Trending Photos
ନୂଆଦିଲ୍ଲୀ: ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ବିରୋଧରେ ଚାର୍ଜସୀଟ ଦାଖଲ କରିଛି ସିବିଆଇ । ଏହି ଚାର୍ଜସୀଟରେ ତାଙ୍କ ସମେତ ୧୪ ଜଣଙ୍କୁ ଅଭିଯୁକ୍ତ କରିଛି ସିବିଆଇ । ଏହି ମାମଲାରେ ଆସନ୍ତା ୨୧ ତାରିଖରେ ଦିଲ୍ଲୀ କୋର୍ଟରେ ଶୁଣାଣି ହେବ ।
ସିବିଆଇର ଏହି ଚାର୍ଜସୀଟରେ ପିଟର ମୁଖାର୍ଜୀ, କୀର୍ତ୍ତି ଚିଦାମ୍ବରମ, ଭାସ୍କର, ପି ଚିଦାମ୍ବରମ, ସିନ୍ଧୁଶ୍ରୀ ଖୁଲ୍ଲର, ଅନୁପ ପୁଜାରୀ, ପ୍ରବୋଧ ସକ୍ସେନା, ଆର ପ୍ରସାଦ, ଆଇଏମକ୍ସ ମିଡିଆ, ଏଏସସିଏଲ ଓ ସତରଞ୍ଜ ପ୍ରବନ୍ଧନର ନାଁ ରହିଛି । ଏହାସହ ଅର୍ଥ ମନ୍ତ୍ରାଳୟର ଚାରି ଜଣ ପୂର୍ବତନ ଅଧିକାରୀଙ୍କ ନାଁ ରହିଛି ।
ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଅସୁବିଧା ବଢି ବଢି ଚାଲିଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ତାଙ୍କ ହେପାଜତର ସମୟ ସୀମା ବୃଦ୍ଧି କରି ଦେଇଛି । ସେ ଅକ୍ଟୋବର ୨୪ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ରହିବେ । ବର୍ତ୍ତମାନ ତାଙ୍କୁ ଅକ୍ଟୋବର ୨୪ରେ ହିଁ କୋର୍ଟରେ ହାଜର କରାଯିବ ।
ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡିଆକୁ ବିଦେଶ ନିବେଶ ସମ୍ବନ୍ଧନ ବୋର୍ଡ(ଏଫଆଇପିବି)ର ମଞ୍ଜୁରୀ ବେଆଇନ ଭାବେ କରାଇଥିଲେ, ଯାହା ପାଇଁ ତାଙ୍କୁ ଅଗଷ୍ଟ ୨୧ରେ ଗିରଫ କରାଯାଇଥିଲା । ସେହି ସମୟ ଠାରୁ ସେ ନ୍ୟାୟିକ ହେପାଜତରେ ଅଛନ୍ତି ।