ଭାରତ ବନାମ ବାଂଲାଦେଶ: ମୟଙ୍କ ଅଗ୍ରୱାଲଙ୍କ ଡବଲ ସେଞ୍ଚୁରୀ
ମୟଙ୍କ ଏହି ଇଂନିସରେ ୨୫ ଚୌକା ଓ ୫ଟି ଛକା ସାମିଲ ରହିଛି । ସେ ଛକା ମାରି ନିଜ ଦ୍ୱି ଶତକ ହାସଲ କରିଥିଲେ । ଅଷ୍ଟମ ଟେଷ୍ଟ ଖେଳୁଥିବା ୨୮ ବର୍ଷୀୟ ମୟଙ୍କ ନିଜ ଟେଷ୍ଟ କ୍ୟାରିୟର ଦ୍ୱିତୀୟ ଡବଲ ସେଞ୍ଚୁରୀ ହାସଲ କରିବାରେ ସଫଳ ହୋଇଛନ୍ତି ।
Trending Photos

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି ଟେଷ୍ଟ ସିରିଜ । ଏହି ସରିଜର ପ୍ରଥମ ମ୍ୟାଚ ଇନ୍ଦୌରରେ ଜାରି ରହିଛି । ଏହି ମ୍ୟାଚର ଦ୍ୱିତୀୟ ଦିନରେ ଧମାକାଦାର ଡବଲ ସେଞ୍ଚୁରୀ ହାସଲ କରିଛନ୍ତି ଭାରତୀୟ ଟେଷ୍ଟ ଓପନର ମୟଙ୍କ ଅଗ୍ରୱାଲ । ସେ ୩୦୩ ବଲରେ ନିଜ ଦ୍ୱି ଶତକ ହାସଲ କରିଛନ୍ତି ।
#INDvBAN 1st test, Day 2: Mayank Agarwal hits a double century against Bangladesh, in Indore. India at 365/4, lead by 215 runs.
— ANI (@ANI) November 15, 2019
ମୟଙ୍କ ଏହି ଇଂନିସରେ ୨୫ ଚୌକା ଓ ୫ଟି ଛକା ସାମିଲ ରହିଛି । ସେ ଛକା ମାରି ନିଜ ଦ୍ୱି ଶତକ ହାସଲ କରିଥିଲେ । ଅଷ୍ଟମ ଟେଷ୍ଟ ଖେଳୁଥିବା ୨୮ ବର୍ଷୀୟ ମୟଙ୍କ ନିଜ ଟେଷ୍ଟ କ୍ୟାରିୟର ଦ୍ୱିତୀୟ ଡବଲ ସେଞ୍ଚୁରୀ ହାସଲ କରିବାରେ ସଫଳ ହୋଇଛନ୍ତି । ସେ ଚଳିତ ବର୍ଷ ଅକ୍ଟୋବରରେ ସାଉଥ ଆଫ୍ରିକା ବିରୋଧରେ ଖେଳାଯାଇଥିବା ସିରିଜର ବିଶାଖାପାଟନମରେ ମ୍ୟାଚରେ ନିଜ କ୍ୟାରିୟର ପ୍ରଥମ ଦ୍ୱି ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ସେ ୨୧୫ ରନର ଇଂନିସ ଖେଳିଥିଲେ ।
If you were to describe Mayank's knock of 243 in an emoji, what would it be? pic.twitter.com/QqGLraP2CQ
— BCCI (@BCCI) November 15, 2019
ମୟଙ୍କ ନିଜ କ୍ୟାରିୟରରେ ୨ଟି ଦ୍ୱି ଶତକ ସହ ୩ଟି ଶତକ କରି ସାରିଛନ୍ତି । ସେ ୨୦୧୮ ଡିସେମ୍ୱରରେ ଅଷ୍ଟ୍ରେଲିଆ ବିରୋଧରେ ବକ୍ସିଂ ଡେ ଟେଷ୍ଟରୁ ଡେବ୍ୟୁ କରିଥିଲେ । ସେ ପ୍ରଥମ ମ୍ୟାଚରେ ୭୬ ରନର ଇଂନିସ ଖେଳିଥିଲେ । ତାଙ୍କୁ ଚଳିତ ବର୍ଷ ଅକ୍ଟୋବରରେ ପ୍ରଥମ ଥର ଭାରତରେ ଟେଷ୍ଟ ସିରିଜ ଖେଳିବାର ସୁଯୋଗ ମିଳିଥିଲା । ସେ ଚତ୍କାର ପ୍ରଦର୍ଶନ କରି ୮୫.୦୦ ଏଭେରେଜରେ ୩୪୦ ରନ କରି ସାରିଛନ୍ତି । ଯେଉଁଥିରେ ତାଙ୍କର ୨ଟି ଡବଲ ସେଞ୍ଚୁରୀ ସାମିଲ ରହିଛି ।
More Stories