ଶକ୍ତି ବଢାଇବାକୁ ୪୫୦ ଯୁଦ୍ଧ ବିମାନ ସାମିଲ କରିବ ଭାରତୀୟ ବାୟୁସେନା
Advertisement

ଶକ୍ତି ବଢାଇବାକୁ ୪୫୦ ଯୁଦ୍ଧ ବିମାନ ସାମିଲ କରିବ ଭାରତୀୟ ବାୟୁସେନା

ଆଗମୀ ୩୫ ବର୍ଷକୁ ଦୃଷ୍ଟିରେ ରଖି ବିଭିନ୍ନ ଧରଣର ପ୍ରାୟ ୪୫୦ଟି ଯୁଦ୍ଧ ବିମାନକୁ ଅଧିଗ୍ରହଣ କରି ଶକ୍ତି ବଢାଇବାକୁ ଯୋଜନା କରିଛି  ଭାରତୀୟ ବାୟୁସେନା | 

ଶକ୍ତି ବଢାଇବାକୁ ୪୫୦ ଯୁଦ୍ଧ ବିମାନ ସାମିଲ କରିବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଏବଂ ପଡୋଶୀ ଚୀନର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଶକ୍ତି ବୃଦ୍ଧି କରିବାକୁ ଯୋଜନା କରିଛି ଭାରତୀୟ ବାୟୁସେନା | ଏଥିପାଇଁ ଦେଶର ଉତ୍ତର-ପଶ୍ଚିମ ଭାଗରେ ପ୍ରାୟ ୪୫୦ ଯୁଦ୍ଧ ବିମାନ ମୁତୟନ କରାଯିବ | ସୋମବାର ଏ ସମ୍ପର୍କରେ ଜଣାଇଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ |  ଆକାଶ ମାର୍ଗରେ ନିଜ ଶକ୍ତି ବଢାଇବାକୁ ଯୋଜନା କରିଛି ଭାରତୀୟ ବାୟୁସେନା |

ଏଥିପାଇଁ ୩୬ ରାଫେଲ, ୧୧୪ ମଲ୍ଟିରୋଲ ଯୁଦ୍ଧ ବିମାନ, ୧୦୦ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) ଏବଂ ୨୦୦ ହାଲୁକା ଯୁଦ୍ଧ ବିମାନର ଆବଶ୍ୟକତା ରହିଛି | ଆଗାମୀ ୧୫ ବର୍ଷରେ ୮୩ଟି ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ବାୟୁସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରହିଛି | ପରେ ଆଉ ୧୦୦ଟି ହାଲୁକା ଯୁଦ୍ଧ ବିମାନର(ଏଲସିଏ) ଉପଯୋଗ ହେବ| ଏହି ସଂଖ୍ୟାକୁ ବଢାଯାଇ ୨୦୦କୁ ବୃଦ୍ଧି କରାଯିବ | ବାୟୁସେନା ପାଇଁ ଆବଶ୍ୟକୀୟ ୬ଟି ସ୍କ୍ରାଡ୍ରନ ପାଇଁ  ୧୦୦ ଯୁଦ୍ଧ ବିମାନ ଆବଶ୍ୟକ | ସାମରିକ କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଅନୁଷ୍ଠାନ(ଡିଆରଡିଓ) ସବ ବୁଝାମଣା ହୋଇଛି | ଆଗାମୀ ୩୫ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ମୋଟ ଉପରେ ୪୫୦ ଯୁଦ୍ଧବିମାନକୁ ବାୟୁସେନାରେ ସାମିଲ କରିବା ନେଇ ଯୋଜନା ରହିଛି | 

ପ୍ରଶିକ୍ଷଣ ପାଇଁ ୭୦ଟି ଏଚଟିଟି-୪୦ ଫାଇଟର ଜେଟକୁ ସହାୟକ ଯୁଦ୍ଧ ବିମାନ ବ୍ୟବହାର କରାଯିବ | ଏଥିପାଇଁ ୩୭୦ ଇଣ୍ଡିଜେନିୟସ ଏୟାରକ୍ରାଫ୍ଟ ଆବଶ୍ୟକ | ବାୟୁସେନା ପାଇଁ ଦରକାର ଥିବା ଯୁଦ୍ଧ ବିମାନ ନିର୍ମାଣ ପାଇଁ ବର୍ତ୍ତମାନ ହେଉଛି ପ୍ରକୃତ ସମୟ | ଆକାଶ ବାହିନୀରେ ପ୍ରାୟ ୧୧୪ଟି ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟ ଅଧିଗ୍ରହଣ କରିବାକୁ ଆମର ଯୋଜନା ରହିଛି | ଏଥିପାଇଁ ମେକ ଇନ ଇଣ୍ଡିଆ ସହ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ) ଉପରେ ଗୁରୁତ୍ୱ ଦିଆଯାଉଛି | ଏପରିକି ଘରୋଇ କ୍ଷେତ୍ରକୁ ଆମନ୍ତ୍ରଣ କରାଯାଇଛି | ବାୟୁସେନା କ୍ଷେତ୍ରକୁ ସଶକ୍ତ ସୁଦୃଢ କରିବା ପାଇଁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର କରାଯିବ |