close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅନ୍ତକୋଷରେ ବ୍ୟାକ୍ଟେରିଆ ଯୋଗୁଁ ହୋଇପାରେ ପେଟରେ କ୍ୟାନସର ରୋଗ

ଜାଣନ୍ତୁ ଅନ୍ତକର୍କଟର ୩ ମୁଖ୍ୟ ଲକ୍ଷ୍ୟଣ

ଅନ୍ତକୋଷରେ ବ୍ୟାକ୍ଟେରିଆ ଯୋଗୁଁ ହୋଇପାରେ ପେଟରେ କ୍ୟାନସର ରୋଗ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଦ୍ୟୁମ୍ନ ମାଝୀ, ଭୁବନେଶ୍ୱର: ବିଭିନ୍ନ ପ୍ରକାର କୋଷିକାରେ ଆମ ଶରୀର ତିଆରି । ଏହି କୋଷିକା ଗୁଡିକ ଯେତେବେଳେ ଶରୀରରେ ଅନିୟନ୍ତ୍ରିତ ଭାବେ ବଢିଥାନ୍ତି ସେତେବେଳେ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାରେ ବାଧା ଉପୁଜିଥାଏ । ଯାହା ଫଳରେ ଉକ୍ତ ସ୍ଥାନରେ ଏହି କୋଷିକାର ଏକ ଗୁଚ୍ଛ ଗଣ୍ଠି ବାନ୍ଧିଲା ପରି ଜମାଟ ବାନ୍ଧିଯାଏ ଏବଂ ଏହା ପରେ ଟ୍ୟୁମରର ରୂପ ନେଇଥାଏ । ଏହି ଅବସ୍ଥାକୁ ହିଁ କ୍ୟାନସର କୁହାଯାଏ । ଏହି ଟ୍ୟୁମର ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଆନ୍ତି ।

ପ୍ରଦୂଷଣ ଏବଂ ଖରାପ ଜୀବନଶୈଳୀ ଯୋଗୁଁ ଆଜିକାଲି କ୍ୟାନସର ଭଳି ବଡ଼ ରୋଗ ସାଧାରଣ ହୋଇଗଲାଣି । ଭାରତରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁବରଣ କରୁଛନ୍ତି ।  ଆଜି ଆମେ ଅନ୍ତକୋଷରେ କ୍ୟାନସର ହେବା ନେଇ ଆଲୋଚନା କରିବା ।  ଅନେକ ରିସର୍ଚ୍ଚରୁ ଜଣାପଡ଼ିଛି କିଛି ଲୋକଙ୍କ ଅନ୍ତକୋଷରେ ଭିନ୍ନ ଭିନ୍ନ ବ୍ୟାକ୍ଟେରିଆ ବିକଶିତ ହୋଇଥାନ୍ତି । ଏବଂ ସେହି ଲୋକଙ୍କ ଅନ୍ତକୋଷରେ କ୍ୟାନସର ହେବା ସମ୍ଭାବନା ବଢ଼ିଯାଇଥାଏ ।  

ଅନ୍ତକୋଷ ଭିତରେ 'ଇଣ୍ଟେଷ୍ଟେନିୟଲ ମାଇକ୍ରୋବାୟମ' ନାମକ ବ୍ୟାକ୍ଟେରିଆ ଜନ୍ମ ନେଇଥାନ୍ତି ଯାହା ଅନ୍ତକୋଷରେ କ୍ୟାନସର ରୋଗ ସୃଷ୍ଟି କରିଥାନ୍ତି । ଇଣ୍ଟେଷ୍ଟେନିୟଲ ମାଇକ୍ରୋବାୟମରେ କ୍ୟାନସର ଭଳି ଭାଇରସ ଜନ୍ମ ହେଉଛନ୍ତି କିମ୍ୱା କୌଣସି ଅନ୍ୟ ବ୍ୟାକ୍ଟେରିଆ ଏପରି କରୁଛନ୍ତି । ଆମେ ଆପଣଙ୍କୁ କ୍ୟାନସର ଏବଂ ଏହାସହ ଜଡ଼ିତ କିଛି ତଥ୍ୟ ବିଷୟରେ ସୂଚନା ଦେବାକୁ ଚାହୁଁଛୁ ।

ବାଉଲ କ୍ୟାନସର କଣ ?
ବାଉଲ କ୍ୟାନସର ଇଣ୍ଟେଷ୍ଟାଇନ୍ ଅର୍ଥାତ୍ ଅନ୍ତକୋଷରେ ହୋଇଥାଏ । ଲମ୍ୱା ଇଣ୍ଟେଷ୍ଟାଇନରେ ଯେମିତି କ୍ୟାନସର ଆରମ୍ଭ ହୁଏ, ସେହି ଆଧାରରରେ ଏହାକୁ ବାଉଲ କ୍ୟାନସରକୁ କେବେ କେବେ କୋଲନ କ୍ୟାନସର ମଧ୍ୟ କୁହାଯାଇଥାଏ ।

ମାରାତ୍ମକ ଅନ୍ତ କର୍କଟ ରୋଗର ଲକ୍ଷଣ କ'ଣ, ଏହା କେତେ ପ୍ରକାର ଏବଂ ଏହାର ଲକ୍ଷଣ କଣ ହୋଇଥାଏ ?

ଅନ୍ତକର୍କଟର ୩ ମୁଖ୍ୟ ଲକ୍ଷ୍ୟଣ ହୋଇଥାଏ:
୧- ଶୌଚ କରିବା ସମୟରେ ଲଗାତାର ରକ୍ତସ୍ରାବ ହେବା
୨- ଅନେକ ସମୟରେ ପେଟ ଖରାବ ରହିବା
୩- ତୃତୀୟ ଏବଂ ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଲା ଅନେକ ସମୟରେ ପେଟର ତଳିଭାଗରେ ଯନ୍ତ୍ରଣା ରହିବା, ଯାହା ଖାଇବା ପରେ ସାଧାରଣତଃ ହୋଇଥାଏ ।

ଏହି ତିନିଟି କାରଣକୁ ଛାଡ଼ିଦେଲେ ଲଗାତାର ଓଜନରେ ହ୍ରାସ ଘଟିବା ସହ ପେଟର ଯନ୍ତ୍ରଣା ବଢ଼ିବା ।
ଯଦି ଏପରି କିଛି ଲକ୍ଷଣ ଶରୀରରେ ପରିଲକ୍ଷିତ ହୁଏ, ତ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ, ଉଚିତ୍ ସମୟରେ ଏହି ରୋଗର ପରୀକ୍ଷା ଏବଂ ଚିକିତ୍ସା ହୋଇପାରିଲେ ଏହି ରୋଗକୁ ଦୂରେଇ ଦିଆ ଯାଇପାରିବ ।