ଆଜି ବାଙ୍ଗାଲୋର-କୋଲକାତା ଲଢେଇ
Advertisement

ଆଜି ବାଙ୍ଗାଲୋର-କୋଲକାତା ଲଢେଇ

ଚଳିତ ଆପିଏଲର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

ଆଜି ବାଙ୍ଗାଲୋର-କୋଲକାତା ଲଢେଇ

ଆବୁଧାବି: ଚଳିତ ଆପିଏଲର ବୁଧବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବାଙ୍ଗାଲୋର ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ପ୍ରୟାସ କରିବ। ସେପଟେ ପ୍ରତିଶୋଧ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତ କରିସାରିଛନ୍ତି। 

ପଏଣ୍ଟ ତାଲିକାରେ ୧୨ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛି। ବାଙ୍ଗାଲୋର ତଳକୁ କୋଲକାତା ଚତୁର୍ଥ ସ୍ଥାନରେ ରହିଛି। ଫଳରେ ଉଭୟ ପ୍ଲେଅଫ ଖେଳିବା ଆଶା ଉଜ୍ଜିବିତ। ତେବେ ଗତ ୧୨ ତାରିଖରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋର ଠାରୁ କୋଲକାତା ୮୨ ରନରେ ପରାଜିତ ହୋଇଥିଲା। ଏହି ମ୍ୟାଚରେ ବାଙ୍ଗାଲୋର ୧୯୪ ରନ କରିଥିବା ବେଳେ କୋଲକାତା ମାତ୍ର ୧୧୨ ରନ କରି ଏକ ବୃହତ ପରାଜିତର ସାମ୍ନା କରିଥିଲା। 

ସେପଟେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିବା ପରେ ବାଙ୍ଗାଲୋରର ମନୋବଳ ବେଶ ଦୃଢ ରହିଛି। ରାଜସ୍ଥାନ ବିପକ୍ଷ ମ୍ୟାଚରେ ଏବି ଡିଭିଲର୍ସଙ୍କ ଦ୍ରୁତ ଅର୍ଦ୍ଧଶତକ ବେଶ ଆକର୍ଷଣୀୟ ଥିଲା। ସେପଟେ ବାଙ୍ଗାଲୋରରେ ଷ୍ଟାର ଖେଳାଳିଙ୍କ ଖଚାଖଚ ଭିଡ଼ ରହିଛି। ମାତ୍ର ଡି ଭିଲର୍ସଙ୍କ ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି।

ସେପଟେ କିନ୍ତୁ କୋଲକାତାର ବୋଲିଂ ବିଭାଗ ଦୁର୍ବଳ ଥିବାରୁ ପରାଜୟର ସାମ୍ନା କରିବାକୁ ପଡ଼ୁଛି। ଫଳରେ ବାଙ୍ଗାଲୋର ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ ବୋଲିଂ ବିଭାଗକୁ ମଜବୁତ କରିବାକୁ ହେବ। ଦଳର ଲୋକି ଫର୍ଗସନଙ୍କ ପ୍ରଦର୍ଶନ ଦଳକୁ ବଳ ଯୋଗାଇଛି। ଫର୍ଗୁସନ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ପ୍ରଥମେ ୩ଟି ଓ ସୁପର ଓଭରରେ ୨ଟି ଓ୍ୱିକେଟ ହାତେଇଥିଲେ। ଫର୍ଗୁସନଙ୍କ ବ୍ୟତୀତ ଅନ୍ୟ ବୋଲରମାନଙ୍କୁ ଶୃଙ୍ଖଳିତ ବୋଲିଂ କରିବାକୁ ହେବ। ସୁନିଲ ନାରାଏନ ଦଳକୁ ଫେରିବାର ସମ୍ଭାବନା ଯଥେଷ୍ଟ ରହିଛି। ବ୍ୟାଟିଂ ବିଭାଗ ବେଶ ମଜବୁତ ରହିଛି। ମୋଟାମୋଟି କହିବାକୁ ଗଲେ ବୁଧବାର ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ।