କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ କାଳି ଫିଙ୍ଗିଲେ ଯୁବକ

ପାଟନା: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଉପରକୁ କାଳିମାଡ। ଡେଙ୍ଗୁ ରୋଗୀଙ୍କ ସ୍ଥିତି ପରଖିବା ପାଇଁ ପାଟନା ମେଡିକାଲ କଲେଡ ଯାଇଥିବା ବେଳେ ଏହି କାଳିମାଡ ହୋଇଛି। କାଳିମାଡ କରିଥିବା ବ୍ୟକ୍ତି ନିଶାନ୍ତ ଝା। ପପ୍ପୁ ଯାଦବଙ୍କ ଜନ ଅଧିକାର ପାର୍ଟି ସହ ତା ସମ୍ପର୍କ ଥିବା କୁହାଯାଉଛି। ଏପଟେ ଏହାକୁ ଖଣ୍ଡନ କରିଛନ୍ତି ପପ୍ପୁ ଯାଦବ।

କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ କାଳି ଫିଙ୍ଗିଲେ ଯୁବକ
କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ କାଳିମାଡ

ପାଟନା: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଉପରକୁ କାଳିମାଡ । ଡେଙ୍ଗୁ ରୋଗୀଙ୍କ ସ୍ଥିତି ପରଖିବା ପାଇଁ ପାଟନା ମେଡିକାଲ କଲେଡ ଯାଇଥିବା ବେଳେ ଏହି କାଳିମାଡ ହୋଇଛି । କାଳିମାଡ କରିଥିବା ବ୍ୟକ୍ତି ନିଶାନ୍ତ ଝା । ପପ୍ପୁ ଯାଦବଙ୍କ ଜନ ଅଧିକାର ପାର୍ଟି ସହ ତା ସମ୍ପର୍କ ଥିବା କୁହାଯାଉଛି । ଏପଟେ ଏହାକୁ ଖଣ୍ଡନ କରିଛନ୍ତି ପପ୍ପୁ ଯାଦବ ।

ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି, କେବଳ ତାଙ୍କ ଉପରକୁ ନୁହେଁ ଆହୁରି ମଧ୍ୟ ସାମ୍ବାଦିକଙ୍କ ଉପରେ କାଳି ପକାଯାଇଛି । ଅପରାଧ ଜଗତରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା କହିଛନ୍ତି ଅଶ୍ୱିନୀ । ଡେଙ୍ଗୁ ରୋଗୀଙ୍କ ସ୍ଥିତି ପରଖିବା ପାଇଁ ମଙ୍ଗଳବାର ପାଟନା ମେଡିକାଲ କଲେଜ ଯାଇଥିଲେ ଅଶ୍ୱିନୀ । ଆଉ ଏହି ସମୟରେ ତାଙ୍କ ଉପରେ କାଳିମାଡ ହୋଇଛି । ଏପଟେ କାଳି ପକାଇଥିବା ଯୁବକ କହିଛି, ପପ୍ପୁ ଯାଦବଙ୍କ ଜନ ଅଧିକାର ପାର୍ଟି ସହ ତା ସମ୍ପର୍କ ରହିଛି । ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ କାଳି ପକାଇବା ନିଷ୍ପତ୍ତି ତା ନିଜସ୍ୱ ଥିଲା । ଏହା ତାର ବ୍ୟକ୍ତିଗତ ନିଷ୍ପତି । 

କହିରଖୁଛି, ଏବେ ବିହାରରେ ଡେଙ୍ଗୁ କାୟା ବିସ୍ତାର କରୁଛି । ଏହାର ମୁକାବିଲା କରିବା ଉଭୟ ସରକାର ଓ ପ୍ରଶାସନ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି । କେବଳ ରାଜଧାନୀ ପାଟନାରେ ପ୍ରଭାବିତଙ୍କ ସଂଖ୍ୟା ୧୩୦୦ରୁ ଅଧିକ । ଏକ ସାତ ବର୍ଷୀୟ ବାଳକର ମୃତ୍ୟୁ ମଧ୍ୟ ହୋଇସାରିଛି । ପ୍ରଭାବିତଙ୍କ ମଧ୍ୟରେ ବିଜେପି ବିଧାୟକ ସଞ୍ଜୀବ ଚୌରସିୟା ମଧ୍ୟ ରହିଛନ୍ତି । କେବଳ ସୋମବାର ଦିନ ପରୀକ୍ଷା ହୋଇଥିବା ୨୯୪ ରକ୍ତ ନମୂନା ମଧ୍ୟରୁ ୧୧୬ ରକ୍ତ ନମୂନା ପୋଜେଟିଭ ଆସିଛି । 

ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃର୍ଦ୍ଧିକୁ ନେଇ ପାଟନା ମେଡିକାଲ କଲେଡ ଏବଂ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ରଞ୍ଜନ ପ୍ରସାଦ ପ୍ରତିକ୍ରିୟା ରଖିଛନ୍ତି । ବିହାରର ପାଣିପାଗ ଏବଂ ବିଭିନ୍ନ ସ୍ଥାନରେ ଜମି ରହୁଥିବା ପାଣିକୁ ସେ ଏହାର କାରଣ ଭାବରେ ଦର୍ଶାଇଛନ୍ତି । ଯେଉଁଥିପାଇଁ ଡେଙ୍ଗୁ ରୋଗୀଙ୍କ ସହ ଥଣ୍ଡା ଜ୍ୱର ଏବଂ ଚିକୁନଗୁନିଆରେ ମଧ୍ୟ ବହୁ ଲୋକ ଆକ୍ରାନ୍ତ ହେଉଥିବା ସେ କହିଛନ୍ତି ।