ ବୋଲର ଭାବେ ଦୀପକ ଚହର ଓ ଶର୍ଦୁଲ ଠାକରଙ୍କୁ ସୁଯୋଗ ମିଳିପାରେ । ଦ୍ରୁତ ବୋଲର ଖଲୀଲ ଅହମଦଙ୍କୁ ଏହି ମ୍ୟାଚରୁ ବାହାର ରଖାଯାଇ ପାରେ ।

ସେହି ଦୃଷ୍ଟିରୁ ସମ୍ଭାବିତ ପ୍ଲେଇଂ ଇଲେଭନ ହେଉଛି:-
ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, କେଏଲ ରାହୁଲ, ଶ୍ରେୟସ ଅୟ୍ୟର, ଋଷଭ ପନ୍ତ(ୱିକେଟକିପର), ଶିଭମ ଦୁବେ, କ୍ରୁଣାଲ ପାଣ୍ଡ୍ୟା, ଯୁଜବନ୍ଦ୍ରେ ଚହଲ, ୱାଶିଂଟନ ସୁନ୍ଦର, ଦୀପକ ଚାହର ଓ ଶାର୍ଦୁଲ ଠାକୁର