Advertisement
Article Detail0/zeeodisha/odisha671419
Zee OdishaOther News୨୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଧିରେଧିରେ ଦେଶରେ କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୯୩ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୬୮୧ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୪୨୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଉଛନ୍ତି । ଅର୍ଥାତ ଏବେ ଆଉ ୧୬୪୫୪ ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଧିରେଧିରେ ଦେଶରେ କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୩୯୩ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୬୮୧ ହେଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୪୨୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଉଛନ୍ତି । ଅର୍ଥାତ ଏବେ ଆଉ ୧୬୪୫୪ ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

କୋରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ସବୁଠୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବହୁ ସାମ୍ବାଦିକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ବାହାରିଛି । ସେହିପରି ଓଡ଼ିଶାରେ ଏବେ କୋରୋନା ରୋଗୀଙ୍କ ସଂଖ୍ୟା ୮୩ ରହିଛି । ରାଜଧାନୀ ଭୁବନେଶ୍ଵରରେ ଘୋଷଣା ହୋଇଥିବା ୩ଟ କଣ୍ଟେନମେଣ୍ଟ ଜୋନକୁ ମୁକ୍ତ କରାଯାଇଛି । ସୂର୍ଯ୍ୟନଗର , ସତ୍ୟନଗର, ବମିଖାଲ କଣ୍ଟେନମେଣ୍ଟ ଜୋନ୍ ଅବରୋଧ ମୁକ୍ତ କରାଯାଇଛି । 

ସେହିପରି କୋରୋନା ମୁକାବିଲାକୁ ନେଇ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ତେବେ ଏହି ସମୟ ମଧ୍ୟରେ ଲକଡାଉନ୍ ବୃଦ୍ଧି ହେବ ନା ନାହିଁ, ସେନେଇ ଆଲୋଚନା ହୋଇପାରେ । 

About the Author