ନୂଆଦିଲ୍ଲୀ: ବିଗତ କିଛି ବର୍ଷ ଧରି ଭାରତର ଅର୍ଥନୀତିରେ କ୍ରମାଗତ ମାନ୍ଦାବସ୍ଥା ଜାରି ରହିଛି । ବିଗତ ଦିନରେ ଦେଶର ଜିଡିପି ପ୍ରତିଶତ ନିରାଶାଜନକ ଥିଲା । ଜିଡିପି ୫ ପ୍ରତିଶତକୁ ଖସି ଆସିଥିଲା । ଏହାସହ ଅଟୋ ଓ ଅନ୍ୟାନ୍ୟ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଛି । ଏହି ସବୁ ଭିତରେ ଅର୍ଥନୀତି କ୍ଷେତ୍ରରେ ଭାରତ ପାଇଁ ଏକ ଭଲ ଖବର ଆସିଛି ।
ଭାରତରେ ବର୍ତ୍ତମାନ ବ୍ୟବସାୟ କରିବା ସହଜ ହୋଇଯାଇଛି । ମୋଦି ସରକାରଙ୍କ ଦ୍ୱାରା ଏହି ଦିଗରେ କରାଯାଇଥିବା ପ୍ରୟାସକୁ ବିଶ୍ୱ ବ୍ୟାଙ୍କ ସ୍ୱୀକାର କରିଛି । ବିଶ୍ୱ ବ୍ୟାଙ୍କର ଇଜି ଅଫ ଡୁଇଙ୍ଗ ବିଜନେସର ତାଲିକାରେ ଭାରତ ୧୪ଟି ସ୍ଥାନ ସୁଧାରି ୬୩ ସ୍ଥାନରେ ପହଞ୍ଚିଛି ।
୨୦୧୪ରେ ୧୯୦ଟି ଦେଶର ଏହି ତାଲିକାରେ ଭାରତ ୧୪୨ ସ୍ଥାନରେ ଥିଲା । ଗତବର୍ଷ ଭାରତର ସ୍ଥାନ ୭୭ ରହିଥିଲା । ଭାରତ କ୍ରମାଗତ ଏହି ତାଲିକାରେ ନିଜ ସ୍ଥାନରେ ସୁଧାର କରି ଚାଲିଛି । ଅନ୍ୟପକ୍ଷେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ), ବିଶ୍ୱ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ), ମୁଡିଜ ପରି ଏଜେନ୍ସି ଭାରତର ଆର୍ଥିକ ମାନ୍ଦାବସ୍ଥା ଦେଖି ଜିଡିପି ପ୍ରତିଶତରେ ହ୍ରାସ ଘଟିବାର ଅନୁମାନ କରିଛି ।
ଯେତେବେଳେ ଭାରତ ମୋଦି ସରକାର ୨୦୧୪ କ୍ଷମତାକୁ ଆସିଥିଲେ, ସେହି ସମୟରେ ୧୯୦ଟି ଦେଶର ତାଲିକାରେ ଭାରତର ସ୍ଥାନ ୧୪୨ ଥିଲା । ମୋଦି ସରକାରଙ୍କ ୪ ବର୍ଷର ସୁଧାର ପରେ ୨୦୧୪ରେ ଏହି ରାଙ୍କିଙ୍ଗରେ ସୁଧାର ଆସି ୧୦୦ରେ ପହଞ୍ଚିଥିଲା । ଅନ୍ୟପକ୍ଷେ ୨୦୧୭ରେ ଭାରତ ଇଜି ଅଫ ଡୁଇଙ୍ଗ ତାଲିକାର ୧୩୦ ସ୍ଥାନରେ ଥିବା ଇରାନ ଓ ୟୁଗାଣ୍ଡା ପରି ଦେଶଠୁ ପଛକୁ ପଡିଥିଲା ।