ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା
Advertisement

ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

ଜମ୍ମୁ କାଶ୍ମୀରରୁ ହଟିଲା ପ୍ରତିବନ୍ଧକ। ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା।  

ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

ଶ୍ରୀନଗର: ଦୀର୍ଘ ୬ ମାସ ପରେ ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ହୋଇଛି ଇଣ୍ଟରନେଟ ସେବା। ଜମ୍ମୁ କାଶ୍ମୀରର ପ୍ରଶାସନ ଇଣ୍ଟରନେଟ ସେବା ହଟାଇବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଘାଟି ଅଞ୍ଚଳରେ ଲାଗୁ ହୋଇଥିବା ସମସ୍ତ ପ୍ରିପେଡ଼ ମୋବାଇଲ ସେବା ଉପରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ପ୍ରଶାସନର ନିଷ୍ପତ୍ତି କ୍ରମେ ଆଜି ସକାଳୁ ପ୍ରିପେଡ଼ କଲ, ଏସଏମଏସ ଓ ୨ଜି ଇଣ୍ଟରନେଟ ସେବାକୁ ଚାଲୁ କରିଦିଆଯାଇଛି। ଏନେଇ ଜମ୍ମୁ କାଶ୍ମୀରର ପ୍ରମୁଖ ସଚିବ ରୋହିତ କଁସଲ(Rohit kansal) ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।  

ସେ କହିଛନ୍ତି କି ଏହି ମୋବାଇଲ ସେବା ଗୁଡିକ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଉପରେ ଯାଞ୍ଚ କରାଯାଇଛି। ଏହା ସହିତ ଅନେକ  ସମୀକ୍ଷା ମଧ୍ୟ କରାଯାଇଛି। କଡ଼ା ସମୀକ୍ଷା କରାଯିବା ପରେ ହିଁ ଶନିବାର ରାଜ୍ୟରୁ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ଲୋକାଲ ପ୍ରିପେଡ଼ ନମ୍ବରରେ ସମସ୍ତ ସେବାକୁ ଲାଗୁ କରାଯାଇଛି। ଏହା ଫଳରେ ନାଗରିକମାନେ ଆଶ୍ୱସ୍ତି ଲାଭ କରିଛନ୍ତି।  

ସେ ଆହୁରି ମଧ୍ୟ କହିଛନ୍ତି କି, ରାଜ୍ୟର ୮୦ ପ୍ରତିଶତ ଡାକ୍ତରଖାନାରେ ମଧ୍ୟ ଉପଲବ୍ଧ କରାଯାଇଛି। ତେବେ ରାଜ୍ୟର କିଛିଟା ସମ୍ବେଦନଶୀଳ ଅଞ୍ଚଳରେ ଏହି ସୁବିଧାକୁ ଲାଗୁ କରାଯାଇନାହିଁ। ଡାକ୍ତରଖାନା ଗୁଡିକରେ ବିଭାଗ ମଧ୍ୟରେ ଯୋଗାଯୋଗରେ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ସେବାକୁ ସ୍ୱାଭାବିକ କରାଯାଇଛି। ଇଣ୍ଟରନେଟ ସେବା ବନ୍ଦ ହେବା କାରଣରୁ ରୋଗୀମାନେ ଆୟୁଷମାନ ଯୋଜନାର ଲାଭ ଉଠାଇବାରେ ବାଧା ସୃଷ୍ଟି ହେଉଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ କିଛି ଦିନ ତଳେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ସେବା ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ କି, ଇଣ୍ଟରନେଟ ବ୍ୟବହାର ସମ୍ବିଧାନର ଅଧିନିୟମ ଫ୍ରିଡମ ଅଫ ସ୍ପିଚ ଅନ୍ତର୍ଭୁକ୍ତ। ଦେଶରେ ସମସ୍ତଙ୍କୁ ସ୍ୱାଧୀନ ଭାବେ ଇଣ୍ଟରନେଟ ବ୍ୟବହାର କରିବାର ଅଧିକାର ରହିଛି। ସ୍ୱାଧୀନ ଭାରତରେ ସମସ୍ତଙ୍କୁ ନିଜର ମତାମତ ରଖିବାର ଅଧିକାର ରହିଛି। ଇଣ୍ଟରନେଟ ସେବା ବନ୍ଦ କରିବା ନ୍ୟାୟିକ ଆଲୋଚନାର ପରିସର ମଧ୍ୟକୁ ଆସୁଛି। କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ବନ୍ଦ ହୋଇଥିବା ଇଣ୍ଟରନେଟ ସେବା ଉପରେ ଆଲୋଚନା କରିବା ଏବଂ ଯେଉଁଠାରେ ଆବଶ୍ୟକ ସେଠାରେ ଇଣ୍ଟରନେଟା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।  

ସୁପ୍ରିମକୋର୍ଟ କହିଥିଲେ କି, ବର୍ତ୍ତମାନ ସମୟରେ ରାଜ୍ୟରେ ବ୍ୟବସାୟ କରିବାର ମାଧ୍ୟମ ପାଲଟିଛି ଇଣ୍ଟରନେଟ। ଏହା ଅଧିକାର ସମ୍ବିଧାନର ଆର୍ଟିକିଲ ୧୯ର ଅନ୍ତର୍ଗତ। ରାଜ୍ୟରୁ ଧାରା ୧୪୪କୁ ହଟାଇବା ସହିତ ସମସ୍ତ ନାଗରିକଙ୍କୁ ସ୍ୱାଧୀନ ଏବଂ ସୁରକ୍ଷା ପ୍ରଦାନ କରିବାକୁ ଜିଲ୍ଲାପାଳମାନେ ଦାୟିତ୍ୱ ନିଅନ୍ତୁ। ସେମାନେ ପରିସ୍ଥିତିକୁ ଅନୁଧ୍ୟାନ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସୁପ୍ରିମକୋର୍ଟ କହିଥିଲେ।