ଭାରତ ବନାମ ବାଂଲାଦେଶ: ୨-୧ରେ ଟି-୨୦ ସିରିଜ କବଜା କଲା ଟିମ ଇଣ୍ଡିଆ
Advertisement

ଭାରତ ବନାମ ବାଂଲାଦେଶ: ୨-୧ରେ ଟି-୨୦ ସିରିଜ କବଜା କଲା ଟିମ ଇଣ୍ଡିଆ

ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ମାତ ଦେଲା ଟିମ ଇଣ୍ଡିଆ । ଫଳରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ନିଜ ନାଁରେ କରି ନେଲା ରୋହିତଙ୍କ ସେନା । ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ଦଳ ୧୭୪ ରନ କରିଥିଲା । ବାଂଲାଦେଶକୁ ଜିତିବା ପାଇଁ ୧୭୫ ରନ ଆବଶ୍ୟକତା ଥିଲା । କିନ୍ତ ଦଳ ୧୯.୨ ଓଭରରେ ଅଲଆଉଟ ହୋଇଯାଇଥିଲା । 

ଭାରତ ବନାମ ବାଂଲାଦେଶ: ୨-୧ରେ ଟି-୨୦ ସିରିଜ କବଜା କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ବାଂଲାଦେଶକୁ ୩୦ ରନରେ ମାତ ଦେଲା ଟିମ ଇଣ୍ଡିଆ । ଫଳରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ନିଜ ନାଁରେ କରି ନେଲା ରୋହିତଙ୍କ ସେନା । ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ଦଳ ୧୭୪ ରନ କରିଥିଲା । ବାଂଲାଦେଶକୁ ଜିତିବା ପାଇଁ ୧୭୫ ରନ ଆବଶ୍ୟକତା ଥିଲା । କିନ୍ତ ଦଳ ୧୯.୨ ଓଭରରେ ଅଲଆଉଟ ହୋଇଯାଇଥିଲା । 

ବାଂଲାଦେଶ ଟିମରୁ ଲିଟନ ଦାସ ୯ ରନ କରି ଦୀପକ ଚାହରଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ପରିବର୍ତ୍ତୀ ବଲରେ ଚାହର ସୌମ୍ୟ ସରକାରଙ୍କୁ ଆଉଟ କରିଥିଲେ । ସୌମ୍ୟ ସରକାର ବିନା ରନ କରି ଆଉଟ ହୋଇଥିଲେ । ସେହିପରି ମୁଶଫିକୁର ରହିମ ମଧ୍ୟ ବିନା ଖାତା ଖୋଲି ଆଉଟ ହୋଇଥିଲେ । ତାଙ୍କ ୱିକେଟ ଶିଭମ ଦୁବେ ନେଇଥିଲେ । ମହମ୍ମଦ ନଇମ ୮୧ ରନ କରି ଦୁବେଙ୍କ ବଲର ଶିକାର ହୋଇଥିଲେ । ନଇମ ଓ ମହମ୍ମଦ ମିଥୁନ ତୃତୀୟ ୱିକେଟ ପାଇଁ ୯୮ ରନର ପାର୍ଟନରସିପ କରିଥିଲେ । ମହମ୍ମଦ ନଇମ ୨୭ ରନ କରି ଆଉଟ ହୋଇଥିଲେ । ସେହିପରି ମହମୁଦୁଲ୍ଲା ୮, ଅଫିଫ ହୁସେନ ୦, ଅମିନୂଲ ଇସଲାମ ୯, ଳଫିୟୁଲ ଇସଲା ୪ ଓ ମୁସ୍ତାଫିର ରେହମାନ ୧ ରନ କରି ଆଉଟ ହୋଇଥିଲେ । ଦୀପକ ଚାହାରଙ୍କୁ ୬ ୱିକେଟ ମିଳିବା ବେଳେ ଯୁଜବେନ୍ଦ୍ର ଚହଲଙ୍କୁ ୧ ଓ ଶିଭମ ଦୁବେଙ୍କୁ ୩ଟି ୱିକେଟ ମିଳିଥିଲା ।

 

ଅନ୍ୟପକ୍ଷେ ଟିମ ଇଣ୍ଡିଆରୁ ରୋହିତ ଶର୍ମା ୨, ଶିଖର ଧୱନ ୧୯, କେଏଲ ରାହୁଲ ୫୨, ଶ୍ରେୟାସ ଅୟାର ୬୨, ଋଷଭ ପନ୍ତ ୬, ମନୀଷ ପାଣ୍ଡେ ୨୨ ଓ ଶିଭମ ୯ ରନ କରିଥିଲେ । ଅନ୍ୟପକ୍ଷେ ବାଂଲାଦେଶ ବୋଲର ଏଲ ଅମୀନ ହୁସେନଙ୍କୁ ଗୋଟିଏ, ଶଫିୟୁଲ ଇସଲାମଙ୍କୁ ୨ ଓ ଅଫିଫ ହୋସେନଙ୍କୁ ୨ ୱିକେଟ ମିଳିଥିଲା ।