close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସାର ବିଶ୍ୱରେ ପରିଚିତ ଥିବା ୫ ଭାରତୀୟ CEOଙ୍କ ବିଷୟରେ ଜାଣିଛନ୍ତି କି?

ଟେକନୋଲଜୀ କ୍ଷେତ୍ରରେ ଭାରତୀୟମାନେ ବହୁ ପୂର୍ବରୁ ନିଜର ଡେଣା ସାରା ବିଶ୍ୱରେ ମେଲାଇ ସାରିଛନ୍ତି

ସାର ବିଶ୍ୱରେ ପରିଚିତ ଥିବା ୫ ଭାରତୀୟ CEOଙ୍କ ବିଷୟରେ ଜାଣିଛନ୍ତି କି?
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: କଥା ଯେତେବେଳେ ଟେକନୋଲଜୀ ଓ ଆବିଷ୍କାରର ଉଠେ ସେତେବେଳେ ଭାରତୀୟଙ୍କ ନାମ ଆପେ ଆପେ ଉଠିଥାଏ । ଟେକନୋଲଜୀ କ୍ଷେତ୍ରରେ ଭାରତୀୟମାନେ ବହୁ ପୂର୍ବରୁ ନିଜର ଡେଣା ସାରା ବିଶ୍ୱରେ ମେଲାଇ ସାରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅନେକ ଏପରି କିଛି ସିଇଓ ଅଛନ୍ତି ଯେଉଁମାନେ ସାରା ବିଶ୍ୱରେ ରାଜୁତୀ କରୁଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜାଣନ୍ତୁ ୫ ଏପରି ପ୍ରଭାବଶାଳୀ ceoଙ୍କ ବିଷୟରେ ଯେଉଁମାନେ ଭାରତରେ ଜନ୍ମ ଗ୍ରହଣ କରିଛନ୍ତି ଓ ସାରା ବିଶ୍ୱରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ।

ସୁନ୍ଦର ପିଚାଇsundar pichai

ମନୁଷ୍ୟର ଅତ୍ୟାବଶ୍ୟକ ଜିନିଷ ମଧ୍ୟରେ ବର୍ତ୍ତମାନ ଗୁଗୁଲ ଅନ୍ୟତମ । ଆଉ ଏହି ଗୁଗୁଲର ceo ଆଉ କେହି ନୁହଁନ୍ତି ବରଂ ଭାରତର ସୁନ୍ଦର ପିଚାଇ । ସୁନ୍ଦର ଆଇଆଇଟି ଖଡଗପୁରରେ କେମିକାଲ ଇଞ୍ଜିନିୟରିଂ କରିଛନ୍ତି । ଆଇଆଇଟି ଖଡଗପୁରରେ ବ୍ୟାଚଲର ଡିଗ୍ରୀ ହାସଲ କରିବା ପରେ ସେ ବିଦେଶ ଯାଇଥିଲେ । ଆଉ ଗୁଗୁଲର ceo ହେବା ପରେ ସେ ଭାରତର ନାମ ଆହୁରି ଉଚ୍ଚା କରିଦେଇଛନ୍ତି । 

ସତ୍ୟା ନଦେଲା ସତ୍ୟା ନଦେଲା

ଆଉ ଏକ ପ୍ରସିଦ୍ଧ ଭାରତୀୟ ସତ୍ୟା ନଦେଲା ଯିଏ କି ସାରା ବିଶ୍ୱରେ ପରିଚିତ । ସତ୍ୟା ବର୍ତ୍ତମାନ ମାଇକ୍ରୋସପ୍ଟର ceo ଅଛନ୍ତି । ସେ ମଣିପାଲ ଇନଷ୍ଟିଚ୍ୟୁଟରେ ଇଲୋକ୍ଟ୍ରନିକ୍ସ ଓ ଟେଲି କମୁନିକେସନରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି । ପରେ ସେ MBAରେ ମାଷ୍ଟର ଡିଗ୍ରୀ କରିଥିଲେ । ୨୦୧୪ମସିହାରେ ସତ୍ୟା ମାଇକ୍ରୋସପ୍ଟର ceo ହୋଇଥିଲେ ।

ସଞ୍ଜୟ କୁମାର ଝା

ବିହାରରେ ଜନ୍ମିତ ସଞ୍ଜୟ ସାରା ବିଶ୍ୱରେ ଆଉ ଏକ ପ୍ରସିଦ୍ଧ ନାମ । ସଞ୍ଜୟ ଇଲକ୍ଟ୍ରୋନିକ୍ସରେ P.HD ହାସଲ କରିଛନ୍ତି । ସେ ବର୍ତ୍ତମାନ ମଟ୍ରୋଲା ମୋବାଇଲ ଫୋନ କମ୍ପାନୀର ceo ଅଛନ୍ତି । 

ଶାନ୍ତନୁ ନାରାୟଣ 

ଏଡୋବର   ceo ଶାନ୍ତନୁ ନାରାୟଣ ସାରା ବିଶ୍ୱରେ ଖୁବ ଚର୍ଚ୍ଚିତ । ସେ ୨୦୦୫ ମସିହାରେ କମ୍ପାନୀର ମୁଖ୍ୟ ଅପରେଟିଂ ଅଫିସର ଭାବରେ କାର୍ଯ୍ୟରତ ଥିଲେ ଓ ପରେ କମ୍ପାନୀର ceo ହେଲେ । ସେ ହାଇଦ୍ରାବଦର ଓମାନିଆ ବିଶ୍ୱବିଦ୍ୟାଳୟରେ ଇଲକ୍ଟ୍ରୋନିକ୍ସରେ ଡିଗ୍ରୀ କରିଛନ୍ତି । ନାରାୟଣ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପୁରସ୍କୃତ ହୋଇଛନ୍ତି । 

ରାଜୀବ ସୁରି

ନୋକିଆ କମ୍ପାନୀର ceo ଭାବେ ପରିଚିତ ରାଜୀବ ସୁରି । ନୋକିଆ ଫୋନରେ ବର୍ତ୍ତମାନ ଦେଖାଦେଇଥିବା ପରିବର୍ତ୍ତନ ଓ ହୋଇଥିବା ଆଧୁନୀକରଣର ମୂଳରେ ଅଛନ୍ତି ଭାରତୀୟ ରାଜୀବ ସୁରି । ରାଜୀବ ମଧ୍ୟ ମଣିପାଲ ଇନଷ୍ଟିଚ୍ୟୁଟରେ ଇଲୋକ୍ଟ୍ରନିକ୍ସ ଓ ଟେଲି କମୁନିକେସନରେ ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି । ଡିଗ୍ରୀ ହାସଲ କରିବା ପରେ ସୁରି ବିଦେଶ ଯାଇଥିଲେ । ୨୦୧୫ ମସିହାରେ ସୁରୀ ନୋକିଆ ଫୋନ କମ୍ପାନୀର ceo ହୋଇଥିଲେ ।