close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପିଓକେରେ ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ଆର୍ଟିଲରୀ ଗନ ଦ୍ୱାରା ଧ୍ୱଂସ କଲା ଆତଙ୍କୀ କ୍ୟାମ୍ପ

ପାକିସ୍ତାନୀ ଫାଇରିଂର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର(ପିଓକେ) ସ୍ଥିତ ଆତଙ୍କୀ ଠିକଣାକ ଉପରେ ବଡ଼ ଧରଣର ଆକ୍ରମଣ କରିଛି ସେନା । ସେନାର ଏହି କାର୍ଯ୍ୟାନୁଷ୍ଠାନରେ ବହୁ ଆତଙ୍କୀ କ୍ୟାମ୍ପ ଧ୍ୱଂସ ହେବାର ସୂଚନା ମିଳିଛି ।  

ପିଓକେରେ ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ଆର୍ଟିଲରୀ ଗନ ଦ୍ୱାରା ଧ୍ୱଂସ କଲା ଆତଙ୍କୀ କ୍ୟାମ୍ପ
Indian army hits terrorist camps in Pok

ନୂଆଦିଲ୍ଲୀ: ପାକିସ୍ତାନୀ ଫାଇରିଂର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର(ପିଓକେ) ସ୍ଥିତ ଆତଙ୍କୀ ଠିକଣାକ ଉପରେ ବଡ଼ ଧରଣର ଆକ୍ରମଣ କରିଛି ସେନା । ସେନାର ଏହି କାର୍ଯ୍ୟାନୁଷ୍ଠାନରେ ବହୁ ଆତଙ୍କୀ କ୍ୟାମ୍ପ ଧ୍ୱଂସ ହେବାର ସୂଚନା ମିଳିଛି ।  

ଏହି ଆକ୍ରମଣ ପାଇଁ ସେନା ଆର୍ଟିଲାରୀ ଗନର ବ୍ୟବହାର କରିଥିଲେ । ଆତଙ୍କୀ କ୍ୟାମ୍ପ ସହ ବହୁ ଲଞ୍ଚିଙ୍ଗ ପେଡ ଧ୍ୱଂସ ହେବାର ସୂଚନା ରହିଛି ।   ପାକିସ୍ତାନ ତରଫରୁ କ୍ରମାଗତ ଅସ୍ତ୍ରବିରତ ଉଲଙ୍ଘନ କରାଯାଉଛି ।  ରବିବାର ପାକିସ୍ତାନ ଜମ୍ମୁ କାଶ୍ମୀରର କୁପୱାଡା ସ୍ଥିତ ତଙ୍ଗାଧର ସେକ୍ଟରରେ ଅସ୍ତ୍ର ବିରତି ଉଲଙ୍ଘନ କରିଛି ।  ଏଥିରେ ୨ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ।  ଏହା ବ୍ୟତୀତ ୧ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି ।  ଅନ୍ୟପଟେ ସେନାର ଯବାନ ସମେତ ୮ ଜଣ ଆହତ ହୋଇଛନ୍ତି । 

ରିପୋର୍ଟ ଅନୁସାରେ ବର୍ତ୍ତମାନ ସୀମାରେ ପରିସ୍ଥିତି ଭଲ ନାହିଁ ।  ପାକ୍ ସେନା କ୍ରମାଗତ ତଙ୍ଗାଧର, ନୌଗାମ ଓ କୁପୱାଡାରେ ଫାଇରିଂ କରୁଛି ।  ଯାହାର ଜୋରଦାର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି ।  ଭାରତୀୟ ସେନାଙ୍କ ଜବାବୀ ଆକ୍ରମଣରେ ପିଓକେରେ ବହୁତ କ୍ଷତି ହୋଇଛି । ଅନ୍ୟପକ୍ଷେ ପାକ୍ ସେନାର ଆକ୍ରମଣରେ  ସର୍ବାଧିକ କ୍ଷୟକ୍ଷତି ଚିତ୍ରକୂଟ ଗାଁରେ ହୋଇଛି ।  ଯେଉଁଠି ପାକିସ୍ତାନ ପକ୍ଷରୁ ଫାଇରିଂ ହେବାରୁ ୬ ଘର ଭାଙ୍ଗିଯାଇଛି । ଗୁଣ୍ଡି ସାଲ ନାମକ ସ୍ଥାନରେ ମଧ୍ୟ ପାକିସ୍ତାନର ଫାଇରିଂ ଯୋଗୁଁ ୨ଟି ଘର ନଷ୍ଟ ହୋଇଛି । ଏହାସହ ଜଣେ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଛି ।