close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଧୋନିଙ୍କ ଘରେ ହିଟମ୍ୟାନ ରୋହିତଙ୍କ ଛକ୍କାର ବର୍ଷା, ଭାଙ୍ଗିଲା ବହୁ ରେକର୍ଡ

ଧୋନିଙ୍କ ଘରେ ରୋହିତ ଶର୍ମାଙ୍କ ବଲ୍ଲାର କମାଲ । ପୁଣି ଥରେ ରେକର୍ଡର ବର୍ଷା କଲେ ହିଟମ୍ୟାନ । ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଟେଷ୍ଟ ମ୍ୟାଚରେ ଦମଦାର ବ୍ୟାଟିଂ କରି ଶତକ ହାସଲ କଲେ ।

ଧୋନିଙ୍କ ଘରେ ହିଟମ୍ୟାନ ରୋହିତଙ୍କ ଛକ୍କାର ବର୍ଷା, ଭାଙ୍ଗିଲା ବହୁ ରେକର୍ଡ
Rohit Sharma breaks Shimron hetmyer's record

ରାଞ୍ଚି: ଧୋନିଙ୍କ ଘରେ ରୋହିତ ଶର୍ମାଙ୍କ ବଲ୍ଲାର କମାଲ । ପୁଣି ଥରେ ରେକର୍ଡର ବର୍ଷା କଲେ ହିଟମ୍ୟାନ । ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଟେଷ୍ଟ ମ୍ୟାଚରେ ଦମଦାର ବ୍ୟାଟିଂ କରି ଶତକ ହାସଲ କଲେ ।

ରୋହିତ ଟେଷ୍ଟ କ୍ରିକେଟ କ୍ୟାରିୟରେ ଷଷ୍ଠ ସେଞ୍ଚୁରୀ ହାସଲ କରିଛନ୍ତି । ଏହି ଶତକୀୟ ଇଂନିସରେ ସେ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଛକ୍କାର ବର୍ଷା କରି ଦେଇଥିଲେ । ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ ରୋହିତ ଶର୍ମା ୧୧୭ ରନ କରି ଅପରାଜିତ ରହିଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ବର୍ତ୍ତମାନ ଯାଏ ରୋହିତ ୧୭ଟି ଛକ୍କା ଲଗାଇ ସାରିଛନ୍ତି । ଏହାପୂର୍ବରୁ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ଛକ୍କା ଲଗାଇବାର ରେକର୍ଡ ୱେଷ୍ଟଇଣ୍ଡିଜର ଶିମରୋନ ହେଟମେୟରଙ୍କ ନାଁରେ ରହିଛି । ସେ ୨୦୧୮-୧୯ରେ ବାଲାଂଦେଶ ବିରୋଧରେ ୨ଟି ଟେଷ୍ଟ ମ୍ୟାଚର ସିରିଜରେ ୧୫ଟି ଛକ୍କା ଲଗାଇଥିଲେ ।
ଟେଷ୍ଟ ସିରିଜରେ ସର୍ବାଧିକ ଛକ୍କା

ଚଳିତ ଟେଷ୍ଟ ସିରିଜରେ ରୋହିତ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ଟେଷ୍ଟ ମ୍ୟାଚରେ ୧୭ଟି ଛକ୍କା ଲଗାଇଛନ୍ତି । ଅନ୍ୟପଟେ ହିଟମେୟର ବାଲାଂଦେଶ ବିରୋଧରେ ୨ଟି ଟେଷ୍ଟ ମ୍ୟାଚର ସିରିଜରେ ୧୫ଟି ଛକ୍କା ଲଗାଇଥିଲେ ।

ରୋହିତ ୧୩୦ ବଲରେ ୧୩ ଚୌକା ଓ ୪ଟି ଛକ୍କା ସାହାଯ୍ୟରେ ନିଜ ଶତକ ହାସଲ କରିଛନ୍ତି । ମ୍ୟାଚର ୪୫ ଓଭରର ଚତୁର୍ଥ ବଲରେ ଛକ୍କା ମାରି ଏହି ଶତକ ପୂରଣ କରିଛନ୍ତି । ସବୁଠାରୁ ଅଧିକ ଥର ଛକ୍କା ଲଗାଇ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ରୋହିତ ଓ ଗୌତମ ଗମ୍ଭୀର ସଂଯୁକ୍ତ ଭାବେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମାନ ।
ସର୍ବାଧିକ ଛକ୍କା ଲଗାଇ ଶତକ ପୂରଣ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶୀର୍ଷରେ ଅଛନ୍ତି । ସେ ଏହି କୀର୍ତ୍ତିମାନ ୬ଥର କରିଥିଲେ ।

ଚଳିତ ଟେଷ୍ଟ ସିରିଜରେ ରୋହିତ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ଶତକ ଲଗାଇ ସାରିଛନ୍ତି । ଏହି ଶତକ ସହ ଗୋଟିଏ ଟେଷ୍ଟ ସିରିଜରେ ୩ ବା ତା ଠାରୁ ଅଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଦ୍ୱିତୀୟ ଓପନର ହେଉଛନ୍ତି ସେ । ଏହାପୂର୍ବରୁ ସୁନୀଲ ଗାଭାସ୍କର ୩ଟି ଭିନ୍ନ ଭିନ୍ନ ସିରିଜରେ ୩ ବା ତା ଠାରୁ ଅଧିକ ଶତକ ହାସଲ କରିବାର ରେକର୍ଡ କରି ସାରିଛନ୍ତି ।