• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।

ସାବଧାନ ଶତ୍ରୁ, ତୁମେ ଜାଣିନ ଭାରତୀୟ ଯବାନଙ୍କ ପରାକ୍ରମ

ସାବଧାନ ଶତ୍ରୁ । ଭାରତକୁ ଆକ୍ରମଣ ଭାବିବାକୁ ଭାବିବା ପୂର୍ବରୁ ଥରେ ଦେଖିନିଅ ଭାରତୀୟ ଯବାନଙ୍କ ପରାକ୍ରମ । 

ସାବଧାନ ଶତ୍ରୁ, ତୁମେ ଜାଣିନ ଭାରତୀୟ ଯବାନଙ୍କ ପରାକ୍ରମ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପରାକ୍ରମ ଦେଖାଇଲା ଭାରତୀୟ ତଟରକ୍ଷୀ ବାହିନୀ । ଦେଶର ସୁରକ୍ଷା ପାଇଁ ଭାରତୀୟ ଯବାନ ସବୁକିଛି କରିପାରେ । ଦରକାର ପଡିଲେ ଜୀବନ ଦେବା ପାଇଁ ବି ପ୍ରସ୍ତୁତ ଯବାନ। ଯାହାଙ୍କ ସାମ୍ନା କରିବା ପାଇଁ ଶତ୍ରୁପକ୍ଷର ସାହାସ ନଥାଏ । ଗତକାଲି ପାନାଜୀ ଦେଖୁଥିଲା ଭାରତୀୟ ଯବାନଙ୍କ ଏପରି ଶକ୍ତି, ସୌର୍ଯ୍ୟ ଏବଂ ପରାକ୍ରମ । 

ଗୋଆ ସମୁଦ୍ରରେ ପଇଁତରା ମାରୁଥିଲା ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ । ଆକାଶରେ ଉଡୁଥିଲା ହେଲିକପ୍ଟର । ଆଉ ଆମ ଯବାନଙ୍କ ପରାକ୍ରମ ଦେଖୁଥିଲା ପାନାଜୀ । ଶତ୍ରୁକୁ କିପରି ସାମ୍ନା କରାଯାଏ, ତାହା କହୁଥିଲା ଭାରତୀୟ ତଟରକ୍ଷୀ ବାହିନୀ । ଯେକୌଣସି ମୁହୂର୍ତ୍ତରେ, ଯେକୌଣସି ପରିସ୍ଥିତିରେ ଶତ୍ରୁପକ୍ଷକୁ ସାମ୍ନା କରିବାକୁ ଭାରତୀୟ ଯବାନ ଯେ ସକ୍ଷମ, ପରାକ୍ରମରୁ ଏହା ସ୍ପଷ୍ଟ ହେଉଥିଲା । 

Indian Coast Guard

କିପରି କରାଯାଏ ସର୍ଚ୍ଚ ଅପରେସନ ଓ କିପରି ହୁଏ ଉଦ୍ଧାର କାର୍ଯ୍ୟ, ସମୁଦ୍ର ଭିତରେ ତାହା କରି ଦେଖାଉଥିଲେ ଯବାନ । ଗୋଆରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଦୁଇ ଦିନିଆ ଆଞ୍ଚଳିକ ତଲାସି ଏବଂ ଉଦ୍ଧାର କର୍ମଶାଳା ଏବଂ ସମରାଭ୍ୟାସ-୨୦୧୯ରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜି ଏହି କର୍ମଶାଳାର ଦ୍ୱିତୀୟ ଦିନ । ଆଜିବି କିଛି ନୂଆ କୌଶଳ ଦେଖାଇବେ ଭାରତୀୟ ତଟରକ୍ଷୀ ବାହିନୀ ।