close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଚେତାଇଲେ ଅଭିଜିତ ବାନାର୍ଜୀ

ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ଅଭିଜିତ ବିନାୟକ ବାନାର୍ଜୀଙ୍କୁ ମିଳିଛି ଦୁନିଆର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର । ଅର୍ଥନୀତି କ୍ଷେତ୍ରରେ ଅଶେଷ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ତାଙ୍କ ସହ ତାଙ୍କ ପତ୍ନୀ ଏଷ୍ଟର ଡ୍ୟୁଫଲୋ ଓ ମାଇକେଲ କ୍ରେମରଙ୍କୁ ମଧ୍ୟ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । ଅନ୍ୟପକ୍ଷେ ନୋବେଲ ପୁରସ୍କାର ମିଳିବା ପରେ ଅଭିଜିତ ସଙ୍କଟରେ ଭାରତୀୟ ଅର୍ଥ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି । ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନ ନିଆଯାଏ ତେବେ ଆଗାମୀ ଦିନରେ ଏହା ଆହୁରି ଅଧିକ ଖରାପ ଦିଗକୁ ଗତି କରିବ ବୋଲି ସେ କହିଛନ୍ତ । 

ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଚେତାଇଲେ ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ଅଭିଜିତ ବିନାୟକ ବାନାର୍ଜୀଙ୍କୁ ମିଳିଛି ଦୁନିଆର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର । ଅର୍ଥନୀତି କ୍ଷେତ୍ରରେ ଅଶେଷ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ତାଙ୍କ ସହ ତାଙ୍କ ପତ୍ନୀ ଏଷ୍ଟର ଡ୍ୟୁଫଲୋ ଓ ମାଇକେଲ କ୍ରେମରଙ୍କୁ ମଧ୍ୟ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଛି । ଅନ୍ୟପକ୍ଷେ ନୋବେଲ ପୁରସ୍କାର ମିଳିବା ପରେ ଅଭିଜିତ ସଙ୍କଟରେ ଭାରତୀୟ ଅର୍ଥ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି । ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନ ନିଆଯାଏ ତେବେ ଆଗାମୀ ଦିନରେ ଏହା ଆହୁରି ଅଧିକ ଖରାପ ଦିଗକୁ ଗତି କରିବ ବୋଲି ସେ କହିଛନ୍ତ । 

ଅଭିଜିତ ଓ ତାଙ୍କ ପତ୍ନୀ ଡ୍ୟୁଫଲୋ ଆମେରିକାର ମ୍ୟାସାଚୁସେଟ୍ସ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲଜିରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି ।  ନୋବେଲ ପୁରସ୍କାର ଘୋଷଣା ପରେ ଏମଆଇଟିରେ ଅଭିଜିତ ଓ ତାଙ୍କ ପତ୍ନୀ ଗଣମାଧ୍ୟମକୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିଲେ । ସେହି ସମୟରେ ଜଣେ ସାମ୍ବାଦିକ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ପଚାରିଥିଲେ । ଯାହାର ଜବାବରେ ସେ କହିଛନ୍ତି ଯେ, ଭାରତର ଅର୍ଥ ବ୍ୟବସ୍ଥା ବହୁତ ଖରାପ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ।

ଭାରତୀୟମାନେ ଅଭାବଗ୍ରସ୍ତ ଯୋଗୁଁ ନିଜ ଉପଭୋଗକୁ କମ କରୁଛନ୍ତି । କ୍ରମାଗତ ଏଥିରେ ହ୍ରାସ ଦେଖା ଦେଇଛି, ଯେଉଁ ହାରରେ ଏହା ହେବାକୁ ଲାଗିଛି ସେଥିରୁ ଲାଗୁଛି ଏହାକୁ ନିୟନ୍ତ୍ରଣ କରାଯାଇ ହେବ ନାହିଁ । ଅଭିଜିତ ଓ ତାଙ୍କ ସ୍ତ୍ରୀ ଡୁଫଲୋ ଏମଆଇଟିରେ ଅର୍ଥଶାସ୍ତ୍ରରେ ଅଧ୍ୟାପକ ଅଛନ୍ତି । ଦୁହେଁଙ୍କ ବିବାହ ୨୦୧୫ରେ ହୋଇଥିଲା ।

ଅଭିଜିତ ବାନାର୍ଜୀ ଭାରତରେ ମଧ୍ୟ ବହୁ ଗବେଷଣା ପ୍ରଜେକ୍ଟ ଉପରେ କାମ କରୁଛନ୍ତି । ସେ ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ଆହୁରି କହିଛନ୍ତି ଯେ, ମୋତେ ଲାଗୁଛି ଭାରତୀୟ ଅର୍ଥବ୍ୟବସ୍ଥାର ପରସ୍ଥିତି ବହୁତ ଖରାପ । ଏନଏସଏସର ଡାଟା ଦେଖିଲେ ଜଣାପଡୁଛି ଯେ ୨୦୧୪-୧୫ ଓ ୨୦୧୭-୧୮ର ମଧ୍ୟରେ ସହରାଞ୍ଚଳ ଓ ଗ୍ରାମୀଣ ଭାରତର ଲୋକେ ନିଜ ଉପଭୋଗକୁ ଭାରି ମାତ୍ରାରେ କମ କରି ଦେଇଛନ୍ତି । ବହୁ ବର୍ଷ ପରେ ଏମିତି ହୋଇଛି । ଏହା ସଙ୍କଟର ଆରମ୍ଭ ବୋଲି ଅଭିଜିତ କହିଛନ୍ତି ।