• ଚାଷୀ ଟ୍ରାକ୍ଟର ରାଲି: ତଦନ୍ତ ଆରମ୍ଭ କଲା ଦିଲ୍ଲୀ ପୋଲିସ
  • ବର୍ଷ ୨୦୨୧ରେ ଭାରତର ଆର୍ଥିକ ଅଭିବୃଦ୍ଧି ୧୧.୫ ପ୍ରତିଶତ ହେବ: IMF
  • ୱାର୍ଲଡ୍ ଇକୋନୋମିକ୍ ଆଉଟଲୁକ୍ ଅପଡେଟରେ ପ୍ରକାଶ ପାଇଛି, IMFର ଅନୁମାନ
  • ବର୍ଷ ୨୦୨୧ରେ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ଭାରତ ବିଶ୍ୱର ଏକ ମାତ୍ର ଦେଶ
  • ବର୍ଷ ୨୦୨୧ରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୮.୧ ପ୍ରତିଶତ ହେବ
  • ଆଜିଠାରୁ ପୁରୀ ସେବାୟତଙ୍କ କୋଭିଡ ଟେଷ୍ଟ
  • ଡାକ୍ତରଖାନାରେ ପୁଣି ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ।
  • ନିକଟରେ ସେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଥିଲେ ।

ଏଣିକି ଏହି ଦେଶକୁ ଯିବା ପାଇଁ ଭାରତୀୟଙ୍କୁ ଲାଗିବନି ଭିଜା

ଦୁନିଆର ପଞ୍ଚମ ସବୁଠାରୁ ବଡ଼ ଦେଶ ବ୍ରାଜିଲ ଦୀପାବଳୀ ପୂର୍ବରୁ ଭାରତୀୟଙ୍କୁ ଦେଇଛି ଉପହାର । ଏଣିକି ଭାରତୀୟଙ୍କୁ ବ୍ରାଜିଲ ଯିବା ପାଇଁ କୌଣସି ଭିଜାର ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲ୍ସୋନାରୋ ଘୋଷଣା କରିଛନ୍ତି । 

ଏଣିକି ଏହି ଦେଶକୁ ଯିବା ପାଇଁ ଭାରତୀୟଙ୍କୁ ଲାଗିବନି ଭିଜା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦୁନିଆର ପଞ୍ଚମ ସବୁଠାରୁ ବଡ଼ ଦେଶ ବ୍ରାଜିଲ ଦୀପାବଳୀ ପୂର୍ବରୁ ଭାରତୀୟଙ୍କୁ ଦେଇଛି ଉପହାର । ଏଣିକି ଭାରତୀୟଙ୍କୁ ବ୍ରାଜିଲ ଯିବା ପାଇଁ କୌଣସି ଭିଜାର ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲ୍ସୋନାରୋ ଘୋଷଣା କରିଛନ୍ତି । 

ସେ କହିଛନ୍ତି ଯେ, ଭାରତର ଲୋକଙ୍କୁ ବ୍ରାଜିଲକୁ ଆସିବା ପାଇଁ ଭିଜାର ଆବଶ୍ୟକତା ପଡ଼ିବ ନାହିଁ । ଭାରତ ବ୍ୟତୀତ ଚୀନକୁ ମଧ୍ୟ ଦକ୍ଷିଣ ଆମେରିକାର ସବୁଠାରୁ ବଡ଼ ଦେଶକୁ ଯିବା ପାଇଁ ଭିଜାର ଦରକାର ହେବ ନାହିଁ । ଆପଣଙ୍କୁ କହି ରଖୁଛୁ ଯେ, ବ୍ରାଜିଲ ଦକ୍ଷିଣ ଆମେରିକା ଓ ଲାଟିନ ଆମେରିକାର ସବୁଠାରୁ ବଡ଼ ଦେଶ । 

ବୋଲ୍ସୋନାରୋ ଏହି ବର୍ଷ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଦେଶର ବ୍ୟବସାୟ ଦିଗରେ ଅଭିବୃଦ୍ଧି କରିବା ପାଇଁ ସେ ବହୁ ଦେଶକୁ ଭିଜାରୁ ରିହାତି ଦେଇଛନ୍ତି । ବ୍ରାଜିଲର ଭିଜା କରିବା ପାଇଁ ପ୍ରାୟ ୧୦ରୁ ୧୫ ଦିନର ସମୟ ଲାଗିଥାଏ । ୱାର୍କ ଭିଜା କେବଳ ୭ରୁ ୧୦ ଦିନ ମଧ୍ୟରେ ମିଳିଯାଇଥାଏ ।

ନିକଟ ଅତୀତରେ ବ୍ରାଜିଲ ରାଷ୍ଟ୍ରପତି ଆମେରିକା, କାନାଡା, ଜାପାନ ଓ ଅଷ୍ଟ୍ରେଲିଆର ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ଭିଜାରୁ ରିହାତି ଦେଇଥିଲେ । କିନ୍ତୁ ଏହି ଦେଶଗୁଡିକ ବ୍ରାଜିଲର ଲୋକଙ୍କ ପାଇଁ କୌଣସି ରିହାତି ପ୍ରଦାନ କରି ନଥିଲା । ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲ୍ସୋନାରୋଙ୍କୁ କଡା ନିଷ୍ପତ୍ତି ନେବା ପାଇଁ ଜଣାଯଇଥାଏ । ସେ ଦେଶରୁ ଦୁର୍ନୀତି ଦୂର କରିବାର ସକଳ୍ପ ନେଇ କ୍ଷମତାକୁ ଆସିଥିଲେ ।

ବ୍ରାଜିଲର ରାଜଧାନୀର ବ୍ରାସିଲିୟାରେ ନଭେମ୍ୱର ୧୩-୧୪ ଯାଏ ବ୍ରିକ୍ସ ସମ୍ମିଳନୀ ହେବାର ଅଛି । ଏହି ସମ୍ମିଳନୀରେ ବ୍ରାଜିଲ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ହେବ । ଏହି ସାକ୍ଷାତ ବେଳେ ପିଏମ ମୋଦି ଓ ବୋଲ୍ସୋନାରୋଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଚୁକ୍ତି ହୋଇପାରେ । ଏହାପୂର୍ବରୁ ଦୁଇ ନେତା ଜି-୨୦ ସମ୍ମିଳନୀରେ ସାକ୍ଷାତ କରିଥିଲେ । ବ୍ରିକ୍ସ ସମ୍ମିଳନୀରେ ବ୍ରାଜିଲ, ଋଷିଆ, ଚୀନ, ଭାରତ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛି ।