Advertisement
Article Detail0/zeeodisha/odisha666395
Zee OdishaOther Newsଲକଡାଉନ ପରେ ଯଦି ଟ୍ରେନ ଚାଲେ...

ଲକଡାଉନ ପରେ ଯଦି ଟ୍ରେନ ଚାଲେ...

ରେଳବାଇକୁ ୟୁଆଇସିର ନୋଟିସ

ଲକଡାଉନ ପରେ ଯଦି ଟ୍ରେନ ଚାଲେ...

ନୂଆଦିଲ୍ଲୀ: ଲକଡାଉନ ପରେ ଯଦି ଟ୍ରେନ ଚାଲେ ତେବେ ରେଳବାଇ ଯାତ୍ରୀଙ୍କୁ କିଭଳି ସୁବିଧା ଯୋଗାଇ ଦେବ। ଏଭଳି ପ୍ରଶ୍ନ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏଠାରେ ଆମେ କହି ରଖୁଛୁ ଯେ, ଲକଡାଉନ ପରେ ରେଳ ଚଳାଚଳ ନେଇ ରେଳବାଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହା ସହିତ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନେଉଥିବା ସୂଚନା ରହିଛି।  

କୋରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ପରିସ୍ଥିତି ଜାରି ହୋଇଥିବାରୁ ରେଳ ଚଳାଚଳ ମଧ୍ୟ ୨୧ ଦିନ ଧରି ବନ୍ଦ ରହିଛି। ଫଳରେ ଆସନ୍ତା ୧୪ ତାରିଖରେ ଲକଡାଉନ ପରିସ୍ଥିତି ଉଠିବା ପରେ ରେଳ ଚଳାଚଳ ନେଇ ମଧ୍ୟ ସନ୍ଦେହ ଜାରି ରହିଛି। ତେବେ ରେଳବାଇ ରେଳ ଯଦି ଚଳାଉଛି, ଭାରତୀୟ ରେଳବାଇକୁ ଅନ୍ତରାଷ୍ଟ୍ରୀୟ ରେଳ ସଂଘ(ୟୁଆଇସି) କିଛି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି।  

ରେଳବାଇକୁ ଦିଶା ନିର୍ଦ୍ଦେଶ ଶୀର୍ଷକ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଯାତ୍ରୀଙ୍କୁ ସ୍ୱାସ୍ଥ୍ୟର ଯାଞ୍ଚ କରାଯିବାକୁ ବାଧ୍ୟତାମୂଳକ ରହିଛି। ଚିକିତ୍ସକ ଓ ପିପିଇ କିଟର ବ୍ୟବସ୍ଥା କରିବା ଓ ଟିକଟ ଯାଞ୍ଚ ସମୟରେ ସାମାଜିକ ଦୂରତ୍ୱ ବଜାୟ ରହିବାକୁ ନିର୍ଦ୍ଦେଶ ଦିଆଯିବ। ଭାଇରସ ମହାମାରୀ କୁ ଦୃଷ୍ଟିରେ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କୁହାଯାଇଛି। ତେବେ ୟୁଆଇସି କହିବା ମୁତାବକ ଅଷ୍ଟ୍ରିୟା, ବୁଲଗେରିଆ, କାନାଡ଼ା, ଚୀନ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଙ୍ଗେରୀ, ଇରାନ, ଇଜରାଏଲ, ଇଟାଲୀ, ଜାପାନ, ନେଦରଲ୍ୟାଣ୍ଡ, ନରଓ୍ୱେ, ପୋଲାଣ୍ଡ, ସ୍ଳୋଭାକିଆ, ସ୍ଳୋଭାନିଆ, ଦକ୍ଷିଣ କୋରିଆ, ସ୍ପେନ ଓ ଆମେରିକା ପ୍ରମୁଖ ଦେଶକୁ ମଧ୍ୟ ସୁରକ୍ଷା ପାଇଁ ସଚେତନ କରିଛି।  

Add Zee News as a Preferred Source

ୟୁଆଇସି ଆହୁରି ମଧ୍ୟ କହିଛି ଯେ, ରେଳବାଇ କମ୍ବଳ, ଚାଦର, ତକିଆ, ହେଡ଼ଫୋନ ପ୍ରମୁଖ ବସ୍ତୁକୁ ରେଳବଗିରୁ ହଟାଇବାକୁ ନିର୍ଦ୍ଦେଶ ଦେଇଚି। ଦୁରଗାମୀ ଟ୍ରେନରେ ପ୍ରତିଟି ଟ୍ରେନରେ ଯାତ୍ରୀ ବଦଳିଲେ କମ୍ବଳକୁ ପରିବର୍ତ୍ତନ କରିବାକୁ ହେବ। ରିପୋର୍ଟରେ କୁହାଯାଇଛି ଯେ, ରେଳ ଯାତ୍ରା ଆରମ୍ଭରୁ ରେଳ କର୍ମଚାରୀମାନେ ସମ୍ପୂର୍ଣ୍ଣ ସୁସ୍ଥ ରହିବାର ଆବଶ୍ୟକ ରହିଛି। ସେମାନଙ୍କର ଶରୀର ତାପମାତ୍ରାକୁ ମଧ୍ୟ ମାପିବାକୁ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।  

About the Author