• ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ୟୁଏସ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ କଥାହେବେ
  • ଆଜି ବିଭିନ୍ନ କମ୍ପାନୀର ସିଇଓମାନଙ୍କୁ ସାକ୍ଷାତ କରିବେ
  • ୫ଟି କମ୍ପାନୀର ସିଇଓମାନଙ୍କୁ ମୋଦିଙ୍କ ସାକ୍ଷାତ କାର୍ଯ୍ୟକ୍ରମ
  • ଆସନ୍ତାକାଲି ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ
  • ଆସନ୍ତା ୨୬ରେ ବସିବ ମାଓ ଦମନ ବୈଠକ
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
  • ଯୋଗଦେବେ ଓଡ଼ିଶା ସମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ରାଜ୍ୟର ସିଏସ, ପୋଲିସ ଡିଜି, ବରିଷ୍ଠ ଅଧିକାରୀ ଯୋଗଦେବେ
  • ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ

Tokyo Olympics 2020: ୨ ପଦକ ହାତେଇଲା ଭାରତୀୟ ଦଳ

ଅଲମ୍ପିକରେ ବ୍ୟାଡମିଣ୍ଟନରେ ଦ୍ୱିତୀୟ ଥର ଲାଗି ପଦକ ହାତେଇବାରେ ସଫଳ ହୋଇଛି ଭାରତ।

Tokyo Olympics 2020: ୨ ପଦକ ହାତେଇଲା ଭାରତୀୟ ଦଳ

ଟୋକିଓ: କ୍ରୀଡା ମହାକୁମ୍ଭ ଟୋକିଓ ଅଲମ୍ପିକରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଦଳ। ପ୍ରଥମ ଥର ପାଇଁ ଟୋକିଓ ଅଲମ୍ପିକରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ପୁଲ-ଏ ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ଭାରତ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପକ୍ଷରୁ ମୀରାବାଇ ଚାନୁ ୱେଟଲିଫ୍ଟିଂରେ ରୌପ୍ୟ ପଦକ ହାସଲ କରିଛନ୍ତି। 

ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଲାଗି ହୋଇଥିବା ମୁକାବିଲାରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ତାଙ୍କ ଚୀନୀ ପ୍ରତିଦ୍ୱନ୍ଦ୍ୱୀ ୱିଙ୍ଗ ଜିୟାୟୋଙ୍କୁ ୨୧-୧୩, ୨୧-୧୫ ସେଟ୍ ରେ ପରାସ୍ତ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ ସେ। ଅଲମ୍ପିକରେ ଦ୍ୱିତୀୟ ଥର ଲାଗି ପଦକ ହାତେଇବାରେ ସଫଳ ହୋଇଛନ୍ତି।

Also Read: Tokyo Olympics 2020 : ଇତିହାସ ରଚିଲେ Mirabai Chanu, ରୌପ୍ୟ ପଦକ ସହ ଖୋଲିଲା ଭାରତର ଖାତା

ଟୋକିଓ ଅଲମ୍ପିକରେ ଖେଳିଥିବା ୫ଟି ମ୍ୟାଚରେ ଏହା ହେଉଛି ଭାରତର ଦ୍ୱିତୀୟ ବିଜୟ। ଭାରତ ପୂର୍ବରୁ ନେଦରଲ୍ୟାଣ୍ଡ, ଜର୍ମାନୀ, ବ୍ରିଟେନ ଭଳି ଦଳ ନକ୍ଆଉଟ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ। ଗୋଟିଏ ସ୍ଥାନ ବାକି ରହିଥିଲା। ଆଉ ଏନେଇ ଭାରତ-ଆୟରଲ୍ୟାଣ୍ଡ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲ ଏ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ଏବଂ ବ୍ରିଟେନ ଆୟାରଲ୍ୟାଣ୍ଡକୁ ହରାଇଥିଲା। ସେହିପରି ଭାରତୀୟ ପୁରୁଷ ହକି ଦଳ ଗ୍ରେଟ ବ୍ରିଟେନ ବିରୁଦ୍ଧରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବ।

Also Read: Tokyo Olympics: କ୍ୱାଟରରେ ପୁରୁଷ ହକି ଦଳ, ଚମ୍ପିଆନ ଆର୍ଜେଣ୍ଟିନାକୁ ୩-୧ରେ କଲା ପରାସ୍ତ

 ଅନ୍ୟପଟେ ୬୪ ମିଟର ଡିସକସ୍ ଥ୍ରୋ ମୁକାବିଲାରେ ଭାରତୀୟ ଖେଳାଳୀ କମଲପ୍ରୀତ କୌର ଟୋକିଓ ଅଲମ୍ପିକ ଫାଇନାଲରେ ନିଜର ସ୍ଥାନ ବନାଇଛନ୍ତି। ନିଜର ତୃତୀୟ ପ୍ରୟାସରେ ସେ ଏହି ସଫଳତା ପାଇଥିଲେ।  ଏହି ମୁକାବିଲାର ଶୀର୍ଷରେ ରହିଛନ୍ତି  ଆମେରିକୀୟ ଖେଳାଳୀ ୱାଲାରୀ ଆଲମ୍ୟାନ। ଆସନ୍ତାକାଲି ଡିସକସ୍ ଥ୍ରୋ ଫାଇନାଲ ମୁକାବିଲା ହେବ।