ଚୀନ ପରେ ଏହି ଦେଶ ହେଉଛି କୋରୋନା ଭାଇରସର ନୂଆ ଗଡ଼

ସାରା ଦୁନିଆରେ କୋରୋନା ଭାଇରସ ଯୋଗୁଁ ୮୦,୧୨୮ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୭୭,୬୫୮ ଜଣ ହେଉଛନ୍ତି ଚୀନର ନାଗରିକ । ଏହି ମହାମାରୀ ଯୋଗୁଁ ୨୭୦୦ ଲୋକଙ୍କ ମୃତ୍ୟୁ ହୋଇ ସାରିଛି ।

ଚୀନ ପରେ ଏହି ଦେଶ ହେଉଛି କୋରୋନା ଭାଇରସର ନୂଆ ଗଡ଼

ନୂଆଦିଲ୍ଲୀ: ଚୀନରେ କୋରୋନା ଭାଇରସ(Coronavirus)ର ତାଣ୍ଡବଲୀଳା ଜାରି ରହିଛି । ଏହି ଭାଇରସର ପ୍ରଭାବ ଧୀରେ ଧୀରେ ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି । ଚୀନରେ ବୁହାନ ସହର ପରେ ଏବେ ଇରାନ କୋରୋନା ଭାଇରସର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ।  ଚୀନ ପରେ ଇରାନରେ ସର୍ବାଧିକ ଲୋକ କୋରୋନାର ଶିକାର ହୋଇଛନ୍ତି । ଏଠାକାର ସଂକ୍ରମିତ ଲୋକଙ୍କ ମଧ୍ୟରୁ ମୋଟ ୨୫.୩୩ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଫଳରେ ଏବେ ସମଗ୍ର ମଧ୍ୟ-ପୂର୍ବ ଦେଶରେ ଏହି ଭାଇରସ ବ୍ୟାପିବାର ବିପଦ ଦେଖା ଦେଇଛି । 

ସାରା ଦୁନିଆରେ କୋରୋନା ଭାଇରସ ଯୋଗୁଁ ୮୦,୧୨୮ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ୭୭,୬୫୮ ଜଣ ହେଉଛନ୍ତି ଚୀନର ନାଗରିକ । ଏହି ମହାମାରୀ ଯୋଗୁଁ ୨୭୦୦ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏଥିରୁ ୨୬୬୩ ଲୋକ ଚୀନର ରହିଛନ୍ତି । ଚୀନ ପରେ ଏହି ଭାଇରସର ପ୍ରଭାବ ସର୍ବାଧିକ ଇରାନ ଉପରେ ପଡ଼ିଛି । ବର୍ତ୍ତମାନ ଯାଏ ଇରାନରେ ୪୭ ଜଣ ସଂକ୍ରମିତ ଅଛନ୍ତି । ଏଥିରୁ ୧୨ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଅର୍ଥାତ ଏଥିରୁ ୨୫.୫୩ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । 

ଇରାନ ପରେ ଏବେ ସାରା ଦୁନିଆରେ କୋରୋନା ଭାଇରସ ବ୍ୟାପିବାର ବଡ଼ ବିପଦ ଦେଖା ଦେଇଛି । ଇରାନର ଦୁର୍ବଳ ସରକାର ଓ ଅପାରଗ ସ୍ୱାସ୍ଥ୍ୟ ସେବା ଯୋଗୁଁ ଦେଶରେ କୋରୋନା ଭାଇରସ ବ୍ୟାପିବା ଓ ଏହା ଦ୍ୱାରା ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ପାରେ । ଇରାକ, ଆଫଗାନିସ୍ତାନ, ବହରୀମ, କୁଏତ, ଓମାନ, ଲେବାନନ, ୟୁଏସ ଓ କାନାଡାରେ କୋରୋନା ଭାଇରସର ଯେଉ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି, ତାହାର ସମ୍ୱନ୍ଧ କୌଣସି ନା କୌଣସି ରୂପେ ଇରାନ ସହ ଜଡ଼ିତ ରହିଛି । ଇରାନରୁ ସାରା ଦୁନିଆରେ କୋରନା ଭାଇରସ ବ୍ୟାପିବାର ସବୁଠାରୁ ବଡ଼ କାରଣ ହେଉଛି ଏଠାକାର ଶ୍ରମିକ, ଯେଉମାନେ ସାରା ଦୁନିଆରେ କାମ କରନ୍ତି । ଦ୍ୱିତୀୟ କାରଣ ହେଉଛି ଧାର୍ମିକ ଯାତ୍ରା ।