ଭାରତର ପଲା ଭାରି
ଚା' ପାନ ବିରତି ସୁଦ୍ଧା ବାଂଲାଦେଶ ୭ ୱିକେଟ୍ ହରାଇ ୧୪୦ ରନ୍ କରିଛି ।
Trending Photos

ନୂଆଦିଲ୍ଲୀ: ଇନ୍ଦୋର ଟେଷ୍ଟରେ ପ୍ରଥମ ଦିନରୁ ହିଁ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଚମତ୍କାର ବୋଲିଂ କରିଛନ୍ତି ଭାରତୀୟ ବୋଲର । ଚା' ପାନ ବିରତି ସୁଦ୍ଧା ବାଂଲାଦେଶ ୭ ୱିକେଟ୍ ହରାଇ ୧୪୦ ରନ୍ କରିଛି ।
ଆଜି ଇନ୍ଦୋର ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ । ଆରମ୍ଭରୁ ହିଁ ଦଳକୁ ଶକ୍ତ ଧକ୍କା ଦେଇଥିଲେ ଈଶାନ୍ତ ଓ ଉମେଶ । ୬ ରନ୍ ଲେଖାଏଁ କରି ପ୍ୟାଭିଲିଅନ୍ ଫେରିଥିଲେ ଇମରୁଲ କାୟସ ଓ ଏସ.ଇସଲାମ । ମହମ୍ମଦ ମିଥୁନ ୧୩ ରନରେ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ ଅଧିନାୟକ ମୋନିମୁଲ ହକ୍ ଓ ଅଭିଜ୍ଞ ରହିମ୍ । ତେବେ ରହିମ ୪୩ ଓ ହକ୍ ୩୭ ରନରେ ପ୍ୟାଭିଲିଅନ୍ ଫେରିବା ପରେ ପୁଣି ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ମହମ୍ମଦଉଲ୍ଲା ୧୦, ଲିଟନ ଦାସ ୨୧ ଓ ମେହେନ୍ଦି ହାସନ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଛନ୍ତି ।
ପ୍ରଥମ ଦିନର ଚା' ପାନ ବିରତି ସୁଦ୍ଧା ସାମିଙ୍କୁ ସର୍ବାଧିକ ୩ଟି ୱିକେଟ୍ ମିଳିଥିବା ବେଳେ ଅଶ୍ୱିନଙ୍କୁ ୨ଟି, ଯାଦବ ଓ ଈଶାନ୍ତଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । ଖେଳର ଆହୁରି ୪ ଦିନର ଅଧିକ ସମୟ ଥିବାବେଳେ ଭାରତର ପଲା ଭାରି ରହିଛି ।
୩ ଜଣ ସ୍ପିଡଷ୍ଟର ସହ ୨ ସ୍ପିନରଙ୍କୁ ନେଇ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ପୁଣି ଥରେ ମୟଙ୍କ ଅଗ୍ରୱାଲଙ୍କ ସହ ରୋହିତ ଶର୍ମା ଆରମ୍ଭ କରିବେ ପାଳି । ଇନଫର୍ମ ରୋହିତ ଓ ମୟଙ୍କ ପୁଣିଥରେ ବଡ଼ ଇନିଂସ ଖେଳିବା ଆଶା କରାଯାଉଛି ।
More Stories