ଇଡେନରେ ଭାରତର ବାଜିମାତ୍, ଈଶାନ୍ତ ଶ୍ରେଷ୍ଠ ଖେଳାଳି
Advertisement

ଇଡେନରେ ଭାରତର ବାଜିମାତ୍, ଈଶାନ୍ତ ଶ୍ରେଷ୍ଠ ଖେଳାଳି

ଇଡେନ ଗାର୍ଡେନରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । ବାଂଲାଦେଶକୁ ଏକ ଇନିଂସ ଓ ୪୬ ରନରେ ହରାଇ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ଦଳ ପ୍ରଥମ ଦିବାରାତ୍ରି ଟେଷ୍ଟ ଖେଳୁଥିବା ବେଳେ ଏହାକୁ ଜିତି ନିଜ ନାଁରେ କରିଛି କୋହଲି ଆଣ୍ଡ କୋ । 

ଇଡେନରେ ଭାରତର ବାଜିମାତ୍, ଈଶାନ୍ତ ଶ୍ରେଷ୍ଠ ଖେଳାଳି

କୋଲକାତା: ଇଡେନ ଗାର୍ଡେନରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ । ବାଂଲାଦେଶକୁ ଏକ ଇନିଂସ ଓ ୪୬ ରନରେ ହରାଇ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ଦଳ ପ୍ରଥମ ଦିବାରାତ୍ରି ଟେଷ୍ଟ ଖେଳୁଥିବା ବେଳେ ଏହାକୁ ଜିତି ନିଜ ନାଁରେ କରିଛି କୋହଲି ଆଣ୍ଡ କୋ । 

ମାତ୍ର ୩ ଦିନରେ ଖେଳ  ଖତମ ।  ବୋଲିଂ ପରେ ବ୍ୟାଟିଂରେ ମଧ୍ୟ ଫେଲ୍ ମାରିଲେ ବାଂଲାଦେଶ ଖେଳାଳି । ଗୋଟାଏ ପରେ ଗୋଟାଏ ପ୍ୟାଭିଲିଅନ୍ ଫେରିଲେ ।  ଇନ୍ଦୋର ଭଳି ଇଡେନ ଗାର୍ଡେନରେ ମଧ୍ୟ ଚାଲିଲାନି ବ୍ୟାଟ୍ । ରହିମଙ୍କୁ ଛାଡ଼ି ଆତ୍ମସମର୍ପଣ କଲେ ଅନ୍ୟ ସବୁ ଖେଳାଳି । ସେମାନଙ୍କ ପାଇଁ ବେଶ୍ ଭାରି ପଡ଼ିଲେ ଈଶାନ୍ତ ଓ ଉମେଶ ଯାଦବ । ଦିବାରାତ୍ରି ଟେଷ୍ଟର ମାତ୍ର ୩ ଦିନରେ ହାରିଲା ବାଂଲାଦେଶ ।   

fallbackଇଡେନ ଗାର୍ଡେନରେ ଦ୍ୱିତୀୟ ଇନିଂସରେ ୧୯୫ ରନରେ ସୀମିତ ରହିଲା ବାଂଲାଦେଶ । ଦଳ ପକ୍ଷରୁ ମୁସ୍ତାଫିକର ରହିମ୍ ସର୍ବାଧିକ ୭୪ ରନର ଇନିଂସ ଖେଳିଥିଲେ ।  ଈଶାନ୍ତ ଶର୍ମା ୪ଟି ଓ  ଉମେଶ ଯାଦବ ସର୍ବାଧିକ ୫ଟି ୱିକେଟ୍ ନେଇ ଦଳକୁ ବିଜୟୀ କରାଇଥିଲେ । ପ୍ରଥମ ଇନିଂସରେ ବାଂଲାଦେଶ ମାତ୍ର ୧୦୬ ରନ୍ କରିଥିଲା । ଈଶାନ୍ତ ୫ଟି ଓ ଯାଦବ ୩ଟି ନେଇଥିବା ବେଳେ ସାମିଙ୍କୁ ମିଳିଥିଲା ୨ଟି ୱିକେଟ୍ । ଜବାବରେ ୩୪୭ ରନରେ ପ୍ରଥମ ପାଳି ଘୋଷଣା କରିଥିଲା ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ୧୩୬ ରନର 'ବିରାଟ' ଇନିଂସ ଖେଳିଥିଲେ । ଭାରତ ମାତ୍ର ୩ ଦିନରେ  ଏକ ଇନିଂସ ଓ ୪୬ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ବିଜୟ ସହ ୨ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ହାତେଇଛି କୋହଲି ଆଣ୍ଡ କୋ ।    

fallback ସବୁଠାରୁ ମଜା କଥା ହେଲା ସ୍ପିନ ଯାଦୁଗର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ପାଇନାହାନ୍ତି ।  ମ୍ୟାଚରେ ୯ ୱିକେଟ୍ ସହ ସିରିଜରେ ୧୨ ୱିକେଟ୍ ନେଇ ମ୍ୟାଚ୍ ଓ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ସ୍ପିଡଷ୍ଟର ଈଶାନ୍ତ ଶର୍ମା ।   ଟି-ଟ୍ୱେଣ୍ଟି ସିରିଜ ବିଜୟ ପରେ ଏବେ ଟେଷ୍ଟ ସିରିଜରେ ମଧ୍ୟ ବାଜିମାତ୍ କରିଛି ଟିମ୍ ଇଣ୍ଡିଆ ।