close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପ୍ରଦୂଷଣ ରୋକିବ ଭାରତ-ବାଂଲାଦେଶ ମ୍ୟାଚ! ଜାଣନ୍ତୁ କଣ ରହିଛି ପାଣିପାଗ ଅପଡେଟ

ଭାରତ-ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ । ଏଥିପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପୁରାପୁରି ପ୍ରସ୍ତୁତ ରହିଛି । ରବିବାର ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ହେବାର ଅଛି । ଅନ୍ୟପକ୍ଷେ ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ଅତ୍ୟାଧିକ ବୃଦ୍ଧି ଦେଖାଯାଇଛି । ମିଳୁଥିବା ସୂଚନା ଅନୁସାରେ, ଆଇସିସିର ମ୍ୟାଚ ରେଫରୀ ପ୍ରଦୂଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାସହ କମ ଭିଜିବିଲିଟି ଯୋଗୁଁ ମ୍ୟାଚ ରଦ୍ଦ ହୋଇପାରେ । 

ପ୍ରଦୂଷଣ ରୋକିବ ଭାରତ-ବାଂଲାଦେଶ ମ୍ୟାଚ! ଜାଣନ୍ତୁ କଣ ରହିଛି ପାଣିପାଗ ଅପଡେଟ
ମାସ୍କ ଲଗାଇ ଅଭ୍ୟାସ କରୁଥିବା ବାଂଲାଦେଶ ଖେଳାଳି

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ । ଏଥିପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପୁରାପୁରି ପ୍ରସ୍ତୁତ ରହିଛି । ରବିବାର ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ ହେବାର ଅଛି । ଅନ୍ୟପକ୍ଷେ ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ଅତ୍ୟାଧିକ ବୃଦ୍ଧି ଦେଖାଯାଇଛି । ମିଳୁଥିବା ସୂଚନା ଅନୁସାରେ, ଆଇସିସିର ମ୍ୟାଚ ରେଫରୀ ପ୍ରଦୂଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାସହ କମ ଭିଜିବିଲିଟି ଯୋଗୁଁ ମ୍ୟାଚ ରଦ୍ଦ ହୋଇପାରେ । 

ଏହାପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ ଯେ ମ୍ୟାଚ ରଦ୍ଦ କରିବା ସମ୍ଭବ ନୁହଁ । ଆଜି ଦିଲ୍ଲୀର ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା(ଏକ୍ୟୁଆଇ) ସ୍ତର ୧୦୦୦ ସ୍ତରକୁ ପାର କରିଛି । ଭିଜିବିଲିଟି କମ ହେବାରୁ ରବିବାର ସକାଳେ ଦିଲ୍ଲୀର ବିମାନ ବନ୍ଦରରୁ ୩୨ ବିମାନକୁ ଡାଇଭର୍ଟ କରି ଦିଆଯାଇଛି ।

ଜାତୀୟ ରାଜଧାନୀ ଦୀପାବଳି ପରେ ପ୍ରଦୂଷଣ ପରି ଗମ୍ଭୀର ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏହି ପ୍ରଦୂଷଣ ଫଳରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଚିନ୍ତା ବଢାଇ ଦେଇଛି । ତେଣୁ ଖେଳାଳିଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମ୍ୟାଚ ଉପରେ କିଛି ନିର୍ଣ୍ଣୟ ନିଆଯାଇ ପାରେ ।

ଏକ୍ୟୁଆଇ ଯେତେବେଳେ ୦-୫୦ ରହିଥାଏ, ଏହା ଭଲ ଶ୍ରେଣୀରେ ଗଣାଯାଇଥାଏ । ସେହିପରି ଏକ୍ୟୁଆଇ ୫୧-୧୦୦କୁ ସନ୍ତୋଷଜନକ, ୧୦୧-୨୦୦କୁ ମଧ୍ୟମ, ୨୦୧-୩୦୦କୁ ଖରାପ, ୩୦୧-୪୦୦କୁ ଅତ୍ୟନ୍ତ ଖରାପ, ୪୦୧ରୁ ୫୦୦କୁ ଗମ୍ଭୀର ଓ ୫୦୦ରୁ ଉପରେ ଥିବା ଏକ୍ୟୁଆଇକୁ ଅତି ଗମ୍ଭୀର ଶ୍ରେଣୀରେ ରଖାଯାଇଛି ।