ଏହି ମାମଲାରେ ଆଫ୍ରିଦୀଙ୍କ ସମକକ୍ଷ ହେଲେ 'ହିଟମ୍ୟାନ' ରୋହିତ

ବାଂଲାଦେଶ ବିରୋଧରେ ଟି-୨୦ ସିରିଜରେ ରୋହିତ ଶର୍ମା ହାସଲ କଲେ ଏକ ବଡ଼ ଉପଲବ୍ଧି । ସେ ବାଂଲାଦେଶ ବିରୋଧରେ ପ୍ରଥମ ଟି-୨୦ ମ୍ୟାଚ ଖେଳିବା ପାଇଁ ମୈଦାନରେ ଓହ୍ଲାଇବା ସହ ଇତିହାସ ରଚିଛନ୍ତି । ଭାରତ ପାଇଁ ସର୍ବାଧିକ ଟି-୨୦ ମ୍ୟାଚ ଖେଳିବା ମାମଲାର ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମେହନ୍ଦ୍ର ସିଂହ ଧୋନିଙ୍କୁ ପଛକୁ ପକାଇ ଦେଇଛନ୍ତି ରୋହିତ । ଦିଲ୍ଲୀର ଅରୁଲ ଜେଟଲୀ ଷ୍ଟାଡିୟମରେ ରୋହିତଙ୍କ ଏହା ହେଉଛି ୯୯ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ।

ଏହି ମାମଲାରେ ଆଫ୍ରିଦୀଙ୍କ ସମକକ୍ଷ ହେଲେ 'ହିଟମ୍ୟାନ' ରୋହିତ
ରୋହିତ ଶର୍ମା

ନୂଆଦିଲ୍ଲୀ: ବାଂଲାଦେଶ ବିରୋଧରେ ଟି-୨୦ ସିରିଜରେ ରୋହିତ ଶର୍ମା ହାସଲ କଲେ ଏକ ବଡ଼ ଉପଲବ୍ଧି । ସେ ବାଂଲାଦେଶ ବିରୋଧରେ ପ୍ରଥମ ଟି-୨୦ ମ୍ୟାଚ ଖେଳିବା ପାଇଁ ମୈଦାନରେ ଓହ୍ଲାଇବା ସହ ଇତିହାସ ରଚିଛନ୍ତି । ଭାରତ ପାଇଁ ସର୍ବାଧିକ ଟି-୨୦ ମ୍ୟାଚ ଖେଳିବା ମାମଲାର ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମେହନ୍ଦ୍ର ସିଂହ ଧୋନିଙ୍କୁ ପଛକୁ ପକାଇ ଦେଇଛନ୍ତି ରୋହିତ । ଦିଲ୍ଲୀର ଅରୁଲ ଜେଟଲୀ ଷ୍ଟାଡିୟମରେ ରୋହିତଙ୍କ ଏହା ହେଉଛି ୯୯ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ।

ଧୋନି ନିଜ କ୍ୟାରିୟରରେ ୯୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି । ଏପରି ଭାବେ ରୋହିତ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ଭାରତ ପାଇଁ ସର୍ବାଧିକ ଟି-୨୦ ମ୍ୟାଚ ଖେଳିବାର ରେକର୍ଡ ସୃଷ୍ଟି କରିଛନ୍ତି । ବାଂଲାଦେଶ ବିରୋଧରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳିବା ସହ ରୋହିତ ୧୦୦ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବାର ରେକର୍ଡ ମଧ୍ୟ ନିଜ ନାଁରେ କରି ନେବେ ।

ଦୁନିଆରେ ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ମ୍ୟାଚ ଖେଳିବା ମାମଲାରେ ଶୋଏବ ମଲିକ ନମ୍ୱର ଏକରେ ଅଛନ୍ତି । ସେ ବର୍ତ୍ତମାନ ଯାଏ ୧୧୧ଟି ମ୍ୟାଚ ଖେଳି ସାରିଛନ୍ତି । ଏହାପରେ ଶାହିଦ ଆଫରୀଦୀ ଓ ରୋହିତ ମିଳିତ ଭାବେ ୯୯-୯୯ ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାସହ ବର୍ତ୍ତମାନ ସମୟରେ ରୋହିତଙ୍କ ନାଁରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ସର୍ବାଧିକ ରନ କରିବାର ବିଶ୍ୱ ରେକର୍ଡ ରହିଛି । ସେ ୯୯ଟି ମ୍ୟାଚରେ ୩୧.୮୪ର ଏଭେରେଜରେ ୨୪୫୨ ରନ କରିଛନ୍ତି । ଯେଉଁଥିରେ ୪ଟି ଶତକ ଓ ୧୭ଟି ଅର୍ଦ୍ଧ ଶତକ ସାମିଲ ରହିଛି ।